ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୯ା୧(ସୁନିତ୍‌ ମିଶ୍ର):ବିଶାଖାପାଟଣାର ଏନ୍‌ଟିପିସିର ଅତ୍ୟାଧୁନିକ ଗ୍ରୀନ୍‌ ହାଇଡ୍ରୋଜେନ୍‌ ହବ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାରେ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରଠାରେ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ ସ୍ବାଗତକରିବା ପାଇଁ ବିମାନବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଠାରୁ ଆରମ୍ଭକରି ବହୁ ଭାଜପା ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତକରିବା ଲାଗି ଏୟାରପୋର୍ଟ ଛକଠାରୁ ଆରମ୍ଭକରି କ୍ୟାପିଟାଲ ହସ୍ପିଟାଲ, ଏଜି ଛକ ଏବଂ ରାଜଭବନ ଛକ ଭଳି ବିଭିନ୍ନ ସ୍ଥାନରେ ଓଡ଼ିଶାର ପାରମ୍ପରିକ ନୃତ୍ୟ ପରିବେଷଣଠାରୁ ଆରମ୍ଭ କରି ଶତାଧିକ ଲୋକ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଲୋକମାନେ ଘଣ୍ଟ ଆଉ ବାଜା ବଜାଇ ମଧ୍ୟ ତାଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁବାର ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦ୍‌ଘାଟନକରି ଉଦ୍‌ବୋଧନ ରଖିବେ। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତକରିବା ଲାଗି ସବୁଆଡ଼େ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ବଡ଼ ଫ୍ଲେକ୍ସ ଏବଂ ବ୍ୟାନରରେ ଛାଉଣି କରାଯାଇଛି। ପ୍ରଧାନମନ୍ତ୍ରୀ ବୁଧବାର ରାଜଭବନଠାରେ ରାତ୍ରିଯାପନ କରିବେ। ଗୁରୁବାରର କାର୍ଯ୍ୟକ୍ରମ ସାରି ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବା ଲାଗି ଗୁରୁବାର ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଶୁକ୍ରବାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାତିରେ ଦିଲ୍ଲୀ ଫେରିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri