ନିଆଁ ଆଁରେ ଲସ୍‌ଏଞ୍ଜେଲ୍ସ ଜଙ୍ଗଲ

ଆମେରିକାର ଲସ୍‌ଏଞ୍ଜେଲ୍ସ ଉପକୂଳ ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଜଙ୍ଗଲରେ ଭୟଙ୍କର ନିଅଁା ଲାଗିଛି। ଖୁବ୍‌ ଜୋର୍‌ରେ ପବନ ବହୁଥିବାରୁ ବନାଗ୍ନି ମାଡ଼ିଚାଲିଛି। ବୁଧବାର ସୁଦ୍ଧା ୩,୦୦୦ରୁ ଊର୍ଦ୍ଧ୍ୱ ଏକର ବିସ୍ତୃତ ଜଙ୍ଗଲ ଧ୍ୱଂସ ହୋଇସାରିଛି। ଜୀବନ ବଞ୍ଚାଇବା ପାଇଁ ୩୦,୦୦୦ରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ସ୍ଥିତି ଆହୁରି ଭୟାବହ ହୋଇପାରେ ବୋଲି ନ୍ୟାଶନାଲ ଓ୍ବେଦର ସର୍ଭିସ୍‌ ପକ୍ଷରୁ ସତର୍କତା ଜାରି କରାଯାଇଛି।
ଲସ୍‌ଏଞ୍ଜେଲ୍ସ,୯ା୧: ଲସ୍‌ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଅଁାକୁ ଆୟତ୍ତ କରାଯାଇପାରି ନାହିଁ। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଆଖପାଖରେ ଏହା ଦ୍ରୁତଗତିରେ ମାଡ଼ି ଚାଲିଛି। ସାଣ୍ଟା ଆନା ପବନର ଗତି ଘଣ୍ଟାପ୍ରତି ୧୬୦ କି.ମି. ରହିଥିବାରୁ ନିଅଁା ବ୍ୟାପିବାରେ ଲାଗିଛି। ଏପରି କି ମାଲିବୁ ଓ ସାଣ୍ଟା ମୋନିକା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ଫଳରେ ହଲିଉଡ୍‌ କଳାକାର ଓ ସେଲିବ୍ରିଟିଙ୍କ ସମେତ ୩୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ସମ୍ପୃକ୍ତ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ପଳାୟନ କଲେଣି। ବିସ୍ଥାପିତଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଇଭାକ୍ୱେଶନ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ନିଅଁା ଲିଭାଇବା କାର୍ଯ୍ୟରେ ଅଗ୍ନିଶମ ବିଭାଗର ୧,୪୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଦ୍ରୁତଗତିରେ ଶୁସ୍କ ପବନ ବନାଗ୍ନି ବ୍ୟାପିବା ସ୍ଥିତିର ଭୟାବହତାକୁ ବଢ଼ାଇଦେଇଛି।
ଜଙ୍ଗଲ ନିଅଁା ବଢ଼ିବାରେ ଲାଗିଥିବାରୁ ବହୁ ସଂଖ୍ୟକ ଘର, କୋଠା ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଦ୍ୟାବଧି ଏଥିରେ କାହାର ପ୍ରାଣହାନି ନ ଘଟିବା ଏକ ଚମତ୍କାର ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ବନାଗ୍ନି ଯୋଗୁ ଲସ୍‌ଏଞ୍ଜେଲ୍ସର ୨ ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଲୋକଙ୍କୁ ବିନା ବହୁ ଅସୁବିଧାରେ ସମୟ ବିତାଇବାକୁ ବାଧ୍ୟ ହୋଇଛନ୍ତି। କାଲିଫର୍ନିଆ ଗଭର୍ନର ଗଭିନ୍‌ ନ୍ୟୁସୋମ୍‌ ରାଜ୍ୟରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ ବିପନ୍ନମାନଙ୍କୁ ସରକାରୀ ସହାୟତା ଘୋଷଣା କରିଛନ୍ତି। ବାଇଡେନ୍‌ ଲସ୍‌ ଏଞ୍ଜେଲ୍ସକୁ ଏୟାର ଫୋର୍ସ ଓ୍ବାନ୍‌ ବିମାନରେ ଯିବା ପାଇଁ ଯୋଜନା କରିଥିଲେ। ତେବେ ବନାଗ୍ନିର ଭୟାବହତାକୁ ଦେଖି ସେ ଏଥିରୁ ଓହରିଯାଇଛନ୍ତି। ପ୍ରଭାବିତ ଅଞ୍ଚଳର ବାସିନ୍ଦାମାନଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶର ଅନୁପାଳନ ପାଇଁ ପରାମର୍ଶ ଦିଆଯାଇଛି। ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?