ନିଆଁ ଆଁରେ ଲସ୍‌ଏଞ୍ଜେଲ୍ସ ଜଙ୍ଗଲ

ଆମେରିକାର ଲସ୍‌ଏଞ୍ଜେଲ୍ସ ଉପକୂଳ ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଜଙ୍ଗଲରେ ଭୟଙ୍କର ନିଅଁା ଲାଗିଛି। ଖୁବ୍‌ ଜୋର୍‌ରେ ପବନ ବହୁଥିବାରୁ ବନାଗ୍ନି ମାଡ଼ିଚାଲିଛି। ବୁଧବାର ସୁଦ୍ଧା ୩,୦୦୦ରୁ ଊର୍ଦ୍ଧ୍ୱ ଏକର ବିସ୍ତୃତ ଜଙ୍ଗଲ ଧ୍ୱଂସ ହୋଇସାରିଛି। ଜୀବନ ବଞ୍ଚାଇବା ପାଇଁ ୩୦,୦୦୦ରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ସ୍ଥିତି ଆହୁରି ଭୟାବହ ହୋଇପାରେ ବୋଲି ନ୍ୟାଶନାଲ ଓ୍ବେଦର ସର୍ଭିସ୍‌ ପକ୍ଷରୁ ସତର୍କତା ଜାରି କରାଯାଇଛି।
ଲସ୍‌ଏଞ୍ଜେଲ୍ସ,୯ା୧: ଲସ୍‌ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଅଁାକୁ ଆୟତ୍ତ କରାଯାଇପାରି ନାହିଁ। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଆଖପାଖରେ ଏହା ଦ୍ରୁତଗତିରେ ମାଡ଼ି ଚାଲିଛି। ସାଣ୍ଟା ଆନା ପବନର ଗତି ଘଣ୍ଟାପ୍ରତି ୧୬୦ କି.ମି. ରହିଥିବାରୁ ନିଅଁା ବ୍ୟାପିବାରେ ଲାଗିଛି। ଏପରି କି ମାଲିବୁ ଓ ସାଣ୍ଟା ମୋନିକା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ଫଳରେ ହଲିଉଡ୍‌ କଳାକାର ଓ ସେଲିବ୍ରିଟିଙ୍କ ସମେତ ୩୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ସମ୍ପୃକ୍ତ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ପଳାୟନ କଲେଣି। ବିସ୍ଥାପିତଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଇଭାକ୍ୱେଶନ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ନିଅଁା ଲିଭାଇବା କାର୍ଯ୍ୟରେ ଅଗ୍ନିଶମ ବିଭାଗର ୧,୪୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଦ୍ରୁତଗତିରେ ଶୁସ୍କ ପବନ ବନାଗ୍ନି ବ୍ୟାପିବା ସ୍ଥିତିର ଭୟାବହତାକୁ ବଢ଼ାଇଦେଇଛି।
ଜଙ୍ଗଲ ନିଅଁା ବଢ଼ିବାରେ ଲାଗିଥିବାରୁ ବହୁ ସଂଖ୍ୟକ ଘର, କୋଠା ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଦ୍ୟାବଧି ଏଥିରେ କାହାର ପ୍ରାଣହାନି ନ ଘଟିବା ଏକ ଚମତ୍କାର ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ବନାଗ୍ନି ଯୋଗୁ ଲସ୍‌ଏଞ୍ଜେଲ୍ସର ୨ ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଲୋକଙ୍କୁ ବିନା ବହୁ ଅସୁବିଧାରେ ସମୟ ବିତାଇବାକୁ ବାଧ୍ୟ ହୋଇଛନ୍ତି। କାଲିଫର୍ନିଆ ଗଭର୍ନର ଗଭିନ୍‌ ନ୍ୟୁସୋମ୍‌ ରାଜ୍ୟରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ ବିପନ୍ନମାନଙ୍କୁ ସରକାରୀ ସହାୟତା ଘୋଷଣା କରିଛନ୍ତି। ବାଇଡେନ୍‌ ଲସ୍‌ ଏଞ୍ଜେଲ୍ସକୁ ଏୟାର ଫୋର୍ସ ଓ୍ବାନ୍‌ ବିମାନରେ ଯିବା ପାଇଁ ଯୋଜନା କରିଥିଲେ। ତେବେ ବନାଗ୍ନିର ଭୟାବହତାକୁ ଦେଖି ସେ ଏଥିରୁ ଓହରିଯାଇଛନ୍ତି। ପ୍ରଭାବିତ ଅଞ୍ଚଳର ବାସିନ୍ଦାମାନଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶର ଅନୁପାଳନ ପାଇଁ ପରାମର୍ଶ ଦିଆଯାଇଛି। ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri