Posted inଖେଳ

ଅଲିମ୍ପିକ୍ସ ଆଥ୍‌ଲେଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଳୀ,୨୮।୬(ପି.ଟି.): ଆସନ୍ତାମାସରେ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଯିବାକୁ ଥିବା ଭାରତୀୟ ଆଥ୍‌ଲେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥନ ଜଣାଇଛନ୍ତି। ଏହି ଆଥ୍‌ଲେଟମାନେ ଦୀର୍ଘବର୍ଷ ଧରି ବହୁତ ସଂଘର୍ଷ କରିଛନ୍ତି ଓ ଏହା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏଥିସହ ଆଥ୍‌ଲେଟମାନଙ୍କ ଉପରେ ଚାପ ପ୍ରୟୋଗ ନ କରି ସେମାନଙ୍କୁ ସମର୍ଥନ ଦେବାକୁ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ରବିବାର ସମସ୍ତଙ୍କୁ ନିବେଦନ କରିଛନ୍ତି।
ଜୁଲାଇ ୨୩ରେ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଏପର୍ଯ୍ୟନ୍ତ ୧୦୦ ଆଥ୍‌ଲେଟ ଯୋଗ୍ୟତା ହାସଲ କରିସାରିଛନ୍ତି। ୨୦୨୦ରେ ଆୟୋଜିତ ହେବାକୁ ଥିବା ଏହି ମେଗା ଇଭେଣ୍ଟ କୋଭିଡ୍‌-୧୯ କାରଣରୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା। ଏହା ଅଗଷ୍ଟ ୮ ତାରିଖରେ ଶେଷ ହେବ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ହାସଲ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏଥିରେ ଦୁଇଟି ରୌପ୍ୟ ପଦକ ସାମିଲ ରହିଥିଲା। ତେବେ ୨୦୧୬ ରିଓ ଅଲିମ୍ପିକ୍ସରେ ମାତ୍ର ୨ଟି ପଦକ ହାସଲ କରି ଖରାପ ପ୍ରଦର୍ଶନ କରିଥିଲା।
କୋଭିଡ୍‌-୧୯ରେ ମିଲ୍‌ଖା ସିଂଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଥିଲେ। ଭାରତୀୟ ଆଥ୍‌ଲେଟିକ୍ସ ପ୍ରତି ମିଲ୍‌ଖାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି। ଗାଁ ଓ ଛୋଟ ସହରରୁ ଆସି ଖେଳାଳିମାନେ ବିଶ୍ୱସ୍ତରରେ ସଫଳତା ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏମାନେ ସଫଳ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri