ଆଲ୍ଲାଙ୍କୁ ଡାକିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୪।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଆଜି ଦୁବାଇରେ ଖେଳାଯିବ। କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହି ମ୍ୟାଚ୍‌କୁ ନେଇ ଉତ୍ସୁକତା ବଢିବାରେ ଲାଗିଛି। ଉଭୟ ଦେଶର ପ୍ରଶଂସକ ଏବଂ ପୂର୍ବତନ ମହାନ କ୍ରିକେଟରମାନେ ନିଜ ନିଜ ଦଳ ଉପରେ ମତ ଦେଉଛନ୍ତି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ଅଧିନାୟକ ଇମ୍ରାନ ଖାନ ମଧ୍ୟ ପାକିସ୍ତାନ ଦଳକୁ ବିଜୟ ପାଇଁ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି, ‘ଇନସାଲ୍ଲା ଏଥର ପାକିସ୍ତାନ ଜିତିବ।
ଏହି ମ୍ୟାଚ ପୂର୍ବରୁ ଇମ୍ରାନ ଖାନଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ ଭାରତ ବିପକ୍ଷ ଟି -୩୦ ବିଶ୍ୱକପ ମ୍ୟାଚରେ ପାକିସ୍ତାନୀ ଦଳର ବିଜୟ ପାଇଁ ଇମ୍ରାନ ପ୍ରାର୍ଥନା କରୁଥିବା କୁହାଯାଇଛି। ଇମ୍ରାନ ଏହି ବିବୃତ୍ତିରେ କହିଛନ୍ତି, ପାକିସ୍ତାନ ଦଳ ଭାରତକୁ ପରାସ୍ତ କରିବାର ପ୍ରତିଭା ରହିଛି। ଏହି ମ୍ୟାଚରେ ଇନଶାଲ୍ଲା ପାକିସ୍ତାନ ଦଳ ନିଶ୍ଚିତ ଭାବେ ଭାରତୀୟ ଦଳକୁ ପରାସ୍ତ କରିବ।
ସୂଚନାଯୋଗ୍ୟ, ଇମ୍ରାନ ଖାନଙ୍କ ଅଧିନାୟକ ଥିବାବେଳେ ମଧ୍ୟ ପାକିସ୍ତାନୀ ଦଳ ବିଶ୍ୱକପରେ ଭାରତକୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହିଁ। ବିଶେଷ କଥା ହେଉଛି ବିଶ୍ୱକପରେ ପାକିସ୍ତାନ ପାଇଁ ହାରିବା ଧାରା ୧୯୯୨ରେ ଆରମ୍ଭ ହୋଇଥିଲା। ଇମ୍ରାନ ସେହି ସମୟରେ ଅଧିନାୟକ ଥିଲେ। ସେବେଠାରୁ ଟିମ ଇଣ୍ଡିଆ ପାକିସ୍ତାନକୁ ୭ ଥର ବିଶ୍ୱକପ୍‌ରେ ପରାସ୍ତ କରିଛି। ଏହା ବ୍ୟତୀତ ଟି -୨୦ ବିଶ୍ୱକପରେ ମଧ୍ୟ ପାକିସ୍ତାନ ଏପର୍ଯ୍ୟନ୍ତ ୫ ଥର ଭାରତକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ଆସିବା ପୂର୍ବରୁ ୨୦ ଲକ୍ଷଙ୍କ ମୁଣ୍ଡ ନେଇ ସାରିଥିବ କରୋନା: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୨୬।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏଭଳି ସ୍ଥିତି ଜାରି ରହିଲେ ପ୍ରତିଷେଧକ ଟିକା ଆସିବା ପୂର୍ବରୁ କରୋନା ୨୦...

ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ

ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍‌ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ...

୩୦ ଦିନରେ ୭୮୨ ଥର ଭୂକମ୍ପ: ଲୋକେ ଆତଙ୍କିତ

ଜାକର୍ତ୍ତା,୧୭।୧: ଇଣ୍ଡୋନେସିଆରେ ଘଟିଥିବା ଭୂକମ୍ପରେ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୫୬ ଛୁଇଁଛି। ସେହିପରି ଏହି ଘଟଣାରେ ଆହତଙ୍କ ସଂଖ୍ୟା ୮୦୦ ଟପିଛି। ସୁରକ୍ଷା ଦୃଷ୍ଟିରୁ ୧୫...

ପ୍ରସିଦ୍ଧ ଟ୍ରେଭି ଫାଉଣ୍ଟେନ୍‌ ବୁଲିବାକୁ ଗଲେ ମୋଦି

ରୋମ,୩୧।୧୦: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଟାଲୀର ରାଜଧାନୀ ରୋମରେ ଅଛନ୍ତି। ଜି -୨୦ ଶିଖର ସମ୍ମିଳନୀରେ ଭାଗ...

ଭାରତୀୟ ଉଚ୍ଚାୟୁକ୍ତଙ୍କ ଇଫତାର୍‌ ପାର୍ଟିରେ ଅତିଥିଙ୍କୁ ଧମକାଇଲେ ପାକିସ୍ତାନ ଅଧିକାରୀ

ଇସଲାମାବାଦ୍‌,୨।୬: ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଇଫତାର୍‌ ପାର୍ଟିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଯୋଗଦେଇଥିବା ଅତିଥିମାନଙ୍କୁ ପାକିସ୍ତାନ...

ଆମେରିକାରେ ଏବେ କାହାକୁ ମିଳିବ ନାହିଁ ମୃତ୍ୟୁଦଣ୍ଡ!

ୱାଶିଂଟନ,୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ଦେଶରେ କୌଣସି ଅପରାଧିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନିୟମରେ ପରିବର୍ତ୍ତନ କରିବାକୁ ଚିନ୍ତା କରିଛନ୍ତି । ଗତ...

ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍‌ ମାମଲା, ଆଫ୍ରିକାରେ ୫ ଜଣଙ୍କ ମୃତ୍ୟୁ…

ଜେନେଭା,୨୧।୭ : ମଙ୍କିପକ୍ସ୍‌ ନେଇ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍‌ ମାମଲା...

ପୃଥିବୀକୁ ଫେରିଲା ସୋୟୁଜ୍‌ ଏମଏସ-୨୨ କ୍ୟାପସୁଲ…

ମସ୍କୋ,୨୮।୩ : ରୁଷିଆର ମାନବ ବିହୀନ ସ୍ପେସ କ୍ୟାପସୁଲ ସୋୟୁଜ ଏମଏସ -୨୨ ନିରାପଦରେ ପୃଥିବୀକୁ ଫେରିଛି। ଏହି କ୍ୟାପସୁଲର କୁଲାଣ୍ଟ ଲିକ ହୋଇଯାଇଥିଲା। ଏହା...

Advertisement
Archives

Model This Week