ଅବ୍ୟବସ୍ଥାରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ

ଅମରପାଲି,୨୭ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଦୁର୍ଜନତୈଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ନା ନା ଅବ୍ୟବସ୍ଥାରେ ଚାଲିଛି। ଆଦିବାସୀବହୁଳ ଗ୍ରାମରେ ପ୍ରାଥମିକ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୦୩ ମସିହାରେ ଉକ୍ତ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଅଧିକାଂଶ ଆଦିବାସୀ ଛାତ୍ରୀଛାତ୍ର ପାଠ ପଢୁଛନ୍ତି । ଦୁର୍ଜନତୈଲା ସମେତ ପ୍ରାୟ ୨କିମି ଦୂରରେ ଥିବା ଗନିଆଁ ଜଙ୍ଗଲ ଅଞ୍ଚଳରୁ ମଧ୍ୟ ଏହି ସ୍କୁଲକୁ ଛାତ୍ରୀଛାତ୍ର ପାଠ ପଢିବାକୁ ଆସିଥାନ୍ତି। ତେବେ ପାଞ୍ଚଟି ଶ୍ରେଣୀ ପାଇଁ ମାତ୍ର ଦୁଇଟି କୋଠରୀ ରହିଛି। ସ୍କୁଲରେ ଅଫିସ ଗୃହ ନାହିଁ। ଦୁଇଟି କୋଠରୀରେ ୫ଟି ଶ୍ରେଣୀର ପାଠପଢା ହେବା ସହିତ ଅଫିସ କାର୍ୟ୍ୟ ଚାଲିଥାଏ। ତେଣୁ ପିଲାଙ୍କ ପାଠପଢାରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି। ସୁରକ୍ଷା ପାଇଁ ସବୁ ସ୍କୁଲରେ ଏବେ ପାଚେରି କରାଯାଉଥିବା ବେଳେ ଏଠାରେ ସ୍ଥାୟୀ ପାଚେରି ନାହିଁ। ପାଚେରି କହିଲେ ତାରଜାଲିର ବାଡା ଦିଆଯାଇଛି। ଶ୍ରେଣୀ କୋଠରୀଗୁଡିକର ଚଟାଣ ପଲସ୍ତରା ଉଠିଗଲାଣି। ସରକାର ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଦେଇ ସ୍କୁଲଗୁଡିକ ରୂପାନ୍ତରିକରଣ କରୁଥିବା ବେଳେ ଉକ୍ତ ସ୍କୁଲ ପ୍ରତି ପ୍ରଶାସନର ଅବହେଳା ଜଳଜଳ ହୋଇ ଦେଖାଯାଉଛି। ସ୍କୁଲରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ ା ଏନେଇ ଉକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ନାଏକଙ୍କୁ ପଚାରିବରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ବାଧ୍ୟ ହୋଇ ଦୁଇଟି ଶ୍ରେଣୀରେ ପାଞ୍ଚଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢାଉଛୁ ବୋଲି ପ୍ରକାଶ କରିଛନ୍ତି। ଯଥାଶୀଘ୍ର ନୂତନ ଶ୍ରେଣୀଗୃହ ଓ ଶିକ୍ଷକ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ କାର୍ଯ୍ୟକୁ ଫେରିଲେ ସରପଞ୍ଚ ଚାମେଲୀ ଓଝା, ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି…

ମହାକାଳପଡ଼ା, ୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ରୋକାଯିବା ଓ କରାଯାଇଥିବା କାମର ବିଲ୍‌ ପ୍ରଦାନ କରାଯାଉ ନ…

ହଠାତ୍‌ ନାବାଳିକାଙ୍କ ହେଲା ପ୍ରସବ ବେଦନା: ମେଡିକାଲ ନେବାରୁ…

ଫୁଲବାଣୀ,୨୬ା୬(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅଞ୍ଚଳରେ ଜଣେ ନାବାଳିକା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି I ୧୭ ବର୍ଷୀୟା ଏହି ନାବାଳିକା ଜଣକ ଭୁବନେଶ୍ୱର…

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ: ଆଉ ତା’ପରେ ଘଟିଲା…

ଉଦଳା,୨୬।୬(ସନ୍ତୋଷ କୁମାର ବାଛିନି): ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ…

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ଥାନା ଘେରାଉ କଲେ ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଧାମନଗର,୨୬।୬ (କାଳନ୍ଦି ବେହେରା): ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ନେଇ ପରିବାର ଓ…

ଗେଟ୍‌କୁ ବି ଛାଡିଲେନି, ଅର୍ଦ୍ଧନିର୍ମିିତ କଲ୍ୟାଣ ମଣ୍ଡପର ସାମ୍ନା ଗେଟ୍‌କୁ ଚୋରି କରିନେଲେ, ଧରାପଡିବା ପରେ…

ଛତ୍ରପୁର, ୨୬।୬(ଦିଲ୍ଲୀପ ସାମଲ): ଏକ ଚୋରି ମାମଲାରେ ସାମଗ୍ରୀ ଜବତ ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଛତ୍ରପୁର ଥାନା ପୋଲିସ…

ବଲାଙ୍ଗୀରରେ ବଡ଼ ଧରଣର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ମାର୍କେଟ କମ୍ପ୍ଲେକ୍ସ

ବଲାଙ୍ଗୀର,୨୬ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡା ଠାରେ ଥିବା ଏକ ଘରୋଇ ମାର୍କେଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ୮ରୁ ଅଧିକ…

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କଲେ ରାହୁଲ: ଘଟଣା ଜଣାପଡ଼ିବା ପରେ…

ଦେବଗଡ,୨୬।୬(ଶଶାଙ୍କ ଶେଖର ଝାଙ୍କର):ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ କାଲକାଠ ଗ୍ରାମର ଯୋଗେଶ୍ୱର ପାତ୍ରଙ୍କ ପୁଅ ରାହୁଲ ପାତ୍ର (୧୯)କୁ…

କ୍ରିଷ୍ଣା ବିକାଶ ଗ୍ରୁପର ଅଭୂତପୂର୍ବ ସଫଳତା: ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଲେ ୬୦ଜଣ ଛାତ୍ରୀଛାତ୍ର

ବରଗଡ଼,୨୬୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷ ପ୍ରକାଶିତ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ପରୀକ୍ଷାରେ କ୍ରିଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ସହର ଉପକଣ୍ଠ ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri