ଗୋଲାପ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ, ୭ା୨: ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ସୋମବାରଠାର ରୋଜ୍‌ ଡେ ପାଳନ ହେବ। ପଶ୍ଚାତ୍ୟ ସଂସ୍କୃତି ଅନୁସାରେ ଏହି ଦିନ ପ୍ରିୟଜନଙ୍କୁ ଗୋଲାପ ଫୁଲ ଉପହାର ସ୍ବରୁପ ପ୍ରଦାନ କରାଯାଏ। ଏଣୁ ସାଧାରଣ ଦିନ ଅପେକ୍ଷା ରୋଜଡ଼େରେ ଗୋଲାପର ଚାହିଦା ସହ ଦର ବୃଦ୍ଧି ପାଇଥାଏ। ତେବେ ବ୍ରହ୍ମପୁର ବଜାରରେ ଫୁଲ ବ୍ୟବସାୟ ମୁଖ୍ୟତଃ ଋତୁ କାଳୀନ ହୋଇଥିବା ବେଳେ ଚଳିତ ମାସରେ ବିବାହ ଆରମ୍ଭ ହେଉଥିବାରୁ ଫୁଲ ଦର ଅଧିକ ରହିଛି। କିନ୍ତୁ ରୋଜ ଡ଼େ’ ଦୁଇଦିନ ପୂର୍ବରୁ ଗୋଲାପ ନିୟମିତ ଦରଠାରୁ ୨ ରୁ ୩ ଗୁଣା ଅଧିକା ଦାମରେ ବିକ୍ରି ହେଉଛି। ବ୍ରହ୍ମପୁର ସହରକୁ ବର୍ତ୍ତମାନ ବେଙ୍ଗାଲୁରୁ, କୋଲକାତା ଓ ଆନ୍ଧ୍ରରୁ ନିୟମିତ ଗୋଲାପ ସମେତ ଅନ୍ୟାନ୍ୟ ଫୁଲ ଆମଦାନୀ ହେଉଛି। ତେବେ ବେଙ୍ଗାଲୁରୁ ଗୋଲାପର ଚାହିଦା ଗ୍ରାହକଙ୍କ ମଧ୍ୟରେ ସର୍ବାଧିକ ବୋଲି କହିଛନ୍ତି ବ୍ୟବସାୟୀ ଅଜୟ ରାଉଳ। ନିୟମିତ ଭାବେ ବ୍ରହ୍ମପୁର ବଜାରରେ ପ୍ରତ୍ୟେକ ଫୁଲ ଦୋକାନରେ ଗୋଲାପ ଫୁଲ ପିଛା ୧୦ ରୁ ୧୫ ଟଙ୍କା ଥାଏ। ବିବାହ ଓ ପର୍ବପର୍ବାଣୀରେ ଦର ସାମାନ୍ୟ ବୃଦ୍ଧି ପାଇ ୨୦ ରୁ ୨୫ ଟଙ୍କା ହୋଇଥାଏ। କିନ୍ତୁ ଚଳିତ ବର୍ଷ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ ଦୁଇ ଦିନ ପୁର୍ବରୁ ହଠାତ ଗୋଲାପ ଫୁଲ ଦର ବୃଦ୍ଧି ପାଇ ପ୍ରତ୍ୟେକ ଦୋକାନୀଙ୍କ ନିକଟରେ ଭିନ୍ନ ଭିନ୍ନ ଦରରେ ବିକ୍ରି ହେଉଛି। ସହରରେ ସୁବାରାଓ ଛକରେ ଗୋଟିଏ ଗୋଲାପର ଦାମ୍‌ ୩୦ରୁ ୪୦ ଟଙ୍କା ରିହିଛି। ସେହପରି ପୁରୁଣା ବସ୍‌ଷ୍ଟାଣ୍ଡରେ ୨୫ରୁ ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri