ଚାପ କମିଲା, ଅପରାଧ କମୁନି

ଅନୁଗୋଳ ଅଫିସ, ୧।୨:  ସଦର ଥାନା ଖୋଲାଯିବା ପରେ ଅନୁଗୋଳ ଥାନା ଉପରୁ ଚାପ ହ୍ରାସ ପାଇଛି। କିନ୍ତୁ ସେହି ଅନୁସାରେ ଆପରାଧିକ କାର୍ଯ୍ୟକଳାପ କମୁନାହିଁ। ପାଟ୍ରୋଲିଂ କଡ଼ାକଡ଼ି କରାଯାଉ ନ ଥିବାରୁ ସହରର ବିଭିନ୍ନ ସ୍ଥାନରେ ଅସାମାଜିକମାନେ ଆଡ୍ଡା ଜମାଇବା ସହ ଛିନ୍‌ତାଇ, ଚୋରି ଓ ଡକାୟତି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ ଗିରଫ କରି ଚୁପ୍‌ ବସିଯାଉଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଥାନା ଅଞ୍ଚଳରେ କିପରି ଅପରାଧ ରୋକାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉ ନ ଥିବାବେଳେ ଗଞ୍ଜେଇ, ବ୍ରାଉନସୁଗାର କାରବାର ବଢ଼ି ବଢ଼ି ଚାଲିଛି।
ପୂର୍ବରୁ ଅନୁଗୋଳ ଥାନା ଅଧୀନରେ ୨୩ଟି ପଞ୍ଚାୟତ ସହ ପାଖାପାଖି ଶହେ ଗାଁ ରହିଥିଲା। ଗତ ଡିସେମ୍ବର ମାସରେ ସଦର ଥାନା ସ୍ଥାପନ ପରେ ୧୮ଟି ପଞ୍ଚାୟତ ଓ ୮୩ଟି ଗ୍ରାମରେ ଆଇନଶୃଙ୍ଖଳା ଦାୟିତ୍ୱ ଏହି ଥାନା ଉପରକୁ ଚାଲିଆସିଛି। ଅବଶିଷ୍ଟ ୫ଟି ପଞ୍ଚାୟତ ସହ ଅନୁଗୋଳ ପୌରପାଳିକା ଅଞ୍ଚଳ ଅନୁଗୋଳ ଥାନା ଅଧୀନରେ ରହିଛି। ସୀମା ସଂକୁଚିତ ହୋଇଥିବାରୁ ଅନୁଗୋଳ ଥାନା ପୋଲିସ ଆପରାଧିକ କାର୍ଯ୍ୟକଳାପ ହ୍ରାସ ଦିଗରେ ସଫଳତା ପାଇବା କଥା। କିନ୍ତୁ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଡକାୟତ ଗୋଷ୍ଠୀ ସକ୍ରିୟ ରହିଥିବାବେଳେ ନିଶା କାରବାର ବୃଦ୍ଧି ପାଉଛି। ସହର ଓ ଏହା ଉପକଣ୍ଠରେ ଥିବା ବହୁ ନିରୋଳା ସ୍ଥାନରେ ଅପରାଧର ଯୋଜନା ପ୍ରସ୍ତୁତ କରାଯାଉଛି। ଗତ ସପ୍ତାହରେ ନିଶା କାରବାର ସନ୍ଦେହରେ ଅନୁଗୋଳ ଥାନା ଅଧିକାରୀ ୭ରୁ ୮ ଜଣ ଯୁବକଙ୍କୁ ରାତିରେ ଉଠାଇ ଆଣିଥିଲେ। ହେଲେ ରାତି ଅଧରେ ୪ ଜଣଙ୍କୁ ଛାଡ଼ିଦେଇଥିଲେ। ସେହିପରି ଛିନ୍‌ତାଇ ଗୋଷ୍ଠୀ ଏବେ ସହରରେ ସକ୍ରିୟ ହୋଇପଡ଼ିଛନ୍ତି। ମହିଳାଙ୍କ ବେକ, କାନରୁ ଗହଣା ସହ ବ୍ୟାଙ୍କରୁ ମୋଟା ଅଙ୍କର ଟଙ୍କା ନେଇ ଆସୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। କାଲଟାକ୍ସ ଛକରେ ଜଣେ ମହିଳାଙ୍କଠାରୁ ଛିନତାଇ କରାଯାଇଛି। ଗତମାସରେ ଜଣେ ବରିଷ୍ଠ ନାଗରିକଙ୍କ ନିକଟରୁ ବସ୍‌ଷ୍ଟାଣ୍ଡ ସମ୍ମୁଖରୁ ୨୦ ହଜାର ଟଙ୍କା ଝାମ୍ପି ନିଆଯାଇଛି। ଗତ ୨୧ ତାରିଖରେ ଦିବାଲୋକରେ ବିକାଶନଗର ଗାୟତ୍ରୀ ଭିଲାର ଜଣଙ୍କ ଘରୁ ଟଙ୍କା ଓ ସୁନା ଚୋରି ହୋଇଛି। ୧୧ ତାରିଖରେ ଧର୍ମଶାଳା ନିକଟରେ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ କରାଯାଇଛି। ୧୫ ତାରିଖରେ ଶୁଶୁଡ଼ା ପଞ୍ଚାୟତ ଗୋପୀନାଥପୁରରୁ ଟ୍ରାନ୍ସଫର୍ମର ଚୋରି ହୋଇଥିବାବେଳେ ମିଶ୍ରପଡ଼ା ଛକରେ ଜଣେ ଚିକେନ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁଇଦିନ ତଳେ ଶିକ୍ଷକପଡ଼ା ଛକରେ ମଧ୍ୟ ଜଣେ ଯୁବକଙ୍କୁ ଆକ୍ରମଣ ସହ ସୁନା ଚେନ୍‌ ଓ ୩ ଲକ୍ଷ ଟଙ୍କା ଲୁଟ୍‌ କରାଯାଇଛି। ରାଣୀଗୁଡ଼ା ଷ୍ଟେଶନ ଛକରେ ସନ୍ଧ୍ୟା ହେଲେ ଅସାମାଜିକଙ୍କ ଆଡ୍ଡା ଜମୁଛି। ଏପରି ଅଭିଯୋଗର ତାଲିକା ଲମ୍ବୁଥିବା ବେଳେ ଅନୁଗୋଳ ଥାନା ପୋଲିସ କେବେ ଆଇନଶୃଙ୍ଖଳାରେ ଉନ୍ନତି ଆଣିପାରିବ ତାହାକୁ ସହରବାସୀ ଅପେକ୍ଷା କରିଛନ୍ତି।

ସହର ଉପକଣ୍ଠକୁ ଗାଡ଼ି ଗଡ଼ୁନି
ଅନୁଗୋଳ ପୋଲିସ ପକ୍ଷରୁ କରାଯାଉଥିବା ପାଟ୍ରୋଲିଂ କେବଳ ସହରରେ ସୀମିତ ରହିଯାଉଛି। ଉପକଣ୍ଠ ଅଞ୍ଚଳ ଯାଏ ଏହି ଗାଡ଼ି ଗଡ଼ୁ ନ ଥିବାରୁ ଏଠାରେ ଅପରାଧ ବଢ଼ୁଛି। ଆବଶ୍ୟକ ବେଳେ ଫୋନ କଲେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ପାରୁନାହିଁ। ଏ ଦିଗରେ ଅଧିକ ଦୃଷ୍ଟି ଦିଆଗଲେ ଲୋକଙ୍କ ଭରସା ଓ ବିଶ୍ୱାସ ଅତୁଟ ରହିପାରିବ।
-ନେତ୍ରାନନ୍ଦ ସାମନ୍ତ, ବୁଦ୍ଧିଜୀବୀ

ଅପରାଧର ମୂଳ ଖୋଜାଯାଉ ନାହିଁ
ଅନୁଗୋଳ ଥାନା ସୀମା ହ୍ରାସପାଇଛି। କିନ୍ତୁ ଗୋଇନ୍ଦା ଦୁର୍ବଳ ଯୋଗୁ ଥାନା ଅଞ୍ଚଳରେ ବିଭିନ୍ନ ଅପରାଧ ବଢ଼ିବାରେ ଲାଗିଛି। ଥାନାରେ ମାମଲା ହେଲେ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଦେଲେ କାମ ସାରିଦେଉଛି ବୋଲି ପୋଲିସ ଭାବୁଛି। ଅପରାଧର ମୂଳଦୁଆ ଖୋଜାଯାଉ ନାହିଁ। ଫଳରେ ଅପରାଧୀମାନେ ସେମାନଙ୍କ ସାମ୍ରାଜ୍ୟ ବିସ୍ତର କରିଚାଲିଛନ୍ତି।
– ଭୂପେଶ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି, ଅଲଓଡ଼ିଶା ଆଇନଜୀବୀ ପରିଷଦ

ଅସୁରକ୍ଷିତ ହୋଇପଡ଼ିଲେଣି ସହରବାସୀ
ଅନୁଗୋଳ ସହରର ବହୁ ସ୍ଥାନରେ ଅସାମାଜିକମାନେ ଆଡ୍ଡା ଜମାଉଛନ୍ତି। ସୁଯୋଗ ପାଇଲେ ସେମାନେ କେତେବେଳେ ଛିନ୍‌ତାଇ କରୁଛନ୍ତି ଆଉ କେବେ ଡକାୟତି। ତେଣୁ ସହରବାସୀ ଅସୁରକ୍ଷିତ ହୋଇପଡ଼ିଲେଣି। ଅପରାଧୀଙ୍କୁ ସାବାଡ୍‌ କରିବା ସହ ଲୋକଙ୍କୁ ସହଯୋଗ କରିବା ମନୋବୃତ୍ତି ନେଇ ପୋଲିସ କାର୍ଯ୍ୟ କରିବା ଆବଶ୍ୟକ।
– ସୋମନାଥ ରାଉତ, ସମ୍ପାଦକ, ଅନୁଗୋଳ ବାର୍‌ ଆସୋସିଏଶନ୍‌

ପାଟ୍ରୋଲିଂ କଡ଼ାକଡ଼ି କରାଯିବ
ଅନୁଗୋଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ ବଢ଼ାଯିବ। ବ୍ରାଉନସୁଗାର ଓ ଗଞ୍ଜେଇ ବେପାର ଚାଲୁଥିବା ଅଞ୍ଚଳ ଉପରେ ସ୍ବତନ୍ତ୍ର ନଜର ରଖାଯିବ। ପୂର୍ବରୁ ଅନୁଗୋଳ ଥାନାରେ ଯେତିକି ପାଟ୍ରୋଲିଂ ଗାଡ଼ି ଥିଲା, ଏବେ ମଧ୍ୟ ରହିଛି। ବିଜୁ ମଇଦାନ ଓ ବଜାରରେ ଭିଡ଼ ନିୟନ୍ତ୍ରଣ କରିବା ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା। ଏବେ ଗ୍ରାମାଞ୍ଚଳ ସହ ସହରାଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ।
– ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri