ନିରାମିଷ ଭୋଜନ ସହ ରସଗୋଲା ଖାଇଲେ ରାଷ୍ଟ୍ରପତି

ପୁରୀ ଅଫିସ,୨୦।୨: ପୁରୀ ରାଜଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ରାତ୍ରିଯାପନ କରିଛନ୍ତି। ରାତ୍ରଭୋଜନରେ ରାଷ୍ଟ୍ରପତି ନିରାମିଷ ଆହାର ଗ୍ରହଣ କରିଥିବା ବେଳେ ପରିବାରର ସଦସ୍ୟ ଆମିଷ ସେବନ କରିଛନ୍ତି। ରାଷ୍ଟ୍ରପତି ଚପାତି, ଭେଣ୍ଡି ମସଲା, ଭେଣ୍ଡି ଭଜା ଓ କଖାରୁ ଓ ଲାଉରେ ପ୍ରସ୍ତୁତ ସ୍ବତନ୍ତ୍ର ବ୍ୟଞ୍ଜନ ଖାଇଛନ୍ତି। ପରିବାରର ସଦସ୍ୟମାନେ ଅନ୍ନ, ଚିଙ୍ଗୁଡ଼ି ତରକାରି ସହ ଛତୁ ବେସର ଓ ପନିର୍‌ ପସିନ୍ଦା ଖାଇଛନ୍ତି। ରାଷ୍ଟ୍ରପତିଙ୍କ ସମେତ ପରିବାରର ସଦସ୍ୟମାନେ ମିଠାରେ ରସଗୋଲା ଓ ଛେନାପୋଡ଼ ଖାଇଛନ୍ତି। ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ରାଷ୍ଟ୍ରପତି ଭବନର ରୋଷେୟା ରାଷ୍ଟ୍ରପତିଙ୍କ ସହ ପୁରୀ ରାଜଭବନରେ ପହଞ୍ଚିଥିଲେ। ରାଷ୍ଟ୍ରପତି ପରିବାର ସହ ରାଜଭବନରେ ରାତ୍ରିଯାପନ କରିଥିବା ବେଳେ କେତେଜଣ ସହଯୋଗୀ ପୁରୀସ୍ଥିତ ଏକ ଘରୋଇ ହୋଟେଲରେ ରହିଛନ୍ତି। ସେହିଭଳି ସକାଳ ଜଳଖିଆରେ ଚା, କଫି, ଲେମ୍ବୁ ପାଣି, ୟାକୁଲ୍ଟ, ସୋୟା ମିଲ୍କ, ଫ୍ଲେଭରଡ ୟୋଗାର୍ଟ, କୋଲ୍ଡ ମିଲ୍କ, ହଟ ମିଲ୍କ, ବ୍ରାଉନ ବ୍ରେଡ୍‌, ହ୍ବାଇଟ୍‌ ବ୍ରେଡ୍‌ ସ୍ଲାଇସ୍‌ ଇତ୍ୟାଦି ରହିଛି। ଫଳରେ ତରଭୁଜ, ଅମୃତଭଣ୍ଡା, କଦଳୀ, ନାଶପାତି, କମଳା ଇତ୍ୟାଦି ରହିଛି। ଟିଫିନ୍‌ରେ ଇଡ୍‌ଲି, ନଡ଼ିଆ ଚଟଣି, ଟମାଟୋ ଚଟଣି, ଭେଜିଟେବୁଲ ଉପମା, ବରା, ପୁରି, ଆଳୁ ମଟର ତରକାରି, କୋବି ପରାଟା ଓ ସମ୍ବର-ଦୋଷା ଆଦି ବିକଳ୍ପ ଭାବେ ରହିଛି। ମଧ୍ୟାହ୍ନ ଭୋଜନରେ ପୋଦିନା ଜୁସ୍‌, ଭର୍ଜିନ୍‌ ମୋହିଟୋ, ମସଲା ଚାଟ୍‌, ପୋଦିନା ପନିର୍‌ ଟିକା, ଭେଜିଟେବୁଲ୍‌ ମିନି କଟଲେଟ୍‌, ମୁର୍ଘ ମଲାଇ ଟିକା, ଋଷିଆନ୍‌ ସାଲାଡ୍‌, ସ୍ପାଇସ୍‌ ଆପଲ୍‌ କର୍ନ, ଡାଲ୍‌ ପେଶାୱାର, ମସରୁମ୍‌ ଦୋପ୍ୟାଜା, ଆଳୁ କଲରା ଚିପ୍ସ, ବେବିନ କର୍ନ ମସଲା ଆଦିର ବ୍ୟବସ୍ଥା ରହିଛି। ନିରାମିଷରେ ପନିର ବଟର ମସଲା, ମୋଟି ମଟର ଓ ଆମିଷରେ ଚିକେନ୍‌ କସା, ଗ୍ରୀଲ୍ଡ ଫିସ୍‌, ମଟନ୍‌ ରୋଗାନ୍‌ ଜୋଶ ରହିଛି। କଲିଫ୍ଲାୱାର ମଞ୍ଜୁରିୟାନ୍‌, ଏକ୍ସୋଟିକ୍‌ ଭେଜିଟେବୁଲ୍ସ, ସିଙ୍ଗାପୁର ନୁଡୁଲ୍‌, ଭେଜିଟେବୁଲ ପଲାଉ, ବଟର ନାନ ଭଳି ଅନେକ ବ୍ୟଞ୍ଜନ ରହିଛି। ମିଠାରେ ରସଗୋଲା, ଛେନା ଝିଲ୍ଲୀ, ମୁଗ ଡାଲି ହାଲୁଆ, ଅପେରା କେକ୍‌, କୋକାନଟ୍‌ ବ୍ଲୁ ବେରୀ ସ୍ୟାଡୋ ଓ ଭ୍ୟାନିଲ ଆଇସକ୍ରିମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?