ନିରାମିଷ ଭୋଜନ ସହ ରସଗୋଲା ଖାଇଲେ ରାଷ୍ଟ୍ରପତି

ପୁରୀ ଅଫିସ,୨୦।୨: ପୁରୀ ରାଜଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ରାତ୍ରିଯାପନ କରିଛନ୍ତି। ରାତ୍ରଭୋଜନରେ ରାଷ୍ଟ୍ରପତି ନିରାମିଷ ଆହାର ଗ୍ରହଣ କରିଥିବା ବେଳେ ପରିବାରର ସଦସ୍ୟ ଆମିଷ ସେବନ କରିଛନ୍ତି। ରାଷ୍ଟ୍ରପତି ଚପାତି, ଭେଣ୍ଡି ମସଲା, ଭେଣ୍ଡି ଭଜା ଓ କଖାରୁ ଓ ଲାଉରେ ପ୍ରସ୍ତୁତ ସ୍ବତନ୍ତ୍ର ବ୍ୟଞ୍ଜନ ଖାଇଛନ୍ତି। ପରିବାରର ସଦସ୍ୟମାନେ ଅନ୍ନ, ଚିଙ୍ଗୁଡ଼ି ତରକାରି ସହ ଛତୁ ବେସର ଓ ପନିର୍‌ ପସିନ୍ଦା ଖାଇଛନ୍ତି। ରାଷ୍ଟ୍ରପତିଙ୍କ ସମେତ ପରିବାରର ସଦସ୍ୟମାନେ ମିଠାରେ ରସଗୋଲା ଓ ଛେନାପୋଡ଼ ଖାଇଛନ୍ତି। ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ରାଷ୍ଟ୍ରପତି ଭବନର ରୋଷେୟା ରାଷ୍ଟ୍ରପତିଙ୍କ ସହ ପୁରୀ ରାଜଭବନରେ ପହଞ୍ଚିଥିଲେ। ରାଷ୍ଟ୍ରପତି ପରିବାର ସହ ରାଜଭବନରେ ରାତ୍ରିଯାପନ କରିଥିବା ବେଳେ କେତେଜଣ ସହଯୋଗୀ ପୁରୀସ୍ଥିତ ଏକ ଘରୋଇ ହୋଟେଲରେ ରହିଛନ୍ତି। ସେହିଭଳି ସକାଳ ଜଳଖିଆରେ ଚା, କଫି, ଲେମ୍ବୁ ପାଣି, ୟାକୁଲ୍ଟ, ସୋୟା ମିଲ୍କ, ଫ୍ଲେଭରଡ ୟୋଗାର୍ଟ, କୋଲ୍ଡ ମିଲ୍କ, ହଟ ମିଲ୍କ, ବ୍ରାଉନ ବ୍ରେଡ୍‌, ହ୍ବାଇଟ୍‌ ବ୍ରେଡ୍‌ ସ୍ଲାଇସ୍‌ ଇତ୍ୟାଦି ରହିଛି। ଫଳରେ ତରଭୁଜ, ଅମୃତଭଣ୍ଡା, କଦଳୀ, ନାଶପାତି, କମଳା ଇତ୍ୟାଦି ରହିଛି। ଟିଫିନ୍‌ରେ ଇଡ୍‌ଲି, ନଡ଼ିଆ ଚଟଣି, ଟମାଟୋ ଚଟଣି, ଭେଜିଟେବୁଲ ଉପମା, ବରା, ପୁରି, ଆଳୁ ମଟର ତରକାରି, କୋବି ପରାଟା ଓ ସମ୍ବର-ଦୋଷା ଆଦି ବିକଳ୍ପ ଭାବେ ରହିଛି। ମଧ୍ୟାହ୍ନ ଭୋଜନରେ ପୋଦିନା ଜୁସ୍‌, ଭର୍ଜିନ୍‌ ମୋହିଟୋ, ମସଲା ଚାଟ୍‌, ପୋଦିନା ପନିର୍‌ ଟିକା, ଭେଜିଟେବୁଲ୍‌ ମିନି କଟଲେଟ୍‌, ମୁର୍ଘ ମଲାଇ ଟିକା, ଋଷିଆନ୍‌ ସାଲାଡ୍‌, ସ୍ପାଇସ୍‌ ଆପଲ୍‌ କର୍ନ, ଡାଲ୍‌ ପେଶାୱାର, ମସରୁମ୍‌ ଦୋପ୍ୟାଜା, ଆଳୁ କଲରା ଚିପ୍ସ, ବେବିନ କର୍ନ ମସଲା ଆଦିର ବ୍ୟବସ୍ଥା ରହିଛି। ନିରାମିଷରେ ପନିର ବଟର ମସଲା, ମୋଟି ମଟର ଓ ଆମିଷରେ ଚିକେନ୍‌ କସା, ଗ୍ରୀଲ୍ଡ ଫିସ୍‌, ମଟନ୍‌ ରୋଗାନ୍‌ ଜୋଶ ରହିଛି। କଲିଫ୍ଲାୱାର ମଞ୍ଜୁରିୟାନ୍‌, ଏକ୍ସୋଟିକ୍‌ ଭେଜିଟେବୁଲ୍ସ, ସିଙ୍ଗାପୁର ନୁଡୁଲ୍‌, ଭେଜିଟେବୁଲ ପଲାଉ, ବଟର ନାନ ଭଳି ଅନେକ ବ୍ୟଞ୍ଜନ ରହିଛି। ମିଠାରେ ରସଗୋଲା, ଛେନା ଝିଲ୍ଲୀ, ମୁଗ ଡାଲି ହାଲୁଆ, ଅପେରା କେକ୍‌, କୋକାନଟ୍‌ ବ୍ଲୁ ବେରୀ ସ୍ୟାଡୋ ଓ ଭ୍ୟାନିଲ ଆଇସକ୍ରିମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଂଗା କୁରିଆରେ ବିତୁଛେ ଜୀବନ୍‌:ଘରଖଁଡ଼େ ଲାଗି ଗୁହାରି କରି ଦମ୍ପତି ନିରାଶ

ସିନାପାଲି, ୧୦।୮ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକ ନୂଆମାଲପଡ଼ା ଗଁାର ଅସାହା ଦମ୍ପତି ରାମ ସିଂ ବାଗ(୬୦) ଆର ମାଏକିନା ସୁବର୍ଣ୍ଣୀ ବାଗ(୫୭)। ଇମାନକର...

ଭୋଟର ତାଲିକା ସଂଶୋଧନ ଆରମ୍ଭ

ଯାଜପୁର ଅଫିସ,୨୦।୧୧: ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଯାଜପୁର ଜିଲାରେ ଆରମ୍ଭ ହୋଇଛି। ଚୂଡାନ୍ତ ସଂଶୋଧିତ ଭୋଟର ତାଲିକା ୨୦୨୧ ଜାନୁୟାରୀ ୧୫ରେ ସମସ୍ତ ଭୋଟଗ୍ରହଣ...

ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ନିଷ୍କାସନ ପାଇଁ ଦାବି

କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ରାଇସୁଆଁରୁ କେନ୍ଦୁଝର ସହରକୁ ଆସିବା ପାଇଁ ବାଲିଆଗୁଡ଼ା ନିକଟରେ ଏନ୍‌ଏଚ୍‌-୨୦ର ନିର୍ମାଣ ହୋଇଥିବା ସର୍ଭିସ ରୋଡ୍‌ ଜଳାର୍ଣ୍ଣବ ହୋଇଯାଇଛି।...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବିଧାନସଭା ଅଧିବେଶନରେ ଉଠିଲା ଇଡିର ଜେରା ପ୍ରସଙ୍ଗ । ଏହାକୁ ନେଇ ବିଧାନସଭାରେ ଭାଜପା ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ଯୋଗୁ...

କାଗଜ କଲମରେ କଳାଗ୍ରାମ

କାମାକ୍ଷାନଗର, ୧୧।୧ (ସୁଧୀର କୁମାର ପରିଡ଼ା): ଘରେ ଘରେ କଳାକାର। କମିନି କଳାର ଆଦର। ପିଢ଼ି ପରେ ପିଢ଼ି ନିଷ୍ଠାପର ଉଦ୍ୟମ ବଳରେ ଗ୍ରାମରେ ଏବେ...

ଗୁରୁବେଡାରେ ୨ ହାତୀ ମୃତ୍ୟୁ ଘଟଣା: ୩ ଅଭିଯୁକ୍ତ ଗିରଫ, ମିଳୁନି ହାତୀ ଦାନ୍ତ

ବଡ଼ବିଲ/ଯୋଡ଼ା,୧୯।୬(ଡି.ଏନ୍‌.ଏ/ସ୍ବ.ପ୍ର)-କେନ୍ଦୁଝର ଜିଲା ଚମ୍ପୁଆ ଫରେଷ୍ଟ ରେଞ୍ଜର ଗୁରୁବେଡା ବୈତରଣୀ(ଖ)ସଂରକ୍ଷିତ ଜଙ୍ଗଲରେ୨ ହାତୀଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର ୩ ଅଭିଯୁକ୍ତ ବନବିଭାଗ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ...

ଭିଜିଲାନ୍ସ ଜାଲରେ ବିଡିଓ: ୫ ସ୍ଥାନରେ ଏକକାଳୀନ ଚଢାଉ

ଖଡିଆଳ,୧୭।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ନୂଆପଡା ଜିଲା ଖଡିଆଳ ବିଡିଓ ନାରାୟଣ ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ...

୮ମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

କୋରୁକୋଣ୍ଡା/ମାଲକାନଗିରି, ୧୩।୧୧(ଡି.ଏନ.ଏ):ମାଲକାନଗିରି ଜିଲା କୋରୁକୋଣ୍ଡାରେ ବୁଧବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ରାଗୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ପରିସରରୁ ଜଣେ...

Advertisement
Archives

Model This Week