Posted inଖେଳ

ନୀରଜ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏମିତି ପ୍ରଶ୍ନ ପଚାରିଲେ ଉପସ୍ଥାପକ, ଲାଜରେ ସରି କହିବାକୁ ବାଧ୍ୟ ହେଲେ ଗୋଲଡେନ୍‌ ବୟ

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତି ଇତିହାସ ରଚିଥିବା ଜାଭେଲିନ୍‌ ଥ୍ରୋଓର ନୀରଜ ଚୋପ୍ରା ଏବେ ଅଜବ ପ୍ରଶ୍ନସବୁର ସାମ୍ନା କରୁଛନ୍ତି। ଭାରତ ଫେରିବା ପରେ ନୀରଜଙ୍କ ଉପରେ ଖାଲି ପ୍ରଶ୍ନ ବର୍ଷା। ସବୁଠୁ ଆଶ୍ଚର୍ଯ୍ୟର କଥା ଏଥର ଯେଉଁ ପ୍ରଶ୍ନ ପଚରାଯାଇଛି ତାହା କୌଣସି ଖେଳ କିମ୍ବା ତାଲିମକୁ ନେଇ ନୁହେଁ। ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ । ଏହି ପ୍ରଶ୍ନ ଶୁଣି ନୀରଜଙ୍କ ପ୍ରଶଂସକମାନେ ମଧ୍ୟ ଚିହିଁକି ଉଠିଛନ୍ତି।

ଏକ ରେଡିଓ କାର୍ଯ୍ୟକ୍ରମରେ ନିଆଯାଇଥିବା ନୀରଜଙ୍କ ସାକ୍ଷାତକାର ଭିଡିଓ କ୍ଲିପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସାକ୍ଷାତକାରରେ ନୀରଜ ଏମିତି ପ୍ରଶ୍ନକୁ ଅଣଦେଖା କରିବା ସହ ସରି କହିଛନ୍ତି। ଏହି ସାକ୍ଷାତକାରରେ ଜଣାଶୁଣା ଡିଜାଇନର ତଥା ଉପସ୍ଥାପକ ରାଜୀବ ସେଠୀ ନୀରଜଙ୍କୁ ପଚାରୁଛନ୍ତି, ତୁମେ ଖେଳ ଏବଂ ସେକ୍ସ ଲାଇଫ୍‌ରେ କେମିତି ବାଲାନ୍ସ କର। ରାଜୀବଙ୍କଠାରୁ ଏପରି ପ୍ରଶ୍ନ ଶୁଣି ନୀରଜ ବାରମ୍ବାର ସରି କହୁଥିବା ନଜର ଆସିଛନ୍ତି। ତଥାପି ରାଜୀବ ନୀରଜଙ୍କୁ ସେହି ପ୍ରଶ୍ନ ଦୋହରାଉଛନ୍ତି। ଏହା ପରେ ନୀରଜ କହିଛନ୍ତି, ମୁଁ ସରି କହିବା ପରେ ଆପଣ ଏଥିରୁ କ’ଣ କିଛି ବୁଝିପାରିଲେନି। ପ୍ଲିଜ୍‌ ମୋତେ ଏ ପ୍ରଶ୍ନ ପଚାରନ୍ତୁ ନାହିଁ। ଏହା ପରେ ରାଜୀବ କହୁଛନ୍ତି, ମୁଁ ଜାଣିଛି ଏ ପ୍ରଶ୍ନ ଆପଣଙ୍କୁ ଅଖାଡୁଆ ଲାଗିବ ତଥାପି ଏହା ପଛରେ ଏକ କାରଣ ଲୁଚି ରହିଛି। ଏ ପ୍ରଶ୍ନର ଉତ୍ତର ନୀରଜଙ୍କ ପାଖରେ ନ ଥିଲା। ରାଜୀବ କହିଛନ୍ତି, ମୁଁ ଜାଣିଛି ଏ ପ୍ରଶ୍ନର ଉତ୍ତର ନୀରଜ ଦେଇପାରିବେ ନାହିଁ।

ଅନ୍ୟପକ୍ଷରେ ନୀରଜଙ୍କୁ ଏପରି ପ୍ରଶ୍ନ ପଚାରିବା ରାଜୀବଙ୍କୁ ଭାରି ପଡ଼ିଛି। ଜଣେ ୟୁଜର ଲେଖିଛନ୍ତି, ରାଜୀବ ସେଠୀ କରଣ ଜୋହରଙ୍କ ପରି ନୀରଜଙ୍କୁ ସେକ୍ସ ଲାଇଫ୍‌ ବିଷୟରେ ପଚାରୁଛନ୍ତି। ମାତ୍ର ନୀରଜ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ପ୍ରଶ୍ନର ଉତ୍ତର ନ ଦେଇ ତାଙ୍କୁ ନିରାଶ କରିଦେଇଛନ୍ତି। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ଯଦି ଜଣେ ଝିଅକୁ ଏହି ପ୍ରଶ୍ନ ପଚରାଯାଇଥାନ୍ତା ତେବେ ଏହାକୁ ଯୌନ ଶୋଷଷ କୁହାଯାଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri