ମହାକାଶ ପର୍ଯ୍ୟଟନର ସମ୍ଭାବନା

ନଗେନ୍ଦ୍ର ନାଥ ପଟ୍ଟନାୟକ

ଏବେ ମହାକାଶ ପର୍ଯ୍ୟଟନ ବାସ୍ତବତାରେ ପରିଣତ ହୋଇଛି। ଅରବପତି ରିଚାର୍ଡ ବ୍ରାନ୍‌ସନ୍‌ଙ୍କ ଘରୋଇ କମ୍ପାନୀ ଭର୍ଜିନ ଗେଲୋକ୍ଟିକ ମହାକାଶରେ ଯାତ୍ରା କରିବାର ସ୍ବପ୍ନକୁ ସାକାର କରି ଦେଖାଇଛି। ବ୍ରାନ୍‌ସନ୍‌ଙ୍କ ବ୍ୟତୀତ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ମଧ୍ୟ ସଫଳତାର ସହ ମହାକାଶ ଯାତ୍ରାକରି ନିରାପଦରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ଅତଏବ ଏଣିକି ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ପୃଥିବୀ ଅତିକ୍ରମ କରି ମହାକାଶରେ ମାନବସମାଜ ଯାତ୍ରା କରିବ ବୋଲି ଆଶା ସଞ୍ଚାର ହେଲାଣି। ଉଲ୍ଲେଖଯୋଗ୍ୟ, ଏକବିଂଶ ଶତାବ୍ଦୀରେ ବିତଶାଳୀ ଦେଶଗୁଡିକରେ ଧନାଢ୍ୟ ଲୋକଙ୍କ ନୂତନ ବୃତ୍ତି ଏବେ ସ୍ପେସ୍‌ ଟୁରିଜମ୍‌ ବା ମହାକାଶ ପର୍ଯ୍ୟଟନ ପାଲଟି ଯାଇଥିବାବେଳେ ସମଗ୍ର ବିଶ୍ୱବାସୀ ଏବେ କୋଭିଡ୍‌-୧୯ ମହାମାରୀ ସହ ମୁକାବିଲା କରୁଛନ୍ତି।
ଏହି ଅଦୃଶ୍ୟ ଭୂତାଣୁ ସଂକ୍ରମଣର ଶିକାର ହୋଇ ଲକ୍ଷ ଲକ୍ଷ ଲୋକ ଅକାଳରେ ଟଳିପଡ଼ିଛନ୍ତି। ତେବେ ଏକଥା ସତ୍ୟ ଯେ ବିଶ୍ୱ ସମୁଦାୟରେ ଜନସଂଖ୍ୟାର ୨୨ପ୍ରତିଶତ ଲୋକଙ୍କୁ ଖାଇବାକୁ ମୁଠେ ଦାନା ନାହିଁ, ମୁଣ୍ଡ ଉପରେ ଚାଳ ନାହିଁ ଏବଂ ପିନ୍ଧିବାକୁ କନା ଖଣ୍ଡେ ବି ନାହିଁ । ମୁକୁଳା ଆକାଶ ତଳେ ଭୀଷଣ ଖରା, ପ୍ରବଳ ବର୍ଷା ଓ ହାଡ଼ଭଙ୍ଗା ଶୀତ ସହି ଜୀବନ ବିତଉଛନ୍ତି।
ମାତ୍ର ମନୁଷ୍ୟର ଆକାଂକ୍ଷା ଓ ଲାଳସା ମହାକାଶଠୁ ଉତ୍ତୁଙ୍ଗ ଓ ବିରାଟ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସେମାନେ ଏହି ଯାତ୍ରାକରି ଭରପୂର ମଜା ଉଠାଉଛନ୍ତି, ଯାହାକି ଏକଦା ଆମକୁ କଳ୍ପନା ତଥା ସ୍ବପ୍ନରାଇଜ ପରି ଲାଗୁଥିଲା। ଯାହାକୁ ଆମେ ପରୀ କଥାରେ ଶୁଣି ଆମେ ଏଡେରୁ ଏଡୁଟିଏ ହୋଇଛେ।
ଟଙ୍କା ଖର୍ଚ୍ଚକରି ମହାକାଶରେ କିଛି ମୁହୂର୍ତ୍ତ ଯାତ୍ରା କରିବାର ରୋମାଞ୍ଚ ଏବେ ବିଶ୍ୱ ଭ୍ରମଣଠାରୁ କାହିଁ କେତେଗୁଣା ଅଧିକ ଅନୁଭବ କରିହୁଏ। ଏହା ଏମିତି ଏକ ରୋମାଞ୍ଚଭରା ଯାତ୍ରା ଯାହା ପହିଲେ ରେଳଗାଡ଼ିରେ ବସିଲା ବେଳେ ଆମେ ଅନୁଭବ କରୁ । ବିଗତ ୫୧ ବର୍ଷ ଭିତରେ ବୈଜ୍ଞାନିକ କାରଣ ଓ ମନୁଷ୍ୟର ପୃଥିବୀ ଉପରେ ଅନ୍ବେଷଣର ଅଦମ୍ୟ ଇଚ୍ଛା ହେତୁ ମହାକାଶ ଯାତ୍ରୀ ସୁଦୂର ମହାକାଶରେ ଭ୍ରମଣ କରୁଛନ୍ତି । ହଜାର ହଜାର ବର୍ଷର ସୌନ୍ଦର୍ଯ୍ୟ ତଥା ଶୀତଳତାର ପ୍ରତୀକ ଚନ୍ଦ୍ରପୃଷ୍ଠରେ ଅଧ ଶତାବ୍ଦୀ ଆଗରୁ ନିଲ୍‌ ଆର୍ମଷ୍କ୍ରଙ୍ଗ ଅବତରଣ କରିଥିଲେ ଏବଂ ସେତେବେଳେ ମନୁଷ୍ୟର ପାଦ ପ୍‌ରଥମଥର ଲାଗି ପଡ଼ିଥିଲା। ଏଥିସହିତ ବିଶାଳ ବ୍ରହ୍ମାଣ୍ଡକୁ ସଶରୀରେ ପଦାଚାରଣ କରିବାର ବିରାଟ ସ୍ବପ୍ନ ସାକାର ହେଲା ଭଳି ଲାଗିଥିଲା, ଯାହା ଏବେ ବ୍ୟବସାୟିକ ରୂପ ଧାରଣ କରିଛି। ଏହି ଦୃଷ୍ଟିରୁ ବିଶ୍ୱର ତଥାକଥିତ ଧନାଢ଼୍ୟ ମହାକାଶ ପର୍ଯ୍ୟଟକ କମ୍ପାନୀ କାର୍ଯ୍ୟକ୍ଷମ ହୋଇଛି ।
ଏଥିରେ ସର୍ବପ୍ରଥମେ ଅରବପତି ବ୍ୟବସାୟୀ ସାର୍‌ ରିଚାର୍ଡ ବ୍ରେନ୍‌ସନଙ୍କ ଭର୍ଜିନ ଗେଲୋକ୍ଟିକ ସାମିଲ ହୋଇ ଅନ୍ତରୀକ୍ଷରେ ଇତିହାସ ସୃଷ୍ଟି କରିସାରିଛି। ମହାକାଶକୁ ପର୍ଯ୍ୟଟନ ନିମନ୍ତେ ବ୍ୟବହାର କରିବାକୁ ପ୍ରଥମେ ଘୋର ବିରୋଧ କରୁଥିବା ନାସା ଏବେ ଏଭଳି ଏକ ଘରୋଇ ଉଡ଼ାଣକୁ ଦୃଢ଼ ସମର୍ଥନ କରୁଛି । ବହୁ ପୁରାତନ କାଳରୁ ମହାକାଶରେ ଯାତ୍ରା କରିବାକୁ ମନୁଷ୍ୟ ମହତ ଅଭିଳାଷ ପୋଷଣ କରିଥିଲା। ଆମେରିକା ସ୍ଥିତ ସ୍ପେସ୍‌ ଏଜେନ୍‌ସି ନାସା ଦୀର୍ଘ ସମୟ ଧରି ମହାକାଶ ପର୍ଯ୍ୟଟକଙ୍କୁ ଆତିଥେୟତା ପ୍ରଦାନ କରିବାରେ ସଂକୋଚ କରୁଥିଲା।
ସେଥିପାଇଁ ରୁଷିଆ ୧୯୯୦ ଓ ୨୦୦୦ ଦଶକରେ ଶୀତଳ ଯୁଦ୍ଧର ପରବର୍ତ୍ତୀ ସମୟରେ ଧନ ଉତ୍ସର ଅନ୍ବେଷଣରେ କେତେକ ଧନିକ ଲୋକଙ୍କୁ ପଇସା ବଦଳରେ ମହାକାଶରେ ଯାତ୍ରା କରାଇଥିଲା।
ଦୁଇ ଅତି ଧନୀଙ୍କ ମହାକାଶ ଯାତ୍ରା ସଫଳ ହେବା ପରେ ଏବେ ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ହେବାର ସମ୍ଭାବନା ବେଶ୍‌ ଉଜ୍ଜ୍ୱଳ ଜଣାପଡୁଛି। ଅନ୍ତରୀକ୍ଷରେ ଯାତ୍ରା କରିବାର ଗୌରବ ହାସଲ କରିବା ଲାଗି ରୋମାଞ୍ଚିତ ଅରବପତିି ଲକ୍ଷଲକ୍ଷ ଡଲାର ଖର୍ଚ୍ଚ କରିବାରେ ଦ୍ୱିଧା ପ୍ରକାଶ କରନ୍ତି ନାହିଁ। ଧନିକଙ୍କ ପାଇଁ ଏହା ଏକ ବୈଶ୍ୱିକ ଷ୍ଟାଟସ ସିମ୍ବଲ ହାସଲ କରିବା ଭଳି।
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ସ୍ପେସ୍‌ ଟୁରିଜମ ବା ମହାକାଶ ପର୍ଯ୍ୟଟନ ଅରବପତିମାନଙ୍କର ପେସା ଅଥବା ସେମାନଙ୍କ ବିରାଟ ବ୍ୟବସାୟ ବନିଯିବ କି ?
ତେବେ ସେ ଯାହାହେଉ ଏଥିରେ ଲେଶ୍‌ମାତ୍ର ସନ୍ଦେହ ନାହିଁ ଯେ ଆଗକୁ ଅନ୍ତରୀକ୍ଷ ଦୃଶ୍ୟପଟ ନିଶ୍ଚତ ରୂପେ ବଦଳିଯିବ। ଘରୋଇ ସ୍ପେସ୍‌ କମ୍ପାନୀଙ୍କ ଅଭ୍ୟୁଦୟରେ ଧଡ଼ୀ ଲୋକଙ୍କୁ ଅନ୍ତରୀକ୍ଷ ଯାତ୍ରାର ଆନନ୍ଦ ଅନୁଭବ କରାଇବା ବେଶ୍‌ ସହଜ ମନେହୁଏ। ତେବେ ସ୍ପେସ୍‌ ଟୁରିଜମ୍‌କୁ ନେଇ ତୀବ୍ର ମତଭେଦ ସୃଷ୍ଟି ହୋଇଛି। ପରିବେଶବିତ୍‌ ଓ ମହାକାଶ ବିଜ୍ଞାନୀଙ୍କ କହିବା କଥା ହେଲା, ଅରବପତିମାନେ ସ୍ପେସ୍‌ କମ୍ପାନୀ ବିଜ୍ଞାନକୁ ଆଗେଇ ନେବାରେ ମାନବଜାତିର ସୀମାକୁ ବିସ୍ତାର ତଥା ସେମାନଙ୍କ କଲ୍ୟାଣ କରିବା ଲାଗି ଧନ ବ୍ୟୟ କରନ୍ତି ନାହିଁ। ବରଂ ନିଜ ଧନକୁ ଏଭଳି ଭାବରେ ଖର୍ଚ୍ଚ କରନ୍ତି ଯାହା ଅନ୍ତରୀକ୍ଷରେ ମଧ୍ୟ ଜଳବାୟୁକୁ ନଷ୍ଟ କରିଦିଅନ୍ତି। କମ୍ପାନୀଗୁଡ଼ିକ ଜଳବାୟୁ ପରିବର୍ତ୍ତନର ବାସ୍ତବ ସମସ୍ୟାକୁ ନଜରଅନ୍ଦାଜ କରିଥାନ୍ତି। ଅନ୍ତରୀକ୍ଷ ଟୁରିଜମର ଉଦ୍ଦେଶ୍ୟ-ଅମିରମାନଙ୍କୁ ମୋହିତ କରି ଅର୍ଥରାଶି ଉପାର୍ଜନ କରିବା। ଏପର୍ଯ୍ୟନ୍ତ ଆମର ଜ୍ଞାନମଣ୍ଡଳରେ କେବଳ ଧରିତ୍ରୀ କୋଳରେ ହିଁ ମଣିଷ ଜୀବନ ଜିଇପାରିବ। ଆଜିକାଲି ଆମେ ସୁବିଧାଜନକ ତଥା ସୁରକ୍ଷିତ ଜୀବନ ଜିଇବାର ବୈଷୟିକ କଳାକୌଶଳ ହାସଲ କରିଛେ।
ପରନ୍ତୁ ପରିବର୍ତ୍ତିତ ସାମାଜିକ ଓ ପାରିପାର୍ଶ୍ୱିକ ସ୍ଥିତିରେ ବିଶ୍ୱ ଉତ୍‌ଥାନ ପତନ ଦେଇ ଗତିକରୁଛି।
ମହାକାଶ ଯାତ୍ରା ମନୁଷ୍ୟର ସପନକୁ ସାକାର କରିପାରେ ସିନା ହେଲେ ମାନବଜାତି ଜଳବାୟୁ ପରିବର୍ତ୍ତନ,ଜୈବ ବିବିଧତାର ବିନାଶ, ପରମାଣୁ ଯୁଦ୍ଧର ଆଶଙ୍କା ଘେରରେ ରହିଛି। ଆଶଙ୍କା କରାଯାଉଛି ମହାକାଶ ଯାତ୍ରା ସରକାରୀ ନିୟନ୍ତ୍ରଣରୁ ଧୀରେ ଧୀରେ ଅପସରିଯିବ ଏବଂ ଘରୋଇ କମ୍ପାନୀଗୁଡ଼ିକ ସକ୍ରିୟ ହୋଇଯିବେ। ଆଉ ନାସାକୁ ନିଜ କମ୍ପାନୀ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ।
ମୋ: ୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri