ମହାକାଶ ପର୍ଯ୍ୟଟନର ସମ୍ଭାବନା

ନଗେନ୍ଦ୍ର ନାଥ ପଟ୍ଟନାୟକ

ଏବେ ମହାକାଶ ପର୍ଯ୍ୟଟନ ବାସ୍ତବତାରେ ପରିଣତ ହୋଇଛି। ଅରବପତି ରିଚାର୍ଡ ବ୍ରାନ୍‌ସନ୍‌ଙ୍କ ଘରୋଇ କମ୍ପାନୀ ଭର୍ଜିନ ଗେଲୋକ୍ଟିକ ମହାକାଶରେ ଯାତ୍ରା କରିବାର ସ୍ବପ୍ନକୁ ସାକାର କରି ଦେଖାଇଛି। ବ୍ରାନ୍‌ସନ୍‌ଙ୍କ ବ୍ୟତୀତ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ମଧ୍ୟ ସଫଳତାର ସହ ମହାକାଶ ଯାତ୍ରାକରି ନିରାପଦରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ଅତଏବ ଏଣିକି ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ପୃଥିବୀ ଅତିକ୍ରମ କରି ମହାକାଶରେ ମାନବସମାଜ ଯାତ୍ରା କରିବ ବୋଲି ଆଶା ସଞ୍ଚାର ହେଲାଣି। ଉଲ୍ଲେଖଯୋଗ୍ୟ, ଏକବିଂଶ ଶତାବ୍ଦୀରେ ବିତଶାଳୀ ଦେଶଗୁଡିକରେ ଧନାଢ୍ୟ ଲୋକଙ୍କ ନୂତନ ବୃତ୍ତି ଏବେ ସ୍ପେସ୍‌ ଟୁରିଜମ୍‌ ବା ମହାକାଶ ପର୍ଯ୍ୟଟନ ପାଲଟି ଯାଇଥିବାବେଳେ ସମଗ୍ର ବିଶ୍ୱବାସୀ ଏବେ କୋଭିଡ୍‌-୧୯ ମହାମାରୀ ସହ ମୁକାବିଲା କରୁଛନ୍ତି।
ଏହି ଅଦୃଶ୍ୟ ଭୂତାଣୁ ସଂକ୍ରମଣର ଶିକାର ହୋଇ ଲକ୍ଷ ଲକ୍ଷ ଲୋକ ଅକାଳରେ ଟଳିପଡ଼ିଛନ୍ତି। ତେବେ ଏକଥା ସତ୍ୟ ଯେ ବିଶ୍ୱ ସମୁଦାୟରେ ଜନସଂଖ୍ୟାର ୨୨ପ୍ରତିଶତ ଲୋକଙ୍କୁ ଖାଇବାକୁ ମୁଠେ ଦାନା ନାହିଁ, ମୁଣ୍ଡ ଉପରେ ଚାଳ ନାହିଁ ଏବଂ ପିନ୍ଧିବାକୁ କନା ଖଣ୍ଡେ ବି ନାହିଁ । ମୁକୁଳା ଆକାଶ ତଳେ ଭୀଷଣ ଖରା, ପ୍ରବଳ ବର୍ଷା ଓ ହାଡ଼ଭଙ୍ଗା ଶୀତ ସହି ଜୀବନ ବିତଉଛନ୍ତି।
ମାତ୍ର ମନୁଷ୍ୟର ଆକାଂକ୍ଷା ଓ ଲାଳସା ମହାକାଶଠୁ ଉତ୍ତୁଙ୍ଗ ଓ ବିରାଟ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସେମାନେ ଏହି ଯାତ୍ରାକରି ଭରପୂର ମଜା ଉଠାଉଛନ୍ତି, ଯାହାକି ଏକଦା ଆମକୁ କଳ୍ପନା ତଥା ସ୍ବପ୍ନରାଇଜ ପରି ଲାଗୁଥିଲା। ଯାହାକୁ ଆମେ ପରୀ କଥାରେ ଶୁଣି ଆମେ ଏଡେରୁ ଏଡୁଟିଏ ହୋଇଛେ।
ଟଙ୍କା ଖର୍ଚ୍ଚକରି ମହାକାଶରେ କିଛି ମୁହୂର୍ତ୍ତ ଯାତ୍ରା କରିବାର ରୋମାଞ୍ଚ ଏବେ ବିଶ୍ୱ ଭ୍ରମଣଠାରୁ କାହିଁ କେତେଗୁଣା ଅଧିକ ଅନୁଭବ କରିହୁଏ। ଏହା ଏମିତି ଏକ ରୋମାଞ୍ଚଭରା ଯାତ୍ରା ଯାହା ପହିଲେ ରେଳଗାଡ଼ିରେ ବସିଲା ବେଳେ ଆମେ ଅନୁଭବ କରୁ । ବିଗତ ୫୧ ବର୍ଷ ଭିତରେ ବୈଜ୍ଞାନିକ କାରଣ ଓ ମନୁଷ୍ୟର ପୃଥିବୀ ଉପରେ ଅନ୍ବେଷଣର ଅଦମ୍ୟ ଇଚ୍ଛା ହେତୁ ମହାକାଶ ଯାତ୍ରୀ ସୁଦୂର ମହାକାଶରେ ଭ୍ରମଣ କରୁଛନ୍ତି । ହଜାର ହଜାର ବର୍ଷର ସୌନ୍ଦର୍ଯ୍ୟ ତଥା ଶୀତଳତାର ପ୍ରତୀକ ଚନ୍ଦ୍ରପୃଷ୍ଠରେ ଅଧ ଶତାବ୍ଦୀ ଆଗରୁ ନିଲ୍‌ ଆର୍ମଷ୍କ୍ରଙ୍ଗ ଅବତରଣ କରିଥିଲେ ଏବଂ ସେତେବେଳେ ମନୁଷ୍ୟର ପାଦ ପ୍‌ରଥମଥର ଲାଗି ପଡ଼ିଥିଲା। ଏଥିସହିତ ବିଶାଳ ବ୍ରହ୍ମାଣ୍ଡକୁ ସଶରୀରେ ପଦାଚାରଣ କରିବାର ବିରାଟ ସ୍ବପ୍ନ ସାକାର ହେଲା ଭଳି ଲାଗିଥିଲା, ଯାହା ଏବେ ବ୍ୟବସାୟିକ ରୂପ ଧାରଣ କରିଛି। ଏହି ଦୃଷ୍ଟିରୁ ବିଶ୍ୱର ତଥାକଥିତ ଧନାଢ଼୍ୟ ମହାକାଶ ପର୍ଯ୍ୟଟକ କମ୍ପାନୀ କାର୍ଯ୍ୟକ୍ଷମ ହୋଇଛି ।
ଏଥିରେ ସର୍ବପ୍ରଥମେ ଅରବପତି ବ୍ୟବସାୟୀ ସାର୍‌ ରିଚାର୍ଡ ବ୍ରେନ୍‌ସନଙ୍କ ଭର୍ଜିନ ଗେଲୋକ୍ଟିକ ସାମିଲ ହୋଇ ଅନ୍ତରୀକ୍ଷରେ ଇତିହାସ ସୃଷ୍ଟି କରିସାରିଛି। ମହାକାଶକୁ ପର୍ଯ୍ୟଟନ ନିମନ୍ତେ ବ୍ୟବହାର କରିବାକୁ ପ୍ରଥମେ ଘୋର ବିରୋଧ କରୁଥିବା ନାସା ଏବେ ଏଭଳି ଏକ ଘରୋଇ ଉଡ଼ାଣକୁ ଦୃଢ଼ ସମର୍ଥନ କରୁଛି । ବହୁ ପୁରାତନ କାଳରୁ ମହାକାଶରେ ଯାତ୍ରା କରିବାକୁ ମନୁଷ୍ୟ ମହତ ଅଭିଳାଷ ପୋଷଣ କରିଥିଲା। ଆମେରିକା ସ୍ଥିତ ସ୍ପେସ୍‌ ଏଜେନ୍‌ସି ନାସା ଦୀର୍ଘ ସମୟ ଧରି ମହାକାଶ ପର୍ଯ୍ୟଟକଙ୍କୁ ଆତିଥେୟତା ପ୍ରଦାନ କରିବାରେ ସଂକୋଚ କରୁଥିଲା।
ସେଥିପାଇଁ ରୁଷିଆ ୧୯୯୦ ଓ ୨୦୦୦ ଦଶକରେ ଶୀତଳ ଯୁଦ୍ଧର ପରବର୍ତ୍ତୀ ସମୟରେ ଧନ ଉତ୍ସର ଅନ୍ବେଷଣରେ କେତେକ ଧନିକ ଲୋକଙ୍କୁ ପଇସା ବଦଳରେ ମହାକାଶରେ ଯାତ୍ରା କରାଇଥିଲା।
ଦୁଇ ଅତି ଧନୀଙ୍କ ମହାକାଶ ଯାତ୍ରା ସଫଳ ହେବା ପରେ ଏବେ ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ହେବାର ସମ୍ଭାବନା ବେଶ୍‌ ଉଜ୍ଜ୍ୱଳ ଜଣାପଡୁଛି। ଅନ୍ତରୀକ୍ଷରେ ଯାତ୍ରା କରିବାର ଗୌରବ ହାସଲ କରିବା ଲାଗି ରୋମାଞ୍ଚିତ ଅରବପତିି ଲକ୍ଷଲକ୍ଷ ଡଲାର ଖର୍ଚ୍ଚ କରିବାରେ ଦ୍ୱିଧା ପ୍ରକାଶ କରନ୍ତି ନାହିଁ। ଧନିକଙ୍କ ପାଇଁ ଏହା ଏକ ବୈଶ୍ୱିକ ଷ୍ଟାଟସ ସିମ୍ବଲ ହାସଲ କରିବା ଭଳି।
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ସ୍ପେସ୍‌ ଟୁରିଜମ ବା ମହାକାଶ ପର୍ଯ୍ୟଟନ ଅରବପତିମାନଙ୍କର ପେସା ଅଥବା ସେମାନଙ୍କ ବିରାଟ ବ୍ୟବସାୟ ବନିଯିବ କି ?
ତେବେ ସେ ଯାହାହେଉ ଏଥିରେ ଲେଶ୍‌ମାତ୍ର ସନ୍ଦେହ ନାହିଁ ଯେ ଆଗକୁ ଅନ୍ତରୀକ୍ଷ ଦୃଶ୍ୟପଟ ନିଶ୍ଚତ ରୂପେ ବଦଳିଯିବ। ଘରୋଇ ସ୍ପେସ୍‌ କମ୍ପାନୀଙ୍କ ଅଭ୍ୟୁଦୟରେ ଧଡ଼ୀ ଲୋକଙ୍କୁ ଅନ୍ତରୀକ୍ଷ ଯାତ୍ରାର ଆନନ୍ଦ ଅନୁଭବ କରାଇବା ବେଶ୍‌ ସହଜ ମନେହୁଏ। ତେବେ ସ୍ପେସ୍‌ ଟୁରିଜମ୍‌କୁ ନେଇ ତୀବ୍ର ମତଭେଦ ସୃଷ୍ଟି ହୋଇଛି। ପରିବେଶବିତ୍‌ ଓ ମହାକାଶ ବିଜ୍ଞାନୀଙ୍କ କହିବା କଥା ହେଲା, ଅରବପତିମାନେ ସ୍ପେସ୍‌ କମ୍ପାନୀ ବିଜ୍ଞାନକୁ ଆଗେଇ ନେବାରେ ମାନବଜାତିର ସୀମାକୁ ବିସ୍ତାର ତଥା ସେମାନଙ୍କ କଲ୍ୟାଣ କରିବା ଲାଗି ଧନ ବ୍ୟୟ କରନ୍ତି ନାହିଁ। ବରଂ ନିଜ ଧନକୁ ଏଭଳି ଭାବରେ ଖର୍ଚ୍ଚ କରନ୍ତି ଯାହା ଅନ୍ତରୀକ୍ଷରେ ମଧ୍ୟ ଜଳବାୟୁକୁ ନଷ୍ଟ କରିଦିଅନ୍ତି। କମ୍ପାନୀଗୁଡ଼ିକ ଜଳବାୟୁ ପରିବର୍ତ୍ତନର ବାସ୍ତବ ସମସ୍ୟାକୁ ନଜରଅନ୍ଦାଜ କରିଥାନ୍ତି। ଅନ୍ତରୀକ୍ଷ ଟୁରିଜମର ଉଦ୍ଦେଶ୍ୟ-ଅମିରମାନଙ୍କୁ ମୋହିତ କରି ଅର୍ଥରାଶି ଉପାର୍ଜନ କରିବା। ଏପର୍ଯ୍ୟନ୍ତ ଆମର ଜ୍ଞାନମଣ୍ଡଳରେ କେବଳ ଧରିତ୍ରୀ କୋଳରେ ହିଁ ମଣିଷ ଜୀବନ ଜିଇପାରିବ। ଆଜିକାଲି ଆମେ ସୁବିଧାଜନକ ତଥା ସୁରକ୍ଷିତ ଜୀବନ ଜିଇବାର ବୈଷୟିକ କଳାକୌଶଳ ହାସଲ କରିଛେ।
ପରନ୍ତୁ ପରିବର୍ତ୍ତିତ ସାମାଜିକ ଓ ପାରିପାର୍ଶ୍ୱିକ ସ୍ଥିତିରେ ବିଶ୍ୱ ଉତ୍‌ଥାନ ପତନ ଦେଇ ଗତିକରୁଛି।
ମହାକାଶ ଯାତ୍ରା ମନୁଷ୍ୟର ସପନକୁ ସାକାର କରିପାରେ ସିନା ହେଲେ ମାନବଜାତି ଜଳବାୟୁ ପରିବର୍ତ୍ତନ,ଜୈବ ବିବିଧତାର ବିନାଶ, ପରମାଣୁ ଯୁଦ୍ଧର ଆଶଙ୍କା ଘେରରେ ରହିଛି। ଆଶଙ୍କା କରାଯାଉଛି ମହାକାଶ ଯାତ୍ରା ସରକାରୀ ନିୟନ୍ତ୍ରଣରୁ ଧୀରେ ଧୀରେ ଅପସରିଯିବ ଏବଂ ଘରୋଇ କମ୍ପାନୀଗୁଡ଼ିକ ସକ୍ରିୟ ହୋଇଯିବେ। ଆଉ ନାସାକୁ ନିଜ କମ୍ପାନୀ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ।
ମୋ: ୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri