ବିଶ୍ୱସନୀୟତା ରଖିଛି ଡାକ ବିଭାଗ

କୁନ୍ଦୁରା,୧୨।୧୦(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଡାକ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ବିଶ୍ୱ ଡାକ ସପ୍ତାହ ଅବସରରେ ଉପଖଣ୍ଡସ୍ତରୀୟ ଡାକମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାକ ବିଭାଗର ଅତିରିକ୍ତ ଡାକ ଅଧୀକ୍ଷକ ସମରେନ୍ଦ୍ର ସେଠୀ ଯୋଗଦେଇ ଡାକଘରେ ଏବେ ମିଳୁଥିବା ବିଭିନ୍ନ ସେବା ସମ୍ପର୍କରେ ଅବଗତ କରାଇଥିଲେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯଥା ଛୋଟ ଛୁଆର ଆଧାର କାର୍ଡଠାରୁ ଆରମ୍ଭ କରି ଅନ୍ତିମ ସମୟର ଆବଶ୍ୟକ ପବିତ୍ର ଗଙ୍ଗାଜଳ ପର୍ଯ୍ୟନ୍ତ ଡାକଘରୁ ମିଳିବା ସୁବିଧା କରାଯାଇଥିବା ସେ କହିଥିଲେ l ସମ୍ମାନିତ ଅତିଥି ଭାବେ ଡାକ ନିରୀକ୍ଷକ ପି. ଦିନେଶ ଯୋଗଦେଇ ଆଜି ଡାକଘରେ ସରକାରଙ୍କ ସମସ୍ତ ସହାୟତା ଯୋଜନାର ଅର୍ଥ ହିତାଧିକାରୀମାନଙ୍କୁ ସହଜରେ ମିଳିବା ବ୍ୟବସ୍ଥା ହୋଇଛି। ଏଥିରେ ଅର୍ଥ ସଞ୍ଚୟ କଲେ ଅଧିକ ସୁଧ ମିଳିବା ସହ ସୁରକ୍ଷିତ ରହିଥାଏ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତି୍ୟକ ଓ ଗବେଷକ ଅଧ୍ୟାପକ ଡ. ରାଜେନ୍ଦ୍ର ପାଢ଼ୀ ଯୋଗ ଦେଇ ଭାରତରେ ଡାକ ବ୍ୟବସ୍ଥାର ଇତିହାସ ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ଅବଗତ କରାଇଥିଲେ l ଅତୀତରେ ମୋବାଇଲ ସେବା ଓ ଅନ୍ୟ କୌଣସି ଯୋଗାଯୋଗର ସୁବିଧା ନ ଥିବା ବେଳେ ଡାକ ବିଭାଗ ଲୋକଙ୍କ ମଧ୍ୟରେ ଯୋଗାଯୋଗର ଏକ ମାତ୍ର ମାଧ୍ୟମ ଥିଲା ବୋଲି ସେ ପ୍ରକାଶ କରିଥିଲେ। ଡାକ କର୍ମଚାରୀମାନେ ଖରା,ବର୍ଷା ଓ ଅନ୍ୟାନ୍ୟ ପ୍ରାକୃତିକ ପ୍ରତିକୂଳ ଅବସ୍ଥାକୁ ଖାତିର ନ କରି ଜଣେ ବନ୍ଧୁ ଭାବେ ନିରଳସ ସେବା ଯୋଗାଇବାରେ ଅବହେଳା କରି ନ ଥାଆନ୍ତି ବୋଲି ଡ. ପାଢ଼ୀ କହିଥିଲେ। ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡାକ ବିଭାଗର ବିଭିନ୍ନ କାର୍ଯ୍ୟର ବିଶ୍ୱସନୀୟତାକୁ ପ୍ରଶଂସା କରିଥିଲେ। ସଭାକୁ ଓଭରସିୟର ଆଲୋକ ସାହୁ ପରିଚାଳନା କରିଥିଲେ। ଆଲୋକ ନାଥ ଶତପଥୀ ଧନ୍ୟବାଦ ଦେଇଥିଲେ । ଏହି ମେଳାରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର, ଅଙ୍ଗନଓ୍ବାଡି କର୍ମୀ, ଜୟପୁର ଉପଖଣ୍ଡର ଡାକ ବିଭାଗୀୟ କର୍ମଚାରୀ, ଏସ୍‌ଏଚ୍‌ଜି ସଭ୍ୟାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। କୁନ୍ଦୁରା ବ୍ଲକ ସଦର ମହକୁମାରେ କାର୍ଯ୍ୟଭାର ବଢ଼ିଥିବାରୁ ଏଠାରେ ଏକ ସବ୍‌ ପୋଷ୍ଟ ଅଫିସ ପ୍ରତିଷ୍ଠା କରିବାକୁ ଏହି ଅବସରରେ ଦାବି କରାଯାଇଥିଲା। ଏ ସମ୍ପର୍କରେ ଏକ ପ୍ରସ୍ତାବ ଡାକ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଠାଯାଇଥିବା ଡାକ ବିଭାଗୀୟ ଅତିରିକ୍ତ ଅଧୀକ୍ଷକ ସେଠୀ ଓ ନିରୀକ୍ଷକ ପି. ଦିନେଶ ପ୍ରକାଶ କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri