ବର୍ଷାରେ ଭିଜୁଛନ୍ତି ଗରିବ ପରିବାର

ଯାଜପୁର ଅଫିସ,୧୩ା୯:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏଯାଏ ପ୍ରାୟ ୩୦ ହଜାର ଗ୍ରାମୀଣ ଆବାସ ବଣ୍ଟନ ହୋଇଛି। ତଥାପି ବ୍ଲକରେ କଚ୍ଚା ଘର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏଠାରେ ୭୦ ପ୍ରତିଶତ ବାସଗୃହ ଗାଏବ ହୋଇଯାଇଥିବାବେଳେ ଜଣେ ଜଣେ ହିତାଧିକାରୀ ଏକାଧିକ ସରକାରୀ ଆବାସ ହାତେଇ ନେଇଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏହିକ୍ରମରେ ଏବେ ବି ବହୁ ଗରିବ ପରିବାର ପକ୍କା ଘରଟିଏ ନ ପାଇ ବର୍ଷାରେ ଭିଜୁଛନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମର ବିଜୟ ମଲିକଙ୍କ ପରିବାରରେ। ଗତ ଦୁଇ ସପ୍ତାହ ତଳେ ଲଗାଣ ବର୍ଷା ପ୍ରଭାବରେ ତାଙ୍କ ଭଙ୍ଗା କୁଡ଼ିଆରୁ ପାଲ ଫାଟିି ପାଣି ଘରେ ପଶିଥିଲା। ଏହି ଦୟନୀୟ ଅବସ୍ଥା ଦେଖି ସୀମାନ୍ତ କୁମାର ପାତ୍ରଙ୍କ ସମେତ କେତେଜଣ ସାମାଜିକ କର୍ମୀ ରାଜସ୍ବ ନିରୀକ୍ଷକ ଓ ବିଞ୍ଝାରପୁର ଭାରପ୍ରାପ୍ତ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ଆରଦିନ ସେ ମୂଲ ମଜୁରିରୁ ସିଂହପୁର ବଜାରରୁ ଦୁଇଶହ ଟଙ୍କା ଦେଇ ଏକ ଧଳା ପତଳା ପଲିଥିନ କିଣି ନିଜ ଘରେ ପକାଇଥିଲେ। କିନ୍ତୁ ସେଦିନ ତାଙ୍କ ପରିବାର ଉପାସରେ ରହିଥିଲେ। ଏବେ ପୁଣି ଲଘୁଚାପ ଜନିତ ପ୍ରବଳ ବର୍ଷା ହେଉଛି। ସେମାନେ କିପରି ଦୁଃଖ କଷ୍ଟରେ ରହୁଛନ୍ତି, କେବଳ ଜଣେ ଅନୁଭବୀ ହିଁ ଜାଣିପାରିବ। ସେମାନଙ୍କୁ ସରକାର ଘର ଖଣ୍ଡେ ଦେଲେ ନାହିଁ କି ଏହି ବିପଦ ସମୟରେ ପଲିଥିନ ଖଣ୍ଡେ ଦେଲେନାହିଁ। ଏହାଠୁଁ ଦୁଃଖଦାୟକ କଥା ଆଉ କ’ଣ ଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ମନ୍ତ୍ରୀ ହୋଇଥିବାବେଳେ ତାଙ୍କ ଅଞ୍ଚଳରେ ଯଦି ଲୋକେ ଏଭଳି ଦୟନୀୟ ଅବସ୍ଥାରେ ରହିବେ, ତେବେ ଅନ୍ୟ ଅଞ୍ଚଳର ଅବସ୍ଥା କ’ଣ ହୋଇପାରେ ବୋଲି ଆଲୋଚନା ହେଉଛି। ପ୍ରଶାସନିକ ଅଧିକାରୀ ଗୋଟିଏ ବର୍ଷା ରାତିରେ ଏଭଳି ଭଙ୍ଗା କୁଡ଼ିଆ ଘରେ ଆଶ୍ରୟ ନେଲେ ବାସ୍ତବ ସମସ୍ୟା ଅନୁଭବ କରିପାରିବେ ବୋଲି କେତେଜଣ ସାମାଜିକ କର୍ମୀ କହିଛନ୍ତି।
ବ୍ଲକରେ ଗ୍ରାମୀଣ ଆବାସ ଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଥିଲା। ସାମାଜିକ କର୍ମୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପୂର୍ବତନ ସରପଞ୍ଚ ଏ ସମ୍ପର୍କରେ ପ୍ରମାଣ ତଥ୍ୟ ସହ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ରାଜ୍ୟ ଭିଜିଲାନ୍ସ ବିଭାଗ ଓ ଜିଲାପାଳଙ୍କୁ ଲିଖିତ ଭାବେ ୨୦୧୭ ନଭେମ୍ବର ୧୨ରେ ଅଭିଯୋଗ କରିଥିଲେ। ଏହାପରେ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନେଇ ଏକ ତଦନ୍ତକାରୀ କମିଟି ଗଠନ ହୋଇଥିଲା। ଫଳରେ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନାରେ ଏଠାରେ ମହାଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା। ଅଭିଯୋଗ ଅନୁସାରେ ବିଞ୍ଝାରପୁର ଓ ସୟଦପୁର ପଞ୍ଚାୟତରେ ଯୋଜନା ଅନ୍ତର୍ଗତ ଶତାଧିକ ଘର ଜାଲ୍‌ ହିତାଧିକାରୀମାନଙ୍କୁ ବଣ୍ଟନ ହୋଇଥିଲା। ମୃତ ଓ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏପରି କି ଏହି ଯୋଜନା ହାତେଇବା ପାଇଁ ସ୍ବାମୀ ଓ ବାପାଙ୍କ ନାମ ମଧ୍ୟ ବଦଳାଇ ଦିଆଯାଇଥିଲା। ଗୋଟିଏ ପରିବାରରେ ୫ରୁ ଅଧିକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ହାତେଇଥିଲେ। କେତେଜଣ ହିତାଧିକାରୀଙ୍କ ୨ ମହଲା କୋଠାଘର ଥିବା ଦେଖିବାକୁ ମିଳିଥିଲା। ସେହିପରି ସେତେବେଳେ ଇଣ୍ଡେନ ଗ୍ୟାସର ଏଜେନ୍ସି ନେଇଥିବା ବ୍ୟକ୍ତି, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଥିଲେ। ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଏଭଳି ଏକାଧିକ ଥିଲାବାଲା ଲୋକ ଏହି ଯୋଜନାର ଭରପୂର ଫାଇଦା ଉଠାଇଥିବାବେଳେ ଗରିବ ହିତାଧିକାରୀ ପକ୍କାଘର ପାଇଁ ଚାହିଁ ରହିଥିବା ଏଠାରେ ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ବିଞ୍ଝାରପୁର ଅତିରିକ୍ତ ତହସିଲଦାର ଏବଂ ଜରି ରାଜସ୍ବ ନିରୀକ୍ଷକଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri