ବର୍ଷାରେ ଭିଜୁଛନ୍ତି ଗରିବ ପରିବାର

ଯାଜପୁର ଅଫିସ,୧୩ା୯:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏଯାଏ ପ୍ରାୟ ୩୦ ହଜାର ଗ୍ରାମୀଣ ଆବାସ ବଣ୍ଟନ ହୋଇଛି। ତଥାପି ବ୍ଲକରେ କଚ୍ଚା ଘର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏଠାରେ ୭୦ ପ୍ରତିଶତ ବାସଗୃହ ଗାଏବ ହୋଇଯାଇଥିବାବେଳେ ଜଣେ ଜଣେ ହିତାଧିକାରୀ ଏକାଧିକ ସରକାରୀ ଆବାସ ହାତେଇ ନେଇଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏହିକ୍ରମରେ ଏବେ ବି ବହୁ ଗରିବ ପରିବାର ପକ୍କା ଘରଟିଏ ନ ପାଇ ବର୍ଷାରେ ଭିଜୁଛନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମର ବିଜୟ ମଲିକଙ୍କ ପରିବାରରେ। ଗତ ଦୁଇ ସପ୍ତାହ ତଳେ ଲଗାଣ ବର୍ଷା ପ୍ରଭାବରେ ତାଙ୍କ ଭଙ୍ଗା କୁଡ଼ିଆରୁ ପାଲ ଫାଟିି ପାଣି ଘରେ ପଶିଥିଲା। ଏହି ଦୟନୀୟ ଅବସ୍ଥା ଦେଖି ସୀମାନ୍ତ କୁମାର ପାତ୍ରଙ୍କ ସମେତ କେତେଜଣ ସାମାଜିକ କର୍ମୀ ରାଜସ୍ବ ନିରୀକ୍ଷକ ଓ ବିଞ୍ଝାରପୁର ଭାରପ୍ରାପ୍ତ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ଆରଦିନ ସେ ମୂଲ ମଜୁରିରୁ ସିଂହପୁର ବଜାରରୁ ଦୁଇଶହ ଟଙ୍କା ଦେଇ ଏକ ଧଳା ପତଳା ପଲିଥିନ କିଣି ନିଜ ଘରେ ପକାଇଥିଲେ। କିନ୍ତୁ ସେଦିନ ତାଙ୍କ ପରିବାର ଉପାସରେ ରହିଥିଲେ। ଏବେ ପୁଣି ଲଘୁଚାପ ଜନିତ ପ୍ରବଳ ବର୍ଷା ହେଉଛି। ସେମାନେ କିପରି ଦୁଃଖ କଷ୍ଟରେ ରହୁଛନ୍ତି, କେବଳ ଜଣେ ଅନୁଭବୀ ହିଁ ଜାଣିପାରିବ। ସେମାନଙ୍କୁ ସରକାର ଘର ଖଣ୍ଡେ ଦେଲେ ନାହିଁ କି ଏହି ବିପଦ ସମୟରେ ପଲିଥିନ ଖଣ୍ଡେ ଦେଲେନାହିଁ। ଏହାଠୁଁ ଦୁଃଖଦାୟକ କଥା ଆଉ କ’ଣ ଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ମନ୍ତ୍ରୀ ହୋଇଥିବାବେଳେ ତାଙ୍କ ଅଞ୍ଚଳରେ ଯଦି ଲୋକେ ଏଭଳି ଦୟନୀୟ ଅବସ୍ଥାରେ ରହିବେ, ତେବେ ଅନ୍ୟ ଅଞ୍ଚଳର ଅବସ୍ଥା କ’ଣ ହୋଇପାରେ ବୋଲି ଆଲୋଚନା ହେଉଛି। ପ୍ରଶାସନିକ ଅଧିକାରୀ ଗୋଟିଏ ବର୍ଷା ରାତିରେ ଏଭଳି ଭଙ୍ଗା କୁଡ଼ିଆ ଘରେ ଆଶ୍ରୟ ନେଲେ ବାସ୍ତବ ସମସ୍ୟା ଅନୁଭବ କରିପାରିବେ ବୋଲି କେତେଜଣ ସାମାଜିକ କର୍ମୀ କହିଛନ୍ତି।
ବ୍ଲକରେ ଗ୍ରାମୀଣ ଆବାସ ଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଥିଲା। ସାମାଜିକ କର୍ମୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପୂର୍ବତନ ସରପଞ୍ଚ ଏ ସମ୍ପର୍କରେ ପ୍ରମାଣ ତଥ୍ୟ ସହ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ରାଜ୍ୟ ଭିଜିଲାନ୍ସ ବିଭାଗ ଓ ଜିଲାପାଳଙ୍କୁ ଲିଖିତ ଭାବେ ୨୦୧୭ ନଭେମ୍ବର ୧୨ରେ ଅଭିଯୋଗ କରିଥିଲେ। ଏହାପରେ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନେଇ ଏକ ତଦନ୍ତକାରୀ କମିଟି ଗଠନ ହୋଇଥିଲା। ଫଳରେ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନାରେ ଏଠାରେ ମହାଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା। ଅଭିଯୋଗ ଅନୁସାରେ ବିଞ୍ଝାରପୁର ଓ ସୟଦପୁର ପଞ୍ଚାୟତରେ ଯୋଜନା ଅନ୍ତର୍ଗତ ଶତାଧିକ ଘର ଜାଲ୍‌ ହିତାଧିକାରୀମାନଙ୍କୁ ବଣ୍ଟନ ହୋଇଥିଲା। ମୃତ ଓ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏପରି କି ଏହି ଯୋଜନା ହାତେଇବା ପାଇଁ ସ୍ବାମୀ ଓ ବାପାଙ୍କ ନାମ ମଧ୍ୟ ବଦଳାଇ ଦିଆଯାଇଥିଲା। ଗୋଟିଏ ପରିବାରରେ ୫ରୁ ଅଧିକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ହାତେଇଥିଲେ। କେତେଜଣ ହିତାଧିକାରୀଙ୍କ ୨ ମହଲା କୋଠାଘର ଥିବା ଦେଖିବାକୁ ମିଳିଥିଲା। ସେହିପରି ସେତେବେଳେ ଇଣ୍ଡେନ ଗ୍ୟାସର ଏଜେନ୍ସି ନେଇଥିବା ବ୍ୟକ୍ତି, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଥିଲେ। ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଏଭଳି ଏକାଧିକ ଥିଲାବାଲା ଲୋକ ଏହି ଯୋଜନାର ଭରପୂର ଫାଇଦା ଉଠାଇଥିବାବେଳେ ଗରିବ ହିତାଧିକାରୀ ପକ୍କାଘର ପାଇଁ ଚାହିଁ ରହିଥିବା ଏଠାରେ ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ବିଞ୍ଝାରପୁର ଅତିରିକ୍ତ ତହସିଲଦାର ଏବଂ ଜରି ରାଜସ୍ବ ନିରୀକ୍ଷକଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri