ପଲିଥିନମୁକ୍ତ ଯୋଜନା ପ୍ରହସନ

ଅନୁଗୋଳ ଅଫିସ, ୧୮ା୮ – ଅନୁଗୋଳ ସହର ପଲିଥିନମୁକ୍ତ ହେବ। କୌଣସି ସ୍ଥାନରେ ପଲିଥିନ କି ପ୍ଲାଷ୍ଟିକ ବ୍ୟବହାର ହେବ ନାହିଁ। ୨ ବର୍ଷ ତଳୁ ପ୍ରଶାସନ ଏପରି ଯୋଜନା ସହ ନିର୍ଦ୍ଦେଶନାମା ଜାରି କରିବା ପରେ କିଛିଦିନ ଧରି ସଚେତନତା ସୃଷ୍ଟି କରାଯାଇଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା। ହେଲେ ସମୟକ୍ରମେ ନିଜ ନିର୍ଦ୍ଦେଶନାମାକୁ ପ୍ରଶାସନ ପାସୋରି ଦେବାରୁ ପଲିଥିନମୁକ୍ତ ସହର ପ୍ରହସନ ପାଲଟିଛି। ଧରପଗଡ଼ ତ ଦୂରର କଥା ବରଂ ସବୁଆଡେ ଏହାର ବହୁଳ ବ୍ୟବହାର ଚାଲିଛି। ପୁଳାପୁଳା ଆବର୍ଜନା ଏଣେତେଣେ ଗଦାଯାଉଛି। ଫଳରେ ପରିବେଶ ଉପରେ ଏହାର କୁପ୍ରଭାବ ବଢ଼ୁଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲାକୁ ପଲିଥିନମୁକ୍ତ ଜିଲା ଭାବେ ଗଢ଼ି ତୋଳିବା ପାଇଁ ୨୦୧୯ ମସିହାରେ ଜିଲା ପ୍ରଶାସନସ୍ତରରେ ନିଷ୍ପତ୍ତି ହୋଇଥିଲା। ପ୍ରାଥମିକସ୍ତରରେ ଅନୁଗୋଳ ସହରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହାପରେ ପୌର କର୍ତ୍ତୃପକ୍ଷ ତତ୍ପର ହୋଇଉଠିଥିଲେ। ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସହରରେ ଚଢ଼ାଉ କରାଗଲା। ୭୦ ହଜାର ଟଙ୍କା ଜରିମାନା ଆଦାୟ ହେଲା। ରାସ୍ତାରେ ଚେକିଂ କରାଯାଇ ପରିବହନ ହେଉଥିବା ପଲିଥିନ, ପ୍ଲାଷ୍ଟିକକୁ ଜବତ ସହ ୨୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା। ଏଭଳି କିଛି ଦିନ ଚାଲିବାରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବସାୟୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଏପରି କି ଚଢ଼ାଉରୁ ବର୍ତ୍ତିବାକୁ ଏହି ବ୍ୟବସାୟୀମାନେ ସହରରୁ ଗୋଦାମ ଉପକଣ୍ଠକୁ ଉଠାଇ ନେଇଥିଲେ। ଆଉ କେତେଜଣ ଗୋଦାମରେ ତାଲା ପକାଇ ଦେଇଥିଲେ। ଲୋକମାନେ ମଧ୍ୟ ସଚେତନ ହୋଇ ବ୍ୟାଗ ଧରି ବଜାର ଯାଉଥିବା ଦେଖାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ଢିଲା ମାରିବାରୁ ଏବେ ପ୍ଲାଷ୍ଟିକ ଓ ପଲିଥିନରେ ଅଣନିଃଶ୍ୱାସୀ ହୋଇପଡ଼ିଲାଣି ଅନୁଗୋଳ ସହର। ବଜାରରେ ଟନ୍‌ ଟନ୍‌ ପଲିଥିନ ବିଭିନ୍ନ ଗୋଦାମରେ ମହଜୁଦ ରହିଥିବାବେଳେ ପ୍ଲାଷ୍ଟିକ୍‌ ସାମଗ୍ରୀ ମଧ୍ୟ ଗଦା ହୋଇ ରହୁଛି। ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।
ଏଣିକି ଚଢ଼ାଉ କରାଯିବ
ସହରକୁ ପଲିଥିନ, ପ୍ଲାଷ୍ଟିକମୁକ୍ତ କରିବାକୁ ପୂର୍ବରୁ ସଚେତନ କରାଯାଇଛି। ଏଣିକି ଚଢ଼ାଉ କରାଯିବ। ବ୍ୟବସାୟୀଙ୍କ ନିକଟରୁ ଜରିମାନା ଆଦାୟ ପାଇଁ ପୌରପାଳିକା ଟିମ୍‌କୁ ଯାଞ୍ଚ କାର୍ଯ୍ୟରେ ଲଗାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ
କ୍ୟାନ୍‌ସର ଭଳି ରୋଗର କାରଣ
ପଲିଥିନ ପୋଡ଼ି ବେଳେ ସେଥିରୁ ବାହାରୁଥିବା ଗ୍ୟାସ୍‌ କ୍ୟାନ୍‌ସର ଭଳି ରୋଗ ସୃଷ୍ଟି କରୁଛି। ତେଣୁ ପଲିଥିନ ବ୍ୟବହାର ହ୍ରାସ ଜରୁରୀ। ବ୍ୟବହୃତ ପଲିଥିନକୁ ନ ପୋଡ଼ି ପୌରପାଳିକାର ଅଳିଆ ଗାଡ଼ିକୁ ଦେଲେ ଭଲ ହେବ।
-ଡ.ଅନୁପ କୁମାର ମଲ୍ଲିକ, ଅଧିକାରୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଆନ୍ତରିକ ଉଦ୍ୟମ ନାହିଁ
ପ୍ରଶାସନର ଆନ୍ତରିକତା ଅଭାବରୁ ପଲିଥିନ ବ୍ୟାନ୍‌ ହୋଇପାରୁ ନାହିଁ। ବିକଳ୍ପ ନ ଥିବାରୁ ଲୋକେ ମଧ୍ୟ ଅଭ୍ୟାସ ଛାଡ଼ିପାରୁ ନାହାନ୍ତି। ପଲିଥିନର ବିକଳ୍ପ ପ୍ରସ୍ତୁତ କରିବାରେ ସରକାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟରେ ଲଗାନ୍ତୁ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌, ଅନୁଗୋଳ
କାର୍ଯ୍ୟାନୁଷ୍ଠାନ ହେବା ଦରକାର
ପୌରପାଳିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। କେବେ କେମିତି ଛୋଟ ବ୍ୟବସାୟୀଙ୍କୁ ଧରି ଜରିମାନା ଆଦାୟ କରାଯାଉଛି। କିନ୍ତୁ ବଡ଼ ବଡ଼ିଆଙ୍କ ପ୍ରତି କୋଳହ ମନୋଭାବ ଦେଖାଯାଉଛି। ଫଳରେ ସହର ପଲିଥିନମୁକ୍ତ ହୋଇପାରୁ ନାହିଁ।
-ସୁଦୀପ ଗଡ଼ନାୟକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ କଠୋର ହେଲା ପ୍ରଶାସନ: ୪ ଦୋକାନ ସିଲ୍‌

ପୁରୁଷୋତ୍ତମପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ କରୋନା କଟକଣା ନେଇ ପ୍ରଶାସନ ବୁଧବାର କଠୋର ହୋଇଛି। ଏ ନେଇ ୪ଟି ଦୋକାନ ସିଲ୍‌ କରାଯାଇଛି। ସେଥିମଧ୍ୟରେ ରହିଛି...

ବେଡ୍‌ରୁମ୍‌ରେ ପଶି ମାଡ଼ ମାରିଲା ପୋଲିସ

ପୁରୀ ଅଫିସ,୨୧ା୯:ପୁରୀ ପୋଲିସର ଦବଙ୍ଗଗିରିକୁ ନେଇ ଏବେ ସହରରେ ଚର୍ଚ୍ଚା। ଜଣେ ବ୍ୟକ୍ତିଙ୍କୁ ନେବା ପାଇଁ ପୋଲିସ ତାଙ୍କ ଘରକୁ ଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ...

ଅପେକ୍ଷାରେ ଭିତରକନିକାକୁ ବିଶ୍ୱ ଐତିହ୍ୟ ମାନ୍ୟତା

କେନ୍ଦ୍ରାପଡ଼ା, ୧୯ା୯ (ଜଗନ୍ନାଥ ଧଳ): ସାଉଦି ଆରବ ବିଶ୍ୱ ଐତିହ୍ୟ କମିଟିର ୪୫ତମ ବୈଠକରେ ପଶ୍ଚିମବଙ୍ଗର ଶାନ୍ତି ନିକେତନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ...

ଜମିଜମାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣା: ୫ ଗିରଫ

ଧାମନଗର, ୯।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଖପରପଦା ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣାରେ ପୋଲିସ...

ଚାନ୍ଦା କରି ରାସ୍ତା ମରାମତି

ବଇଣ୍ଡା,୫।୭(ଡି.ଏନ.ଏ) ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିଲା। ଯାତାୟାତରେ ବଡ଼ ସମସ୍ୟା ଭୋଗୁଥିଲେ ଗ୍ରାମବାସୀ। ଏ ନେଇ ବହୁବାର ପ୍ରଶାସନ ନିକଟରେ...

ଶୁଆ ସହ ଭିଡିଓ କରିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ୟୁଟ୍ୟୁବର

କେନ୍ଦୁଝର,୧୩ା୪(ସ୍ବ.ପ୍ର.): କେନ୍ଦୁଝର ବନ ବିଭାଗ ବେଆଇନ ଭାବେ ବିରଳ ପ୍ରଜାତିର ଶୁଆ ରଖିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ...

କୋଟାରୁ ଫେରିଥିବା ଛାତ୍ରୀଛାତ୍ରଙ୍କ ସ୍ବାବ୍‌ ସଂଗ୍ରହ

ସୋନପୁର,୪।୫(ନି.ପ୍ର.): ଲକ୍‌ଡାଉନ୍‌ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୩୭ ଛାତ୍ରୀଛାତ୍ର ସୋମବାର ସୋନପୁରରେ ପହଞ୍ଚତ୍ଛନ୍ତି । ୨ଟି ସ୍ବତନ୍ତ୍ର ବସ୍‌ରେ ମେଡିକାଲ...

ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବେ ସ୍ବାଧୀନ

ଖୋର୍ଦ୍ଧା ଅଫିସ,୧୪ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ। ଟିକେଟ ବଣ୍ଟନକୁ କେନ୍ଦ୍ର କରି ଭାଜପା ଓ ବିଜେଡିରୁ ଏକାଧିକ...

Advertisement
Archives

Model This Week