ପଲିଥିନମୁକ୍ତ ଯୋଜନା ପ୍ରହସନ

ଅନୁଗୋଳ ଅଫିସ, ୧୮ା୮ – ଅନୁଗୋଳ ସହର ପଲିଥିନମୁକ୍ତ ହେବ। କୌଣସି ସ୍ଥାନରେ ପଲିଥିନ କି ପ୍ଲାଷ୍ଟିକ ବ୍ୟବହାର ହେବ ନାହିଁ। ୨ ବର୍ଷ ତଳୁ ପ୍ରଶାସନ ଏପରି ଯୋଜନା ସହ ନିର୍ଦ୍ଦେଶନାମା ଜାରି କରିବା ପରେ କିଛିଦିନ ଧରି ସଚେତନତା ସୃଷ୍ଟି କରାଯାଇଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା। ହେଲେ ସମୟକ୍ରମେ ନିଜ ନିର୍ଦ୍ଦେଶନାମାକୁ ପ୍ରଶାସନ ପାସୋରି ଦେବାରୁ ପଲିଥିନମୁକ୍ତ ସହର ପ୍ରହସନ ପାଲଟିଛି। ଧରପଗଡ଼ ତ ଦୂରର କଥା ବରଂ ସବୁଆଡେ ଏହାର ବହୁଳ ବ୍ୟବହାର ଚାଲିଛି। ପୁଳାପୁଳା ଆବର୍ଜନା ଏଣେତେଣେ ଗଦାଯାଉଛି। ଫଳରେ ପରିବେଶ ଉପରେ ଏହାର କୁପ୍ରଭାବ ବଢ଼ୁଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲାକୁ ପଲିଥିନମୁକ୍ତ ଜିଲା ଭାବେ ଗଢ଼ି ତୋଳିବା ପାଇଁ ୨୦୧୯ ମସିହାରେ ଜିଲା ପ୍ରଶାସନସ୍ତରରେ ନିଷ୍ପତ୍ତି ହୋଇଥିଲା। ପ୍ରାଥମିକସ୍ତରରେ ଅନୁଗୋଳ ସହରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହାପରେ ପୌର କର୍ତ୍ତୃପକ୍ଷ ତତ୍ପର ହୋଇଉଠିଥିଲେ। ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସହରରେ ଚଢ଼ାଉ କରାଗଲା। ୭୦ ହଜାର ଟଙ୍କା ଜରିମାନା ଆଦାୟ ହେଲା। ରାସ୍ତାରେ ଚେକିଂ କରାଯାଇ ପରିବହନ ହେଉଥିବା ପଲିଥିନ, ପ୍ଲାଷ୍ଟିକକୁ ଜବତ ସହ ୨୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା। ଏଭଳି କିଛି ଦିନ ଚାଲିବାରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବସାୟୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଏପରି କି ଚଢ଼ାଉରୁ ବର୍ତ୍ତିବାକୁ ଏହି ବ୍ୟବସାୟୀମାନେ ସହରରୁ ଗୋଦାମ ଉପକଣ୍ଠକୁ ଉଠାଇ ନେଇଥିଲେ। ଆଉ କେତେଜଣ ଗୋଦାମରେ ତାଲା ପକାଇ ଦେଇଥିଲେ। ଲୋକମାନେ ମଧ୍ୟ ସଚେତନ ହୋଇ ବ୍ୟାଗ ଧରି ବଜାର ଯାଉଥିବା ଦେଖାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ଢିଲା ମାରିବାରୁ ଏବେ ପ୍ଲାଷ୍ଟିକ ଓ ପଲିଥିନରେ ଅଣନିଃଶ୍ୱାସୀ ହୋଇପଡ଼ିଲାଣି ଅନୁଗୋଳ ସହର। ବଜାରରେ ଟନ୍‌ ଟନ୍‌ ପଲିଥିନ ବିଭିନ୍ନ ଗୋଦାମରେ ମହଜୁଦ ରହିଥିବାବେଳେ ପ୍ଲାଷ୍ଟିକ୍‌ ସାମଗ୍ରୀ ମଧ୍ୟ ଗଦା ହୋଇ ରହୁଛି। ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।
ଏଣିକି ଚଢ଼ାଉ କରାଯିବ
ସହରକୁ ପଲିଥିନ, ପ୍ଲାଷ୍ଟିକମୁକ୍ତ କରିବାକୁ ପୂର୍ବରୁ ସଚେତନ କରାଯାଇଛି। ଏଣିକି ଚଢ଼ାଉ କରାଯିବ। ବ୍ୟବସାୟୀଙ୍କ ନିକଟରୁ ଜରିମାନା ଆଦାୟ ପାଇଁ ପୌରପାଳିକା ଟିମ୍‌କୁ ଯାଞ୍ଚ କାର୍ଯ୍ୟରେ ଲଗାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ
କ୍ୟାନ୍‌ସର ଭଳି ରୋଗର କାରଣ
ପଲିଥିନ ପୋଡ଼ି ବେଳେ ସେଥିରୁ ବାହାରୁଥିବା ଗ୍ୟାସ୍‌ କ୍ୟାନ୍‌ସର ଭଳି ରୋଗ ସୃଷ୍ଟି କରୁଛି। ତେଣୁ ପଲିଥିନ ବ୍ୟବହାର ହ୍ରାସ ଜରୁରୀ। ବ୍ୟବହୃତ ପଲିଥିନକୁ ନ ପୋଡ଼ି ପୌରପାଳିକାର ଅଳିଆ ଗାଡ଼ିକୁ ଦେଲେ ଭଲ ହେବ।
-ଡ.ଅନୁପ କୁମାର ମଲ୍ଲିକ, ଅଧିକାରୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଆନ୍ତରିକ ଉଦ୍ୟମ ନାହିଁ
ପ୍ରଶାସନର ଆନ୍ତରିକତା ଅଭାବରୁ ପଲିଥିନ ବ୍ୟାନ୍‌ ହୋଇପାରୁ ନାହିଁ। ବିକଳ୍ପ ନ ଥିବାରୁ ଲୋକେ ମଧ୍ୟ ଅଭ୍ୟାସ ଛାଡ଼ିପାରୁ ନାହାନ୍ତି। ପଲିଥିନର ବିକଳ୍ପ ପ୍ରସ୍ତୁତ କରିବାରେ ସରକାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟରେ ଲଗାନ୍ତୁ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌, ଅନୁଗୋଳ
କାର୍ଯ୍ୟାନୁଷ୍ଠାନ ହେବା ଦରକାର
ପୌରପାଳିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। କେବେ କେମିତି ଛୋଟ ବ୍ୟବସାୟୀଙ୍କୁ ଧରି ଜରିମାନା ଆଦାୟ କରାଯାଉଛି। କିନ୍ତୁ ବଡ଼ ବଡ଼ିଆଙ୍କ ପ୍ରତି କୋଳହ ମନୋଭାବ ଦେଖାଯାଉଛି। ଫଳରେ ସହର ପଲିଥିନମୁକ୍ତ ହୋଇପାରୁ ନାହିଁ।
-ସୁଦୀପ ଗଡ଼ନାୟକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri