ଘାଟିରେ ବଳିପଡ଼ୁଛି ଜୀବନ: ୭ ବର୍ଷରେ ୫୨ ମୃତ

ବାରିପଦା ଅଫିସ,୧୮ା୮-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥର ବାଙ୍ଗରିପୋଷିସ୍ଥିତ ଦ୍ୱାରଶୁଣୀ ଘାଟି ସାଜିଛି ମରଣଯନ୍ତା। ରାସ୍ତା ପ୍ରଶସ୍ତୀକରଣ ପାଇଁ ବନବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପଦକ୍ଷେପ ନେଉ ନ ଥିବାରୁ ଅଣଓସାରିଆ ରାସ୍ତାରେ ଦୁର୍ଘଟଣା ବଢ଼ି ଚାଲିଛି। ଏହି ରାସ୍ତାରେ ଚଳପ୍ରଚଳ କରୁଥିବା ବସ୍‌ ଯାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଘାଟିରେ ଅନେକ ଜୀବନ ବଳି ପଡ଼ୁଥିବା ବେଳେ ଦୁର୍ଘଟଣା ରୋକିବା କ୍ଷେତ୍ରରେ ପ୍ରଶାସନର ଖାମଖିଆଲି ମନୋଭାବ ଅସନ୍ତୋଷର କାରଣ ପାଲଟିଛି।
ଜାତୀୟ ରାଜପଥର ବାଙ୍ଗରିପୋଷିଠାରୁ ୮କି.ମି. ରାସ୍ତା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ରହିଛି। କୋଲକାତାରୁ ମୁମ୍ବାଇକୁ ଲମ୍ବିଥିବା ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଭାରୀଯାନ ଚଳପ୍ରଚଳ କରିଥାଏ। ଘାଟି ଚଢ଼ିବା ସମୟରେ ଚାଳକଙ୍କ ସୂଚନା ନିମନ୍ତେ ଲାଲି ଅକ୍ଷରରେ ଲେଖା ହୋଇଛି ‘ସାବଧାନ ଏହା ଦୁର୍ଘଟଣା ପ୍ରବଣ ଇଲାକା’। ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ପଡ଼ି ରହିଛି ଖଣ୍ଡବିଖଣ୍ଡିତ ଯାନବାହାନ। ଘାଟିର ଉପର ଓ ତଳ ମୁଣ୍ଡରେ ରାସ୍ତା ଚଉଡ଼ା ହୋଇସାରିଥିବା ବେଳେ ଅଙ୍କାବଙ୍କା ପାହାଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ। ଫଳରେ ବିଗତ ୭ବର୍ଷ ମଧ୍ୟରେ ୫୨ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୧୨୮ଜଣ ଗୁରୁତର ହୋଇଛନ୍ତି। ରାସ୍ତା ପ୍ରଶସ୍ତୀକରଣ ପାଇଁ ପ୍ରଶାସନିକ ଓ ରାଜନୈତିକସ୍ତରରେ ବାରମ୍ବାର ବୈଠକ ଆଲୋଚନା ହେଉଛି। ମାତ୍ର ଉଚିତ୍‌ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହ ରାସ୍ତାରୋକ କରୁଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ଆବଶ୍ୟକ ସ୍ଥାନ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରାଯାଉ ନ ଥିବାରୁ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆଗେଇ ପାରୁ ନାହିଁ ବୋଲି ଏନଏଚ୍‌ଏଆଇର ଅଧିକାରୀମାନେ ପ୍ରକାଶ କରିଛନ୍ତି। ବିଭାଗ ପକ୍ଷରୁ ଉକ୍ତ ରାସ୍ତା ବାବଦରେ ଚିଠିନଂ. ୫୭୬୬/୧୫ ଡିସେମ୍ବର ୨୦୨୦ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ କ୍ଲିୟରାନ୍ସ ପ୍ରଦାନ କରିବାକୁ ଚିଠି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଫରେଷ୍ଟ କ୍ଲିୟରାନ୍ସ୍ସ ଓ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଥିବା ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସବୁଜ ସଙ୍କେତ ଆସିଲେ ପ୍ରଶସ୍ତୀକରଣ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ଏନ୍‌ଏଚଏଆଇର ରାଜସ୍ବ ଅଧିକାରୀ କମଲ କୁମାର ପରମାଣିକ ପ୍ରକାଶ କରିଛନ୍ତି। ସଡ଼କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିଲେ ମଧ୍ୟ ଦୁର୍ଘଟଣା ଜନିତ ସମସ୍ୟାର ସମାଧାନ କରାଯାଉ ନାହିଁ ବୋଲି ଡ୍ରାଇଭର ଦୀପକ କୁମାର ପାଣ୍ଡେ, ରାକେଶ ପାଲ କହିଛନ୍ତି ା ତେବେ ଉକ୍ତ ଅଞ୍ଚଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ହାତୀ କରିଡର ସ୍ଥାନ ହୋଇଥିବାରୁ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିବାରେ ବିଳମ୍ବ ହେଉଛି ବୋଲି ଅଞ୍ଚଳବାସୀ ସତ୍ୟପ୍ରକାଶ ମହାନ୍ତି, ରାକେଶ ହଁାସଦା ପ୍ରକାଶ କରିଛନ୍ତି। ବନ୍ୟଜନ୍ତୁଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ରାଜପଥର ପ୍ରଶସ୍ତୀକରଣ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ଧର୍ମଶାଳାରେ ଚାଞ୍ଚଲ୍ୟ, କେଲୁଅ ନଦୀରେ ଭାସୁଛି ମୃତଦେହ

ଧର୍ମଶାଳା,୩୦ା୮(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତ ବାସୁଦେବପୁର ଶନି ମନ୍ଦିର ନିକଟ କେଲୁଅ ନଦୀରେ ଏକ ଅଜଣା ଶବ ଭାସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri