କଂଗ୍ରେସ ଭବନରେ ପଶି ପିଟିଲା ପୋଲିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚାଲିଥିବା ଆନ୍ଦୋଳନ ଭୟଙ୍କର ରୂପ ନେଇଛି। ଗତ ଦୁଇଦିନ ଧରି ରାଜଧାନୀରେ ରକ୍ତ ବୋହିଛି। ଗୁରୁବାର ପୋଲିସର ଲାଠି ମାଡ଼ରେ ବହୁ ଯୁବ ଭାଜପା କର୍ମୀ ଆହତ ହୋଇଥିବାବେଳେ ପ୍ରତି ଆକ୍ରମଣରେ କେତେଜଣ ପୋଲିସ ଆହତ ହୋଇଥିଲେ। ଶୁକ୍ରବାର ଛାତ୍ର କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମବେଳେ ପୁଣି ଗର୍ଜିଛି ପୋଲିସ ଲାଠି। ବିଧାନସଭା ସମ୍ମୁଖରୁ ଲୋୟର ପିଏମ୍‌ଜି, ଏପରିକି କଂଗ୍ରେସ ଭବନରେ ପଶି ଗୋଡ଼ାଇ ଗୋଡ଼ାଇ ପିଟିଛି ପୋଲିସ। ଏଥିରେ ୨୦ରୁ ଊର୍ଦ୍ଧ୍ୱ କର୍ମୀ ଆହତ ହୋଇଥିବାବେଳେ କେତେଜଣଙ୍କ ମୁଣ୍ଡ ଫାଟିଥିବା ଦେଖିବାକୁ ମିଳିଛି। ସେହିଭଳି କଂଗ୍ରେସ କର୍ମୀଙ୍କ ଅଣ୍ଡା, ଟମାଟୋ ମାଡ଼ ଓ ଧସ୍ତାଧସ୍ତିରେ ୪ଜଣ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି।
ମମିତାଙ୍କୁ ନ୍ୟାୟ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ଗିରଫ କରି ତଦନ୍ତ ପରିସରଭୁକ୍ତ କରିବା, ହାଇକୋର୍ଟ ଜଜ୍‌ଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ଉପରେ ଲଗାଇଥିବା ଆରୋପ ପାଇଁ କ୍ଷମା ପ୍ରାର୍ଥନା ଦାବି କରି ଛାତ୍ର କଂଗ୍ରେସ ଶୁକ୍ରବାର ବିଧାନସଭା ଘେରାଉ ଡାକରା ଦେଇଥିଲା। ଏଥିପାଇଁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ସମାବେଶର ଆୟୋଜନ କରାଯାଇଥିଲା। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଆହ୍ବାନକ୍ରମେ ପୂର୍ବାହ୍ନରେ ହଜାର ହଜାର ଛାତ୍ର କଂଗ୍ରେସ କର୍ମୀ ରାଜଧାନୀରେ ପହଞ୍ଚତ୍ଥିଲେ। ସେମାନେ ବିଭିନ୍ନ
ମାର୍ଗରୁ ଦଳୀୟ ପତାକା ଓ ପ୍ଲାକାର୍ଡ ଧରି ରାଲି କରି ଲୋୟର ପିଏମ୍‌ଜି ଧାରଣା ସ୍ଥଳରେ ପହଞ୍ଚତ୍ ସମାବେଶରେ ସାମିଲ ହୋଇଥିଲେ। ଏଥିସହ ବାଇକ୍‌ ରାଲି ମଧ୍ୟ ସହର ବୁଲିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରା ପ୍ରସାଦ ବାହିନୀ ପତି, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜାଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଉପରେ ବର୍ଷିଥିଲେ। ଏହାପରେ ଅପରାହ୍ନ ପ୍ରାୟ ୧ଟାରେ ସେମାନେ ବିଧାନସଭା ଘେରାଉ ପାଇଁ ଯାଉଥିବାବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା। ପୋଲିସ ସେମାନଙ୍କୁ ଅଟକାଇବାରୁ କଂଗ୍ରେସ କର୍ମୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ଏଥିସହ ବ୍ୟାରିକେଡ ଭାଙ୍ଗି କେତେଜଣ ବିଧାନସଭା ଆଡକୁ ମାଡିଯିବା ସହ କଡ଼ା ସୁରକ୍ଷା ବଳୟ ଡେଇଁ ମୁଖ୍ୟ ଫାଟକ ନିକଟତର ହେଉଥିବାବେଳେ ପୋଲିସ ଅଟକାଇଥିଲା। ଏହା ଭିତରେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରି ଭ୍ୟାନ୍‌କୁ ନେଉଥିବାବେଳେ ଏହି ସମୟରେ ଗାଡ଼ି ତଳେ ନିଆଁ ଜଳୁଥିବା ଦେଖି ପୋଲିସ ଉତ୍ତେଜିତ ହୋଇପଡିଥିଲା। ଏହାପରେ ପୋଲିସ ଲାଠିଚାର୍ଜ ଆରମ୍ଭ କରିଥିଲା। ଭୟରେ କଂଗ୍ରେସ କର୍ମୀମାନେ ଛତ୍ରଭଙ୍ଗ ଦେବା ସହ ଯିଏ ଜୁଆଡେ ପାରିଲେ ଦୌଡ଼ିଥିଲେ ମଧ୍ୟ ପୋଲିସ ଖୋଜିଖୋଜି ପିଟିଥିଲା। ଏପରିକି ଧଳାପୋଷକ ପିନ୍ଧା ସାଧାରଣ ଲୋକ ମଧ୍ୟ ପୋଲିସ ମାଡ଼ରୁ ବର୍ତ୍ତି ନ ଥିଲେ। ତେବେ କେତେଜଣ ଆନ୍ଦୋଳନକାରୀ କଂଗ୍ରେସ ଭବନକୁ ପଶିଯାଇଥିଲେ। ଏହା ଜାଣିବା ପରେ ପୋଲିସ ସଂଘବଦ୍ଧ ହୋଇ ହଠାତ୍‌ କଂଗ୍ରେସ ଭବନ ଭିତରକୁ ଯାଇ ଲାଠି ଚାର୍ଜ କରିଥିଲା। ବନ୍ଦ ଥିବା ଘର କବାଟକୁ ଗୋଇଠା ଓ ଧକ୍କା ମାରି ଖୋଲିବାକୁ ଉଦ୍ୟମ କରିବା ସହ ବାହାରୁ ଖିଡିକି ଲଗାଇ ଦେଇଥିଲା। ପୋଲିସର ଏଭଳି ରକ୍ତମୁଖା ଦେଖି କଂଗ୍ରେସ ଭବନ ପରିସରରେ ଥିବା କେତେଜଣ କର୍ମୀ ଉପରକୁ ହାତ କରି ସରେଣ୍ଡର କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପୋଲିସର ଏଭଳି ବର୍ବରତା ପ୍ରତିବାଦରେ ଛାତ୍ର କଂଗ୍ରେସ ସଭାପତି ୟାସିରଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀ ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ଫଳରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଅଟକି ରହିଥିଲା। ଏଥିରେ ଦଳୀୟ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ କେତେଜଣ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚତ୍ ସେମାନଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଏନେଇ ଡିସିପି ଦାଶ କହିଛନ୍ତି, ଦୁଇଟି ଭ୍ୟାନ୍‌ ଟାୟାରରେ କଂଗ୍ରେସ କର୍ମୀମାନେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲେ, ଯାହା ବିସ୍ଫୋରଣ ହେବାର ସମ୍ଭାବନା ରହିଥିଲା। ତେଣୁ ଗାଡ଼ି ଭିତରେ ଥିବା ଗିରଫ ଆନ୍ଦୋଳନକରୀଙ୍କୁ ବାହାର କରିବା ସହ ତୁରନ୍ତ ବଳପୂର୍ବକ ଧାରଣାସ୍ଥଳକୁ ଖାଲି କରିବାକୁ ପୋଲିସ ଉଦ୍ୟମ କରିଥିଲା। ସିସିଟିଭି ଫୁଟେଜ୍‌ ଓ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri