ଉତ୍ତମ ସମାରିଟାନ ନାମ ସୁପାରିସ କରିବ ପୋଲିସ

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିଚାଲିଛି। ଦୁର୍ଘଟଣାଗ୍ରସ୍ତଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇବାରେ ବିଳମ୍ବ ହେଉଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଦୁର୍ଘଟଣାରେ ଆହତଙ୍କୁ ସହାୟତା କରିବା ଲାଗି ଆଗେଇ ଆସୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ୨୦୧୮ରେ ଉତ୍ତମ ସମାରିଟାନ ନୀତି କାର୍ଯ୍ୟକାରୀ କରିଛନ୍ତି। ଉକ୍ତ ନୀତିର ଧାରା ୨୧ ଅନୁଯାୟୀ, ହସ୍ପିଟାଲ କର୍ତ୍ତୃପକ୍ଷ, ଦୁର୍ଘଟଣାଗ୍ରସ୍ତ ରୋଗୀ ଗ୍ରହଣ କରୁଥିବା ସର୍ଜନ ସ୍ଥାନୀୟ ଆରଟିଓମାନଙ୍କୁ ପୁରସ୍କାର ପାଇଁ ନାମ ସୁପାରିସ କରିବାକୁ ଅନୁମତି ଦିଆଯାଇଥିଲା। ଅଧିକାଂଶ କ୍ଷେତ୍ରରେ ଡାକ୍ତରମାନେ ବ୍ୟସ୍ତ କାର୍ଯ୍ୟସୂଚୀ ହେତୁ ଉତ୍ତମ ସମାରିଟାନଙ୍କ ନାମ ସୁପାରିସ କରିବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଚିକିତ୍ସା କରୁଥିବା ଡାକ୍ତର (ଆସିଷ୍ଟାଣ୍ଟ ସର୍ଜନ)ଙ୍କ ବ୍ୟତୀତ ପୋଲିସ ଅଧିକାରୀ ଯଥା ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସମ୍ପୃକ୍ତ ଥାନାର ଆଇଓ, ଇଓ କିମ୍ବା ଆଇଆଇସି ସମାରିଟାନଙ୍କ ନାମ ସୁପାରିସ କରିପାରିବେ। ଏହାଦ୍ୱାରା ଅଧିକ ସଂଖ୍ୟକ ସମାରିଟାନମାନଙ୍କୁ ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇପାରିବ। ଏସ୍‌ଟିଏର ଏହି ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ଉକ୍ତ ନୀତିର-୨୧ ଧାରାକୁ ସଂଶୋଧନ କରାଯାଇଛି।
ସଡ଼କ ଦୁର୍ଘଟଣାର ପ୍ରଥମ ଏକଘଣ୍ଟା ହେଉଛି ‘ଗୋଲ୍‌ଡେନ୍‌ ଆଓ୍ବାର’। ଏହି ସମୟରେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଗଲେ ସଡ଼କ ଦୁର୍ଘଟଣାର ମୃତ୍ୟୁ ୫୦%କୁ ହ୍ରାସ କରାଯାଇପାରିବ। ଏହି ନୀତି ଅନୁଯାୟୀ, ଉତ୍ତମ ସମାରିଟାନ ବା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ପୁରସ୍କାର ଦେବା ବ୍ୟବସ୍ଥା ରହିଛି। ଉତ୍ତମ ସମାରିଟାନଙ୍କୁ ପୁରସ୍କୃତ କରିବା ପାଇଁ ଆର୍ଥିକ ସହାୟତା ସୁପାରିସ କରାଯାଏ। ଜଣେ ବ୍ୟକ୍ତି କିମ୍ବା ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ନଗଦ ପୁରସ୍କାର ପ୍ରୋତ୍ସାହନ ରାଶି ଭାବେ ଦିଆଯିବା ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri