୪୮ ଘଣ୍ଟା ପାଇଁ ବନ୍ଦ ରହିବ ପୋଲିସ ସେବା ଭବନ

ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପୋଲିସ ସେବା ଭବନ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ଶୁକ୍ରବାର ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି।

୧୧ ତାରିଖ ସକାଳ ୯ଟାରୁ ୧୩ ସକାଳ ୯ଟା ଯାଏଁ ସାଧାରଣ ଲୋକ ଓ କର୍ମଚାରୀଙ୍କୁ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ବନ୍ଦ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ପୋଲିସ ସେବା ଭବନକୁ ସାନିଟାଇଜ କରାଯିବ ବୋଲି ଟୁଇଟରେ ଉଲ୍ଲେଖ ରହିଛି।