ହିନ୍ଦୋଳ, ୪।୧୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ବାଲିମୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ମାମଲାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କୁ ରାସ୍ତାଘାଟରେ ଅସଦାଚରଣ କରିବା ସହ ଫଟୋ ଭାଇରାଲ କରିବାକୁ ଧମକ ଦେଉଛନ୍ତି। ମାମଲାରେ କୋର୍ଟ ହସ୍ତକ୍ଷେପ କରିସାରିଥିଲେ ହେଁ ପୋଲିସ ଆଶାଜନକ ପଦକ୍ଷେପ ନେଉନାହିଁ। ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଏସ୍ପି ଏବଂ ଡିଜିପିଙ୍କ ଦ୍ୱାରସ୍ଥ ହେବେ ବୋଲି ପୀଡ଼ିତା କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଦଳିତ ବର୍ଗର ସମ୍ପୃକ୍ତ ମହିଳାଙ୍କୁ ଜୁଲାଇ ୨ରେ ଅଭିଯୁକ୍ତ ଅଖି ନାଏକ (୨୪) ଦୁର୍ବ୍ୟବହାର ପ୍ରଦର୍ଶନ ସାଙ୍ଗକୁ ମାର୍ପିଟ୍ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ବାଲିମୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଖି କୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଥିଲେ। ଅଗଷ୍ଟ ୧୦ ରାତିରେ ମହିଳା ଜଣକ ପରିସ୍ରା କରିବାକୁ ଉଠିଥିବାବେଳେ ଅଖି ବଳାତ୍କାର ଉଦ୍ୟମ କରିଥିଲେ। ଏ ନେଇ ପୀଡ଼ିତା ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ପଦକ୍ଷେପ ନେବା ପରିବର୍ତ୍ତେ ଅଦାଲତଙ୍କ ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲା। ଏହାପରେ ଗତ ୧୮ ତାରିଖରେ ସ୍ଥାନୀୟ ଏସ୍ଡିଜେଏମ୍ଙ୍କ ଅଦାଲତରେ ନଂ. ୨୧/୨୦ରେ ମାମଲା ଦାଏର କରାଯାଇଥିଲା। ଘଟଣାର ତଦନ୍ତ କରିବାକୁ କୋର୍ଟ ବାଲିମୀ ଥାନାକୁ ନିର୍ଦ୍ଦେଶ ଦେବା ସହ ମାମଲା ହସ୍ତାନ୍ତର କରିଥିଲେ ପଠାଇଥିଲେ। ହେଲେ ତଦନ୍ତ ତ୍ୱରାନ୍ବିତ ହୋଇ ନ ଥିଲା। ଗତ ୨୬ ତାରିଖରେ ମହିଳା ଜଣକ ହାଟକୁ ଯାଉଥିବା ବେଳେ ଅଖି ଟଣାଓଟରା କରିବା ସହ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ମହିଳା ପୁଣି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ମଙ୍ଗଳବାର ଅଭିଯୁକ୍ତ ଏବଂ ମହିଳାଙ୍କୁ ଥାନାକୁ ଡକାଇ ତଦନ୍ତ କରିଥିଲା। ହେଲେ ଅଖିଙ୍କୁ ଗିରଫ କରିବା ପରିବର୍ତ୍ତେ ଛାଡି ଦେଇଥିଲା। ଏହାକୁ ନେଇ ପୀଡ଼ିତା ଏବଂ ତାଙ୍କ ସ୍ବାମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଲିମୀ ପୋଲିସର କାର୍ଯ୍ୟକଳାପ ସମ୍ପର୍କରେ ଏସ୍ପି ଏବଂ ଡିଜିପିଙ୍କୁ ଅବଗତ କରାଇବେ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଥାନାର ସେକେଣ୍ଡ ଅଫିସର ଦୀପ୍ତିରଞ୍ଜନ ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ସେ ତଦନ୍ତ ଚାଲିଥିବା କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।
Posted inଆମ ଜିଲା ଖବର, ଢେଙ୍କାନାଳ View All
ଦୀପ ଜାଳି କ୍ୟାପ୍ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର
ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…
ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍ ମିସ୍ତ୍ରୀ
ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…
କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…
ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ
ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…
ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….
ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …
ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…
ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା
ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍ ଓ ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

