ପୋଲିସ ବୁଝୁନି ପୀଡ଼ିତାଙ୍କ ଦୁଃଖ

ହିନ୍ଦୋଳ, ୪।୧୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ବାଲିମୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ମାମଲାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କୁ ରାସ୍ତାଘାଟରେ ଅସଦାଚରଣ କରିବା ସହ ଫଟୋ ଭାଇରାଲ କରିବାକୁ ଧମକ ଦେଉଛନ୍ତି। ମାମଲାରେ କୋର୍ଟ ହସ୍ତକ୍ଷେପ କରିସାରିଥିଲେ ହେଁ ପୋଲିସ ଆଶାଜନକ ପଦକ୍ଷେପ ନେଉନାହିଁ। ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଏସ୍‌ପି ଏବଂ ଡିଜିପିଙ୍କ ଦ୍ୱାରସ୍ଥ ହେବେ ବୋଲି ପୀଡ଼ିତା କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଦଳିତ ବର୍ଗର ସମ୍ପୃକ୍ତ ମହିଳାଙ୍କୁ ଜୁଲାଇ ୨ରେ ଅଭିଯୁକ୍ତ ଅଖି ନାଏକ (୨୪) ଦୁର୍ବ୍ୟବହାର ପ୍ରଦର୍ଶନ ସାଙ୍ଗକୁ ମାର୍‌ପିଟ୍‌ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ବାଲିମୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଖି କୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଥିଲେ। ଅଗଷ୍ଟ ୧୦ ରାତିରେ ମହିଳା ଜଣକ ପରିସ୍ରା କରିବାକୁ ଉଠିଥିବାବେଳେ ଅଖି ବଳାତ୍କାର ଉଦ୍ୟମ କରିଥିଲେ। ଏ ନେଇ ପୀଡ଼ିତା ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ପଦକ୍ଷେପ ନେବା ପରିବର୍ତ୍ତେ ଅଦାଲତଙ୍କ ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲା। ଏହାପରେ ଗତ ୧୮ ତାରିଖରେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ନଂ. ୨୧/୨୦ରେ ମାମଲା ଦାଏର କରାଯାଇଥିଲା। ଘଟଣାର ତଦନ୍ତ କରିବାକୁ କୋର୍ଟ ବାଲିମୀ ଥାନାକୁ ନିର୍ଦ୍ଦେଶ ଦେବା ସହ ମାମଲା ହସ୍ତାନ୍ତର କରିଥିଲେ ପଠାଇଥିଲେ। ହେଲେ ତଦନ୍ତ ତ୍ୱରାନ୍ବିତ ହୋଇ ନ ଥିଲା। ଗତ ୨୬ ତାରିଖରେ ମହିଳା ଜଣକ ହାଟକୁ ଯାଉଥିବା ବେଳେ ଅଖି ଟଣାଓଟରା କରିବା ସହ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ମହିଳା ପୁଣି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ମଙ୍ଗଳବାର ଅଭିଯୁକ୍ତ ଏବଂ ମହିଳାଙ୍କୁ ଥାନାକୁ ଡକାଇ ତଦନ୍ତ କରିଥିଲା। ହେଲେ ଅଖିଙ୍କୁ ଗିରଫ କରିବା ପରିବର୍ତ୍ତେ ଛାଡି ଦେଇଥିଲା। ଏହାକୁ ନେଇ ପୀଡ଼ିତା ଏବଂ ତାଙ୍କ ସ୍ବାମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଲିମୀ ପୋଲିସର କାର୍ଯ୍ୟକଳାପ ସମ୍ପର୍କରେ ଏସ୍‌ପି ଏବଂ ଡିଜିପିଙ୍କୁ ଅବଗତ କରାଇବେ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଥାନାର ସେକେଣ୍ଡ ଅଫିସର ଦୀପ୍ତିରଞ୍ଜନ ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ସେ ତଦନ୍ତ ଚାଲିଥିବା କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଯନ୍ତ୍ରୀ ଲାଞ୍ଚନେଉଥିବା ଭିଡିଓ ଭାଇରାଲ

ବୈପାରୀଗୁଡା,୬।୫(ଡି.ଏନ୍‌.ଏ.): ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ମାଠପୋଡା ପଞ୍ଚାୟତରେ। ଉକ୍ତ...

‘ଗୃହରକ୍ଷୀ ବାହିନୀ ସେବା ଅତୁଳନୀୟ’

ଢେଙ୍କାନାଳ ଅଫିସ, ୭।୧୨-ଢେଙ୍କାନାଳ ରିଜର୍ଭ ପୋଲିସ ପଡ଼ିଆରେ ସୋମବାର ପୂର୍ବାହ୍ନ ସାଢ଼େ ୮ଟାରେ ୫୯ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।...

ପିକ୍‌ଅପ ଧକ୍କାରେ ସାଇକେଲ ଆରୋହୀ ମୃତ: ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ବାଲେଶ୍ୱର ଅଫିସ,୭।୨: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ବାମପଦା ଛକରେ ଶୁକ୍ରବାର ଦୁର୍ଘଟଣା ଘଟିଛି। କୁଣ୍ଡା ବୋଝେଇ ପିକ୍‌ଅପ ଭ୍ୟାନ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ...

ଧାନ ଫସଲ ଅନୁଧ୍ୟାନ କଲେ କୃଷି ବୈଜ୍ଞାନିକ, ଅଧିକାରୀ

ନିମାପଡ଼ା,୧୨ା୧୧(ଡି.ଏନ୍‌.ଏ) ପୁରୀ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ଜିଲା କୃଷି ବିଭାଗର ଅଧିକାରୀମାନେ ସୋମବାର ନିମାପଡ଼ାର ରେଞ୍ଚ ଶାସନ, ହରିପୁର, ଭୋଗଶାଳଦା, ନୁଆରକିରି ଆଦି...

କୟଳପଡ଼ାରେ ହାତୀ, ଲୋକେ ଭୟଭୀତ

ଚୌଦ୍ୱାର,୧୨ା୧(ଡି.ଏନ୍‌.ଏ.): ଦୀର୍ଘଦିନ ଧରି ଚୌଦ୍ୱାର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଉପଦ୍ରବ ଚଳାଇଥିଲେ। କିଛିଦିନର ନୀରବତା ପରେ ପୁଣି ଶୁକ୍ରବାର ବିଳମ୍ବିତ...

ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ, ୧୧।୬ ନବଜାତ ଶିଶୁର ମୃତ୍ୟୁକୁ ନେଇ ଶୁକ୍ରବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନା ଅଧିକାରୀ ଓ ପୋଲିସ ପହଞ୍ଚତ୍...

ସ୍ଥାୟୀ ଥଇଥାନ ଦାବିରେ ଭାଜପାର ୧୨ ଘଣ୍ଟିଆ ବନ୍ଦ ପାଳନ

ରାୟଗଡା ଅଫିସ, ୨୫।୧୦: ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ଏବଂ ଜମି ପଟ୍ଟା ପ୍ରଦାନ ଦାବିରେ ସୋମବାର ରାୟଗଡ଼ା ଜିଲା ଭାଜପା ପକ୍ଷରୁ ୧୨ ଘଣ୍ଟା...

ଦୁର୍ଘଟଣାରେ ଚାଲିଗଲା ଯନ୍ତ୍ରୀଙ୍କ ଜୀବନ

ହିଞ୍ଜିଳିକାଟୁ,୨୦।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହରିଶଙ୍କରରୁ ଦର୍ଶନ ସାରି କାର୍‌ରେ...

Advertisement
Archives

Model This Week