୮ଜଣଙ୍କୁ ବାନ୍ଧିଲା ପୋଲିସ

ଢେଙ୍କାନାଳ ଅଫିସ, ୫।୫: ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ଇନ୍ଦିପୁର ଗୁଣ୍ଡୁରାପଶି ପଥର ଖଣିରେ ଚଢ଼ାଉ ବେଳେ ପ୍ରଶାସନିକ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୮ଜଣ ବନ୍ଧା ହୋଇଛନ୍ତି। ସେମାନେ ହେଲେ ସଦର ଥାନା ମଧୁସାହୁପାଟଣା ଗ୍ରାମର ସୁବାସ ଚନ୍ଦ୍ର ସାହୁ ଓରଫ କାଳିଆ (୪୪), ଇନ୍ଦିପୁର ଗ୍ରାମର ପ୍ରିୟବ୍ରତ ନାୟକ ଓରଫ୍‌ ଲିପୁ (୪୭), ନୂଆସାହିର ଗୌରାଙ୍ଗ ସାହୁ ଓରଫ ଗଉରା, ଉପର ନୂଆସାହିର କୃତ୍ତିବାସ ସାହୁ (୪୧), ପ୍ରତାପ ବେହେରା ଓରଫ୍‌ ପତି (୪୧), ଜିତେନ୍ଦ୍ର ସାହୁ (୩୯), କାଣ୍ଡବିନ୍ଧା ଗ୍ରାମର ରମେଶ ପ୍ରଧାନ ଏବଂ କଟକ ଜିଲା ତିଗିରିଆ ଥାନା ମହୁଲଡିହ ଗ୍ରାମର ବିଜୟ ପ୍ରଧାନ (୩୨)। ଉପଜିଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଭିଯୋଗ ଆଧାରରେ ସଦର ଥାନାରେ ନଂ. ୨୧୨/୨୨, ଦଫା ୧୪୭, ୧୪୮, ୩୪୧, ୩୨୩, ୩୨୪, ୩୨୫, ୩୦୭,୩ ୩୨, ୩୩୩, ୩୫୩, ୪୨୭, ୧୮୬, ୧୪୯, ୩୯୫, ୩୯୭ ଓ ୨୫ ଓ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଗତ ସୋମବାର ବିଳମ୍ବିତ ରାତିରେ ଉକ୍ତ ଖଣିରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ପଥର ମାଫିଆ ଏବଂ ସେମାନଙ୍କ ସହଯୋଗୀଙ୍କ ସଂଘବଦ୍ଧ ଆକ୍ରମଣରେ ଉପଜିଲାପାଳଙ୍କ ସମେତ ୪ ସରକାରୀ କର୍ମଚାରୀ ଗୁରୁତର ହୋଇଥିଲେ। ଏଥିପୂର୍ବରୁ ବେଆଇନ ଖଣି ଖାଦାନରେ ଚଢ଼ାଉ ସମ୍ପର୍କରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଟାସ୍କଫୋସର୍ର୍ ଗଠନ କରାଯାଇଥିଲା। ପ୍ରଶାସନ, ପୋଲିସ, ବନ ବିଭାଗର ମିଳିତ ସମନ୍ବୟରେ ଏଭଳି ଲଘୁ ଖଣିଜ ଚୋରା ଚାଲାଣ ରୋକିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ତେବେ ଉକ୍ତ ଦିନ କେବଳ ପ୍ରଶାସନିକ ଅଧିକାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ। ଏପରି କି ସଦର ଥାନାଠାରୁ ମାତ୍ର ୫ କିମି ଦୂରରେ ଉକ୍ତ ବେଆଇନ ଖାଦାନ ଚାଲିଥିବାବେଳେ ଚଢ଼ାଉ ପୂର୍ବରୁ ପୋଲିସ ସହାୟତା ନ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଏବଂ ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ ବିଭିନ୍ନ ସମୟରେ ଚଢ଼ାଉରେ ସାମିଲ ହୋଇଥିବା ଅଧିକାରୀମାନେ ପଥର ମାଫିଆଙ୍କ ଆକ୍ରମଣର ଶିକାର ହେଉଛନ୍ତି। ଏସବୁ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ମାଷ୍ଟର ମାଇଣ୍ଡ୍‌କୁ ଧରିବା ବଦଳରେ ସହଯୋଗୀଙ୍କୁ ଗିରଫ କରି ପୋଲିସ ନିଜର ଦାୟିତ୍ୱ ସାରିଦେଉଛି। ତେଣୁ ଚୋରା ପଥର ବ୍ୟବସାୟୀଙ୍କ ଆଧିପତ୍ୟ ବଢ଼ିଥିବା ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ନିର୍ବାଚନ ଥିବାରୁ ବେଆଇନ ପଥର ଖଣିରେ ମିଳିତ ଚଢ଼ାଉ ହୋଇପାରି ନ ଥିଲା। ସୋମବାର ବିଳମ୍ବିତ ରାତିର ଘଟଣା ଏକ ଅତର୍କିତ ଚଢ଼ାଉଥିଲା। ପୋଲିସ ସହିତ ଆମର କୌଣସି ସମସ୍ୟା ନାହିଁ। ସେମାନେ ଆମକୁ ସହଯୋଗ କରୁଛନ୍ତି। ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ମିଳିବା ପରେ ତୁରନ୍ତ ଏସ୍‌ପିଙ୍କୁ ଅବଗତ କରାଯାଇଥିଲା। ଏହାପରେ ଏସ୍‌ଡିପିଓ, ଥାନାଧିକାରୀ ଘଟଣାସ୍ଥଳକୁ ଯାଇ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ୮ଜଣ ଗିରଫ ହୋଇଛନ୍ତି। ଆହୁରି ୬-୭ଜଣ ଫେରାର ଅଛନ୍ତି। ସରକାରଙ୍କ ରାଜସ୍ବ କ୍ଷତିକୁ ବରଦାସ୍ତ କରାଯିବ ନାହିଁ। ଚଢ଼ାଉ ସମୟରେ ପ୍ରତିରୋଧ କଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ ଟାସ୍କ ଫୋର୍ସ ଜରିଆରେ ମିଳିତ ଚଢ଼ାଉ ଜୋରଦାର କରାଯିବ। ଇନ୍ଦିପୁର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ଯାନବାହନକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଟନ୍‌ କ୍ରୋମାଇଟ ଜବତ, ୨ ଅଟକ

ଭୁବନ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ମୃଦଙ୍ଗା ହାଟଛକରେ କ୍ରୋମାଇଟ ଅପମିଶ୍ରଣ ବେଳେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଚଢ଼ାଉ କରି ୨ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରୁ...

ମଦ ବିରୋଧରେ ଗର୍ଜିଲେ ମହିଳା

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବସୁଲେଇ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ରଣହୁଙ୍କାର ଦେଇଛନ୍ତି ମହିଳା ଗୋଷ୍ଠୀ। ରବିବାର ଏକ ବିଶାଳ ଶୋଭାଯାତ୍ରାରେ ୭୦ ସ୍ବୟଂ...

ବହିରାଗତଙ୍କୁ ଗଁ। ମନା

ଢେଙ୍କାନାଳ ଅଫିସ, ୨୯।୩ – ଦିନକୁ ଦିନ ଅଧିକ ଭୟାବହ ହେଉଛି କରୋନା। ସଂକ୍ରମଣରେ ମୃତକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ...

‘ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ସାର’

ଢେଙ୍କାନାଳ ଅଫିସ, ୧।୩ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ସନ୍ଧ୍ୟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲାପାଳ ଭୂମେଶ ଚନ୍ଦ୍ର...

ଢେଙ୍କାନାଳରେ ବ୍ୟାପିଲା ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳରେ କରୋନା ସଂକ୍ରମଣ ଗତି ତୀବ୍ର ହୋଇଛି। ସପ୍ତାହେ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଅଙ୍କରେ ସୀମିତ ରହୁଥିବାବେଳେ ଗତ ୨୪...

ଶୋଭାଯାତ୍ରାରେ ବାଜିବନି ଡିଜେ

ଢେଙ୍କାନାଳ ଅଫିସ,୨୩ ।୧୧ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା...

୪୮ ଘଣ୍ଟା ପୂରିଲା, ଫେରାର କଏଦୀଙ୍କ ପତ୍ତା ମିଳୁନି: କର୍ମଚାରୀଙ୍କୁ ଦୋଷଦେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଅଫିସ, ୧୬।୧୨: ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ୧୦୦ ବର୍ଷ ପୁରୁଣା ଢେଙ୍କାନାଳ ଜିଲା କାରଗାର। ନାବାଳିକା ବଳାତ୍କାର ଭଳି ସଙ୍ଗିନ ମାମଲାର...

ସୁରକ୍ଷିତ ହେଲେ ବଢ଼ିବ ସୁନାମ

ଢେଙ୍କାନାଳ ଅଫିସ, ୯।୬ ଗୌରବମୟ ଇତିହାସର ମୂକସାକ୍ଷୀ ବୀରାଶାଳ ଏୟାରଷ୍ଟ୍ରିପ୍‌। ସତୁରି ଦଶକରେ ପରିକଳ୍ପନା କରାଯାଇଥିବା ଏହି ଏୟାରଷ୍ଟ୍ରିପ୍‌ ପୂର୍ଣ୍ଣାଙ୍ଗ ରୂପ ପାଇଥିଲା ୨୦୧୯ରେ। ସୋମବାର...

Advertisement
Archives

Model This Week