ପୋଲିସ ଜଡ଼ିତ

ନାଗରିକ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ଉତ୍ତରଦାୟିତ୍ୱ ବହନ କରୁଥିବା ଓଡ଼ିଶା ପୋଲିସର ୮୭ ବର୍ଷର ଇତିହାସରେ ଏହାର କର୍ମଚାରୀଙ୍କ ବିରୋଧରେ ଆପରାଧିକ ଅଭିଯୋଗ ବଢ଼ିବାରେ ଲାଗିଛି। ହାଜତ ମୃତ୍ୟୁଠାରୁ ଆରମ୍ଭ କରି ମାନବ ଅଧିକାର ଉଲ୍ଲଂଘନ ଭଳି କାର୍ଯ୍ୟ ତଥା ବିଭିନ୍ନ ଦୁର୍ନୀତିକୁ ନେଇ ପୋଲିସର ସ୍ବଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି। ପୋଲିସ ବ୍ୟବସ୍ଥାରେ ଆପରାଧିକ କାର୍ଯ୍ୟକଳାପକୁ ଭିତ୍ତିକରି ବହୁ ମାମଲା ଏବେ ବିଭିନ୍ନ କୋର୍ଟରେ ବିଚାରାଧୀନ ଅଛି। ତେବେ ନିକଟରେ ଘଟିଥିବା ଏକ ଘଟଣା, ଯେଉଁଥିରେ ପାରଳାଖେମୁଣ୍ଡି ରିଜର୍ଭ ପୋଲିସର ଜଣେ କନଷ୍ଟେବଲ ଜଡ଼ିତ ଥିବା ଜଣାପଡ଼ିବା ଖବର କାହାରିକୁ ଆଶ୍ଚର୍ଯ୍ୟ କରୁନାହିଁ। ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ୨ହଜାର ଟଙ୍କିଆ ନୋଟ ବଦଳାଇଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ୩୦ ଲକ୍ଷ ଟଙ୍କା ଲୁଟ୍‌ ଉଦ୍ୟମ କରି ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଅଛନ୍ତି କନଷ୍ଟେବଲ ତନୁଜ କୁମାର ସାବତ। ଉଲ୍ଲେଖନୀୟ ଯେ, କନଷ୍ଟେବଲ ତନୁଜଙ୍କ ବିରୋଧରେ ପୂର୍ବରୁ ଭିଜିଲାନ୍ସ ଓ ପୌଜଦାରି ମାମଲା ରହିଥିବା ପୋଲିସ ତରଫରୁ କୁହାଯାଇଛି। ତେବେ ସେହି କନଷ୍ଟେବଲ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ମଧ୍ୟ ସାଧାରଣ ନାଗରିକ ବୁଝିପାରୁଥିବେ। ଏହିଭଳି ଛୋଟିଆ କର୍ମଚାରୀଙ୍କ ମାଧ୍ୟମରେ ଯେଉଁ ଲୁଟ୍‌ କରାଯାଏ ତାହା ଉପର ସ୍ତର ପର୍ଯ୍ୟନ୍ତ ପହଞ୍ଚତ୍ଥିବା କଥା ସମସ୍ତେ ଜାଣନ୍ତି। ଧରାପଡ଼ିଲାବେଳକୁ ସେହି କନଷ୍ଟେବଲ କିମ୍ବା ହାବିଲଦାର ସ୍ତରର କର୍ମଚାରୀ ବଳିପଡ଼ନ୍ତି। ଓଡ଼ିଶାରେ କୌଣସି ଆଇପିଏସ୍‌ (ଭାରତୀୟ ପୋଲିସ ସେବା) ଅଫିସର ଦୁର୍ନୀତି କରି ଧରାପଡ଼ିବାର ନଜିର କ୍ୱଚିତ ମିଳିଥାଏ। ସମସ୍ତେ ଜାଣନ୍ତି ଉପରସ୍ତରରୁ ଅନୁମତି ବିନା ତଳ ସ୍ତରରେ, ବିଶେଷକରି ପୋଲିସ ବିଭାଗରେ, ଦୁର୍ନୀତି ଘଟିବା ସମ୍ଭବପର ହୁଏ ନାହିଁ। ଏଠାରେ ମନେପଡ଼େ କିଛି ବର୍ଷ ପୂର୍ବେ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ଭଡ଼ାଘରେ ରହୁଥିବା ଏକ ପରିବାରର ୧୪ ବର୍ଷୀୟ ଝିଅ ନିଖୋଜ ହୋଇଯିବା ଘଟଣା। ଖବର ନେବାରୁ ଜଣାପଡ଼ିଲା ଯେ, ପଡ଼ୋଶୀ ଘରେ ରହୁଥିବା ଜଣେ ହିନ୍ଦୁସ୍ତାନୀ ମହିଳା କିଛି ମାସ ଧରି ଏହି ଝିଅ ସଙ୍ଗେ ବନ୍ଧୁତା ସୃଷ୍ଟି କରିଥିଲେ। ପିଲାଟି ସ୍କୁଲ ଯିବା ଏବଂ ଆସିବାବେଳେ ମହିଳା ଜଣକ ତା’ସଙ୍ଗେ ଯାଇ ପ୍ରଥମେ ଚକୋଲେଟ, ଟିକିଲି ଇତ୍ୟାଦି କିଣିକରି ଦେଉଥିଲେ। କିଛି ମାସ ପରେ ଝିଅକୁ ନେଇ ଲୁଗାପଟା ମଧ୍ୟ କିଣି ଦେଇଥିଲେ। ମାତାପିତାଙ୍କ ସନ୍ଦେହ ଦୂର କରିବା ପାଇଁ ସେହି ମହିଳା ଝିଅକୁ ଆଣି ଘର ଦୁଆରମୁହଁରେ ଛାଡ଼ିଦେଇ ଚାଲିଯାଉଥିଲେ। ଗୋଟିଏ ଦିନ ଝିଅ ତା’ର ସ୍କୁଲ ଗଲା, କିନ୍ତୁ ନିର୍ଦ୍ଧାରିତ ସମୟରେ ଘରକୁ ଫେରିଲା ନାହିଁ। ଖୋଜାଖୋଜି ଏବଂ ଅପେକ୍ଷା କରି ବିଳମ୍ବିତ ରାତ୍ରିରେ ପୋଲିସ ଥାନାରେ ଏତଲା ଦେବାକୁ ମାତାପିତା ଯେତେବେଳେ ଗଲେ ସେତେବେଳେ ସେଠାକାର ଥାନାର ପୋଲିସ ଅଫିସର ଝିଅ ସମ୍ପର୍କରେ ଅଭଦ୍ର କଥା କହିବା ସହିତ ଏତଲା ମଧ୍ୟ ରଖିଲେ ନାହିଁ। ଜଣେ ସାମ୍ବାଦିକଙ୍କର ଦୃଷ୍ଟିକୁ ଏହି ଘଟଣା ଆସିବା ପରେ ତତ୍‌କାଳୀନ ଏସ୍‌ପିଙ୍କ ଦୃଷ୍ଟିକୁ ଘଟଣାଟି ଅଣାଗଲା। ‘କିଛି ସମୟ ଦିଅନ୍ତୁ କାର୍ଯ୍ୟ କେରିଦେବା’ କହି ସେତେବେଳର ଏସ୍‌ପି ୪ ଦିନ ମଧ୍ୟରେ ଝିଅକୁ ଦିଲ୍ଲୀରୁ ଫେରାଇ ଆଣିପାରିଲେ। ପରବର୍ତ୍ତୀ ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ସେହି ୪ ଦିନ ମଧ୍ୟରେ ଝିଅଟି ୭ ଥର ବିକ୍ରି ହୋଇସାରିଥିଲା। ଝିଅଟିର ଭାଗ୍ୟ ଭଲ ଥିବାରୁ ବଳାକତ୍ାର କିମ୍ବା ମାଡ଼ ସହିବାକୁ ପଡ଼ି ନ ଥିଲା। କିନ୍ତୁ ଏହିଭଳି ଭାଗ୍ୟ ଅଧିକାଂଶ ଝିଅଙ୍କର ନ ଥାଏ। ଏହି ଘଟଣା ପ୍ରମାଣ କରିଦିଏ ଯେ, ଭାରତରେ ପୋଲିସର ଅଜାଣତରେ ମହିଳା ଚାଲାଣ କରିବା କୌଣସି ସ୍ଥାନରେ ସମ୍ଭବପର ହୁଏନାହିଁ। ସେହିଭଳି ଅଳ୍ପ ବୟସ୍କ ପୁଅପିଲା ମଧ୍ୟ ନିଖୋଜ ହୋଇଯାଆନ୍ତି। ତତ୍‌ସହିତ ଚୋରି ହୋଇଥିବା ସାମଗ୍ରୀ ବିଭିନ୍ନ ଜାଗାକୁ ପଠାଇବାକୁ ହେଲେ ପୋଲିସ ଅନୁମତି ଦରକାର ହୋଇଥାଏ।
ଭୁବନେଶ୍ୱରଠାରୁ ଦିଲ୍ଲୀ ଭଳି ସହରରେ ବୟସ୍କ ଦମ୍ପତିଙ୍କ ଘର ଏବଂ ସମ୍ପତ୍ତି ଜବରଦଖଲ କାର୍ଯ୍ୟ ରୀତିମତ ପୋଲିସର ଆଶୀର୍ବାଦ ବିନା କରାଯାଇପାରେ ନାହିଁ। ଭୁବନେଶ୍ୱରରେ ଅନେକ ବୟସ୍କ ନାଗରିକଙ୍କ ଘର ଏବଂ ଜମି ଜବରଦଖଲ କରିବା ପାଇଁ ସ୍ଥାନୀୟ ଗୁଣ୍ଡା ଶ୍ରେଣୀର ଯୁବକ ଏବଂ ଅନେକ ସମୟରେ କେତେକ କିନ୍ନରଙ୍କୁ ବ୍ୟବହାର କରାଯିବା ପଛରେ ପୋଲିସର ସକ୍ରିୟ ସହଯୋଗ ରହିଥିବା ଘଟଣାର ଅନେକ ଉଦାହରଣ ମିଳିଥାଏ। ଏଥିରୁ ସହଜରେ ଅନୁମାନ କରିହୁଏ ଯେ, ଭାରତବର୍ଷସାରା ବିନା ସ୍ଥାନୀୟ ଥାନାର ସମ୍ପୃକ୍ତିରେ ଗୋଟିଏ ପକେଟମାର୍‌ ମଧ୍ୟ କାର୍ଯ୍ୟ କରିପାରେ ନାହିଁ। ଏହାର ଅନେକ ଉଦାହରଣ କଲିକତାର ହାଓ୍ବଡ଼ା ରେଲଓ୍ବେ ଷ୍ଟେଶନରେ ପକେଟମାର୍‌ ହୋଇଥିବା ଲୋକଙ୍କର ପହୁଞ୍ଚଥିଲେ କେଉଁଭଳି ନାଟକୀୟ ଭାବରେ ତାଙ୍କର ଟଙ୍କା ଫେରିଆସେ ସେ ବିଷୟରେ ମଧ୍ୟ ଅନେକଙ୍କର ଅନୁଭୂତି ରହିଛି। ଏହା ହେଉଛି ଭାରତୀୟ ପୋଲିସର ଚରିତ୍ର। କେଉଁଠି ବେଶି ତ କେଉଁଠି ଅଳ୍ପ। କିନ୍ତୁ ସବୁଆଡ଼େ ଗୋଟିଏ କଥା ‘ପୋଲିସ ଜଡ଼ିତ’।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri