ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି

ଖୋର୍ଦ୍ଧା ଅଫିସ, ୩ା୯:ରାଜୁଆ ଓ ଦୟା ଆଣିଛି ଦୁଃଖ। ଏହି ଦୁଇ ନଦୀରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା, ଜଟଣୀ, ବାଲିଅନ୍ତା, ବାଲିପାଟଣା ଓ ବେଗୁନିଆ ବ୍ଲକରେ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛି। ଖୋର୍ଦ୍ଧା ବ୍ଲକର ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ୩ ପଞ୍ଚାୟତର ୧୫ରୁ ଊର୍ଦ୍ଧ୍ୱ ଗ୍ରାମରେ ୧୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ପ୍ରଭାବିତ ହୋଇଥିବାବେଳେ ୭ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।
ଗାଁ ଦାଣ୍ଡରେ ପାଣି ସୁଅ: ବିଭିନ୍ନ ଗାଁ ଦାଣ୍ଡରେ ଅଣ୍ଟାଏ ଉଚ୍ଚର ପାଣିସୁଅ ଚାଲିଛି। ଡଙ୍ଗା ନ ହେଲେ ଯାତାୟତ କରିବା ଅସମ୍ଭବ ହୋଇପଡ଼ିଛି। ଘରେ ପାଣି ପଶି ଆସବାବପତ୍ର ସବୁ ନଷ୍ଟ ହୋଇଛି।
ଶିଶୁ ଓ ଗର୍ଭବତୀଙ୍କ ସମସ୍ୟା: ଓରବରସିଂ ପଞ୍ଚାୟତର ଓରମି, ହିରିମୂଳ, ଡିହଖଳା, ଧବଳପୁର, ବଳପୁର, ନରଣଗଡ଼ ପଞ୍ଚାୟତର ନରଣଗଡ଼, ମାନପୁର ଏବଂ ବ୍ରଜ ମୋହନପୁର ପଞ୍ଚାୟତର ଶରଧାପୁର ପ୍ରଭୃତି ଅଞ୍ଚଳରେ ଦୁର୍ଦ୍ଦଶା ବଢିବାରେ ଲାଗିଛି। ପିଲା ଛୁଆ, ବୃଦ୍ଧାବୃଦ୍ଧ, ରୋଗୀ ଓ ଗର୍ଭବତୀଙ୍କ ସମସ୍ୟା ଦ୍ୱିଗଣିତ ହୋଇଛି।
ଶୁଖିଲା ଖାଦ୍ୟକୁ ଭରସା: ବିପନ୍ନଙ୍କ ପାଇଁ ରନ୍ଧାଖାଦ୍ୟ ସ୍ବପ୍ନ ପାଲଟିଛି। ଘରେ ପାଣି ପଶି ଡାଲି, ଚାଉଳ ସବୁ ଓଦା ହୋଇଯାଇଥିବାରୁ ରୋଷେଇ ସମ୍ଭବ ହେଉନାହିଁ। ଯେନତେନ ପ୍ରକାରେ ଚୁଡ଼ା, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଖାଇ କଷ୍ଟେମଷ୍ଟେ ରହିବାକୁ ପଡୁଛି। ରୋଷଇ ଲାଗି କୌଣସି ସାଧନ ନ ଥିବା କେତେଜଣ ମହିଳା କହିଛନ୍ତି।
ପାଣି ପାଇଁ ଡହଳବିକଳ: ପାନୀୟଜଳ ସମସ୍ୟା ବିପନ୍ନଙ୍କ ମୁଣ୍ଡବ୍ୟଥା ବଢାଇଛି। ବିଶୁଦ୍ଧ ପାଣି ମୁନ୍ଦେ ପାଇବା ଲାଗି ସେମାନେ ଏବେ ଡହଳ ବିକଳ ହେଉଛନ୍ତି। ପର୍ଯ୍ୟାପ୍ତ ମାତ୍ରାରେ ପାଣିଟ୍ୟାଙ୍କର ଗ୍ରାମକୁ ଆସୁନାହିଁ। ଲୋକେ ପାଉଚ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି। ରିଲିଫ ସାମଗ୍ରୀ ଓ ପାଣି ଲାଗି ଏକପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ପ୍ରଶାସନର ଦେଖାନାହିଁ : ଗ୍ରାମର ଏକାଧିକ ଯୁବକ ପାଳି କରି କାହାର କୌଣସି ଅସୁବିଧା ହେଲେ, ସହଯୋଗ ଲାଗି ଗାଁ ଦାଣ୍ଡରେ ଜଗି ରହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ରନ୍ଧାଖାଦ୍ୟ ଏବଂ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି। କିଛି ଚୁଡ଼ା, ଚିନି, ବିସ୍କୁଟ ଧରାଇ ଦେଇ ପ୍ରଶାସନ ଆଉ ଦେଖା ଦେଉନାହିଁ ବୋଲି ଶରଧାପୁର ଗ୍ରାମବାସୀ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।
ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି: ଏ ନେଇ ଜିଲାପାଳ ସନତ ମହାନ୍ତି କହିଛନ୍ତି ବନ୍ୟାଞ୍ଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯିବା ବ୍ୟବସ୍ଥା କରିବା ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଗୋରୁଙ୍କ ପ୍ରତିଷେଧକ ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଇଛି। ସମସ୍ତ ପ୍ରକାର ସହଯୋଗ ଲାଗି ପ୍ରଶାସନ ପ୍ରସ୍ତୁତ ରହିଛି। ଲୋକଙ୍କ ଯାତାୟତ ଦୃଷ୍ଟରୁ ବୋଟିଂ ବ୍ୟବସ୍ଥା ଏବଂ ଉଦ୍ଧାର କାର୍ଯ୍ୟ ଲାଗି ଅଗ୍ନିଶମ ଟିମ ମୁତୟନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri