ଅଟକିଯାଇଛି ନାଟକ

ଓଡ଼ାପଡ଼ା, ୨୪ା୧୦ –  ଖାଁ ଖାଁ ପ୍ରେକ୍ଷାଳୟ। ବନ୍ଦ ହୋଇଯାଇଛି ସଂଳାପର ପ୍ରତିଧ୍ୱନି। ନାହାନ୍ତି କଳାକାର କି ଦିଶୁନି ସେମାନଙ୍କ ହସକାନ୍ଦ ଭରା ଅଭିନୟର ଚାତୁରି। ମାର୍ଚ୍ଚ ଶେଷ ସପ୍ତାହ ଯାଏ ଚଳଚଞ୍ଚଳ ଥିବା କଳାକାର, ରଙ୍ଗମଞ୍ଚରେ ଏବେ ଅସମ୍ଭବ ନୀରବତା। ସଞ୍ଜ ନଇଁଲେ ଯେଉଁଠି ଶବ୍ଦ ଆଲୋକର ଖେଳ ଭିତରେ ଦର୍ଶକ ଓ କଳାକାର ଏକାକାର ହୋଇଯାଉଥିଲେ ସେଠାରେ ଅନ୍ଧାର କରୁଛି ରାଜୁତି। କରୋନା ମାଡ଼ରେ ନାଟକ ଅଟକି ଯାଇଥିବାବେଳେ ଅନିଶ୍ଚିତ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି କଳାକାର। ସବୁଠାରୁ ବଡ଼ କଥା ନାଟକକୁ ଜୀବନ ଜୀବିକା ଭାବେ ଗ୍ରହଣ କରିଥିବା ଅଭିନେତାଙ୍କ ଦୁର୍ଦ୍ଦଶା ଏବେ କହିଲେ ନ ସରେ। କୋଭିଡ କଟକଣା ସେମାନଙ୍କ ସ୍ବପ୍ନ ସବୁକୁ ଅନ୍ଧାର ଆଡକୁ ଠେଲିଦେଇଛି। କେବେ ସମୟ ବଦଳିବ, ପ୍ରେକ୍ଷାଳୟ ଖୋଲିବ, ପୁଣିଥରେ ମୁହଁରେ ରଙ୍ଗବୋଳି ଅଭିନୟର ଯାଦୁରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିହେବ ଏବେ ସେହି ଚିନ୍ତାରେ ଦିନ ଗଣୁଛନ୍ତି ମଞ୍ଚ କଳାକାର। ପାର୍ବଣ ଋତୁ ସେମାନଙ୍କ ମନରେ ସାମନ୍ୟ ଉଦ୍ଦୀପନା ଭରିପାରି ନ ଥିବାବେଳେ ମଞ୍ଚଠାରୁ ଦୂରରେ ରହି ମଞ୍ଚରେ କଟିଥିବା ଦିନସବୁକୁ ଝୁରି ହେଉଛନ୍ତି କଳାକାର। କରୋନା କିପରି ଅଭିନୟ ଜଗତକୁ ଦୋହଲାଇ ଦେଇଛି ସେ ସମ୍ପର୍କରେ ନିଜର ଦୁଃଖ ବଖାଣିଛନ୍ତି ଢେଙ୍କାନାଳର କେତେଜଣ ମଞ୍ଚଶିଳ୍ପୀ।

ନାଟକଠୁ ଦୂରେଇ ରହିବା କଷ୍ଟ ନାଟୁଆ ହିଁ ଜାଣେ
ଦୀର୍ଘ ୮ମାସ ହେଲା ନାଟକ ବନ୍ଦ । ମଞ୍ଚ ଫାଟକ ବି ବନ୍ଦ । ପରିବାର ଲୋକେ ଅନେକ ଚେଷ୍ଟା କରି ବି ନାଟକଠାରୁ ଦୂରେଇ ରଖିପାରି ନ ଥିଲେ। କିନ୍ତୁ କରୋନା ଅଟକାଇ ଦେଲା। ସାରା ଦିନ ଘରେ ରହିବା ଛଡ଼ା ସତେ ଯେମିତି ଆଉ କିଛି କାମ ହିଁ ନାହିଁ। ଜୀବନରେ ନାଟକଠାରୁ ଦୂରେଇ ରହିବାର କଷ୍ଟ କେବଳ ନାଟୁଆଟିଏ ହିଁ ଜାଣିପାରିବ। ଆମ କଷ୍ଟକୁ ଅନ୍ୟ କେହି ଜାଣିପାରୁ ନାହାନ୍ତି।
-ଶତ୍ରୁଘ୍ନ ମାଟି, ବରିଷ୍ଠ ହାସ୍ୟ ଅଭିନେତା
ତଥା ନିର୍ଦ୍ଦେଶକ
ପୁରୁଣା ଦିନ ଶୀଘ୍ର ଫେରିଆସୁ
ପେସାରେ ଜଣେ ଓକିଲ ହୋଇଥିଲେ ବି ନାଟକ ହେଉଛି ଜୀବନ। ନାଟକକୁ ଛାଡ଼ି ବଞ୍ଚତ୍ବା ଖୁବ କଷ୍ଟଦାୟକ। ୭ମାସ ହେଲା ନାଟକଠାରୁ ଦୂରେଇ ରହିବା ମନ, ହୃଦୟକୁ କଷ୍ଟ ଦେଇଛି। ଏହା ମଧ୍ୟରେ ଡିଜିଟାଲ ମାଧ୍ୟମରେ ନାଟକ ପରିବେଷଣ କରିଥିଲେ ମଧ୍ୟ ତାହା ଆତ୍ମସନ୍ତୋଷ ଦେଇପାରିନି। ଦର୍ଶକଙ୍କ ଆଗରେ ଜୀବନ୍ତ ଅଭିନୟ କରିବାର ଆତ୍ମତୃପ୍ତି ଡିଜିଟାଲ ମାଧ୍ୟମରେ କେବେ ମଧ୍ୟ ମିଳିପାରିବ ନାହିଁ। ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ପୁରୁଣା ଦିନ ଶୀଘ୍ର ଫେରାଇ ଦିଅନ୍ତୁ।
-କାମାକ୍ଷା ପ୍ରସାଦ ରଣା,
ବରିଷ୍ଠ ଅଭିନେତା
ସଞ୍ଜ ନଇଁଲେ ବିଷାଦ ଭରିଯାଉଛି
ସଞ୍ଜହେଲେ ଆଖଡା ଶାଳରେ ପହଞ୍ଚତ୍ବା ନିତିଦିନିଆ ଅଭ୍ୟାସ ଥିଲା। ନୂଆ ନୂଆ ସୃଜନଶୀଳତା ସୃଷ୍ଟି ହେଉଥିଲା। ଏବେ କିନ୍ତୁ ସଞ୍ଜ ନଇଁଲେ ମନରେ ବିଷାଦ ଭରିଯାଉଛି। ନାଟକ ବିନା ସାରା ରାତି ହା ହୁତାଶ ଭିତରେ ବିତୁଛି। ସମୟ ମିଳିଥିବାରୁ ନୂଆ ନାଟକ ଲେଖିବାକୁ କେତେଜଣ ଶୁଭେଚ୍ଛୁ ପରାମର୍ଶ ଦେଉଛନ୍ତି। ହେଲେ କଳାକାର ମନରେ ପେଟ ଆଉ ନାଟର ଚିନ୍ତା। ସେଭଳି ପରିସ୍ଥିତିରେ କେମିତି ହେବ ନାଟକର ଚର୍ଚ୍ଚା ଆଉ କେମିତି ସୃଷ୍ଟି ହେବ ନୂଆ ନାଟକ।
-ମଧୁସୂଦନ ଷେଣ୍ଢ,
ନାଟ୍ୟ ନିର୍ଦ୍ଦେଶକ
ନାଟକ ବିନା ଜିଇବା ଦୁର୍ବିଷହ
ନାଟକକୁ ଜୀବନ ବୋଲି ଭାବିଛି। ଦୁଃଖ, କଷ୍ଟ ଭିତରେ ବଞ୍ଚତ୍ବାର ରାହା ଦେଖାଇଛି ନାଟକ। ସବୁ ପରିସ୍ଥିତିର ସାମ୍ନା କରି କେମିତି ଆଗକୁ ବଢ଼ିହେବ ଓ ଯନ୍ତ୍ରଣାକୁ ଅତିକ୍ରମ କରିହେବ ତାହା ନାଟକ ଶିଖାଇଛି। ଏବେ ନାଟକ ବିନା ଜିଇବା ଖୁବ ଦୁର୍ବିଷହ ହୋଇପଡ଼ିଛି। ଜୀବନରେ କେବେ ଏଭଳି ସମୟ ଆସିବ, ତାହା ଭାବି ନ ଥିଲି। କରୋନା ଚାଲିଯାଉ ଏବଂ ପୁଣି ଥରେ ରଙ୍ଗମଞ୍ଚ ଚଳଚଞ୍ଚଳ ହୋଇଉଠୁ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା।
-ବିନୋଦ ମହାନ୍ତି,
ବରିଷ୍ଠ ମଞ୍ଚ ଅଭିନେତା


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri