ଉଠିିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ

ସମ୍ବଲପୁର,୧୫ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶନିବାର ଥାଳ ଉଠିଛି। କରୋନା କଟକଣାରେ ପରମ୍ପରା ଅନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରମୁଖ ଶୈବପୀଠ ବାଲିବନ୍ଧା ସୋମନାଥ ବାବା, ନନ୍ଦପଡ଼ା ଶ୍ରୀ ଶ୍ରୀ ବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ା ଲୋକନାଥ ବାବା, ମୁଦିପଡ଼ା ଶ୍ରୀ ଶ୍ରୀ ଜାଗେଶ୍ୱର ବାବା, ବୁଢ଼ାରଜା ମହାଦେବ, ବଡ଼ବଜାର ଶ୍ରୀ ଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡ଼ା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ଥାଳଉଠି ଯାତ୍ରା ପାଇଁ ଅନୁକୂଳ ହୋଇଛି।
ପ୍ରାୟ ୪ଶହ ବର୍ଷର ଏହି ଥାଳଉଠା ପରମ୍ପରା ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପାଳିତ ହୋଇଆସୁଛି। ହେଲେ ଚଳିତବର୍ଷ କରୋନାର ଦ୍ୱିତୀୟ ଲହର ଏହାକୁ ଫିକା କରିଦେଇଛି। ପ୍ରତି ଶୈବପୀଠରେ ଯାତ୍ରା କମିଟିର ହାତଗଣତି ସଭ୍ୟ ଉପସ୍ଥିତ ଥିଲେ। ଦେବ ଦମ୍ପତିଙ୍କ ବିବାହ ପାଇଁ ଚୟନ ହୋଇଥିବା କନ୍ୟା ମାତାପିତା ଉପସ୍ଥିତ ରହି ଆଶୀର୍ବାଦ ଭିକ୍ଷା କରିଥିଲେ। ଆଜିଠାରୁ ଯାତ୍ରା କମିଟି ଓ କନ୍ୟାପକ୍ଷ ଦେବ ଦମ୍ପତିିଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। କର୍ମକର୍ତ୍ତାମାନେ ପିତଳ ଓ ରୌପ୍ୟ ଥାଳିରେ ବେଲପତ୍ର, ପଦ୍ମଫୁଲ, ହଳଦିଆ, ଲାଲ ରଙ୍ଗର ପାଟବସ୍ତ୍ର ଘୋଡାଇ ଥାଳ ପ୍ରସ୍ତୁତ କରିଥାନ୍ତି। ଭକ୍ତମାନେ ଥାଳକୁ ମାତା ପାର୍ବତୀ ଓ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଟେକିଥାନ୍ତି, ଯାହାକୁ ଥାଳଉଠା ପର୍ବ କୁହାଯାଏ। ବାଜା, ରୋଶଣିରେ ଶୈବପୀଠ ଦୁଲୁକି ଉଠିଥାଏ। କରୋନା କଟକଣା ଯୋଗୁ ଆୟୋଜକ କମିଟି ନିରାଡ଼ମ୍ବର ଭାବରେ ପାଳନ କରିଥିଲେ। କେବଳ ଶଙ୍ଖ, ଘଣ୍ଟ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଥାଳ ଉଠିଥିଲା। ମନ୍ଦିର ପୂଜକ, ପଣ୍ଡିତ, କନ୍ୟା ମାତାପିତା, ବର ମାତାପିତା, ଯାତ୍ରା କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଚଳିତବର୍ଷ ବାଲୁଙ୍କେଶ୍ୱର ବାବାଙ୍କ ଯାତ୍ରା କମିଟି ପକ୍ଷରୁ କନ୍ୟା ମାତାପିତା ଭାବେ ଗୋପାଳ ଚନ୍ଦ୍ର ସାହୁ ସହଧର୍ମିଣୀ ପ୍ରମିଳା ଚୟନ ହୋଇଛନ୍ତି। ଝାଡୁଆପଡ଼ାର ଲୋକନାଥ ବାବାଙ୍କ ଯାତ୍ରା କମିଟି ପକ୍ଷରୁ ବାସୁଦେବ ଚିନ୍ଦ୍ରା ତାଙ୍କର ସ୍ତ୍ରୀ ଯାଜ୍ଞସେନୀ, ମୁଦିପଡ଼ାର ଜାଗେଶ୍ୱର ବାବା ଯାତ୍ରା କମିଟି ପକ୍ଷରୁ ସୁମନ୍ତ ସ୍ବାଇଁ ତାଙ୍କର ସ୍ତ୍ରୀ ବନ୍ଦିତା, ବାଲିବନ୍ଧାର ବାଲୁଙ୍କେଶ୍ୱର ବାବା କମିଟି ପକ୍ଷରୁ ପ୍ରଶ୍ନ ମହାପାତ୍ର ତାଙ୍କର ସ୍ତ୍ରୀ ସରୋଜିନୀ, ବଡ଼ବଜାର ଶୀତଳେଶ୍ୱର ବାବା କମିଟି ପକ୍ଷରୁ ଅଶୋକ ନାଏକ ତାଙ୍କର ସ୍ତ୍ରୀ ସୁଚିସ୍ମିତା, ଠାକୁରପଡ଼ା ଗୁପ୍ତେଶ୍ୱର ବାବା କମିଟି ପକ୍ଷରୁ ସୁରେନ୍ଦ୍ର ପୁରୋହିତ ତାଙ୍କର ସ୍ତ୍ରୀ ମିନତି, ବୁଢ଼ାରଜା କମିଟି ପକ୍ଷରୁ ଜଗତ କିଶୋର ଦାନି ତାଙ୍କର ସ୍ତ୍ରୀ ସବିତା ପ୍ରମୁଖ ମାତା ପାର୍ବତୀଙ୍କୁ କନ୍ୟାଦାନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri