ଏନ୍‌ଟିପିସିର ଯୋଜନାବଦ୍ଧ ଚକ୍ରାନ୍ତ

ତାଳଚେର,୨୪ା୩ (ନି.ପ୍ର.) – ଶ୍ରମିକମାନେ କାମକୁ ନ ଆସିବାରୁ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌)ର ସମସ୍ତ ୟୁନିଟ୍‌ ବନ୍ଦ କରାଯିବାକୁ ନେଇ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଯୋଜନାବଦ୍ଧ ଚକ୍ରାନ୍ତ ବୋଲି ଶ୍ରମିକମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଶ୍ରମିକ ଏକତା ମଞ୍ଚ ପକ୍ଷରୁ କୁହାଯାଇଛି ଯେ, କୋଇଲା ଫିଡ଼ିଙ୍ଗ ହୋଇ ନ ପାରିବା କେବଳ ଏକ ବାହାନା। ଅନେକ ସମୟରେ ତାଳଚେରରେ ଆନ୍ଦୋଳନ ହୁଏ। ଏଥିଯୋଗୁ ଟ୍ରକ୍‌ ଓ ଟେନ୍‌ରେ କୋଇଲା ପରିବହନ ଦିନ ଦିନ ଧରି ବନ୍ଦ ରହିଥାଏ। ତଥାପି ଟିଟିପିଏସ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ କୌଣସି ଦିନ ସମ୍ପୂର୍ଣ୍ଣ ବନ୍ଦ ହୋଇ ନ ଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶ କାର୍ଯ୍ୟକାରୀ ନ କରି ଏନ୍‌ଟିପିସି କର୍ତ୍ତୃପକ୍ଷ ଟିଟିପିଏସ୍‌ର ଏହି ପୁରୁଣା ପ୍ଲାଣ୍ଟକୁ ବେଆଇନ ଭାବେ ବନ୍ଦ କରିବାକୁ ଯାଇ ଶ୍ରମିକମାନଙ୍କ ମୁଣ୍ଡରେ ଦୋଷ ଲଦୁଛନ୍ତି। ଏ ନେଇ ଅତି ଗୋପନୀୟ ଭାବେ ପୂର୍ବରୁ ପଦକ୍ଷେପ ନିଆଯାଉଥିଲା। ଏପ୍ରିଲ୍‌ ୧ରୁ କାର୍ଯ୍ୟକୁ ନ ଆସିବାକୁ ଠିକା ଶ୍ରମିକମାନଙ୍କୁ ଠିକାଦାରଙ୍କ ମାଧ୍ୟମରେ ନୋଟିସ ଦିଆଯାଇଥିଲା। ସେହିପରି ଗତ ଶନିବାର ପ୍ଲାଣ୍ଟର ୭୮ ଜଣ କର୍ମଚାରୀଙ୍କୁ ରାତିଅଧିଆ ଅନ୍ୟତ୍ର ବଦଳି କରିଦିଆଯାଇଥିଲା। ତେଣୁ ଟିଟିପିଏସ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଏହା କର୍ତ୍ତୃପକ୍ଷଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଏକତା ମଞ୍ଚ ପକ୍ଷରୁ କୁହାଯାଇଛି।

ଏକଚ୍ଛତ୍ରବାଦ ନିଷ୍ପତ୍ତି
ବହୁ ସଂଖ୍ୟକ ଶ୍ରମିକ, କର୍ମଚାରୀଙ୍କ ଭବିଷ୍ୟତ ସମ୍ପର୍କରେ ଚିନ୍ତା ନ କରି ଗଣତନ୍ତ୍ରରେ ଏକଚ୍ଛତ୍ରବାଦ ନିଷ୍ପତ୍ତି ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ। ଏହାଦ୍ୱାରା ଶ୍ରମିକମାନେ ରୋଜଗାର ହରାଇବେ। ତାଳଚେରର ଅର୍ଥନୀତି ପ୍ରଭାବିତ ହେବ।
-ମହେଶ ସାହୁ, ଏମ୍‌ପି ଢେଙ୍କାନାଳ
ନୂଆ ୟୁନିଟ୍‌ ସ୍ଥାପନ କରାଯାଉ
ଟିଟିପିଏସ୍‌ର ପୁରୁଣା ପ୍ଲାଣ୍ଟ ଚାଲୁ ରଖିବା ସହ ନୂତନ ପ୍ଲାଣ୍ଟ ନିର୍ମାଣ କରାଯିବା ପାଇଁ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ଏନ୍‌ଟିପିସି କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଲେନାହିଁ। କେନ୍ଦ୍ର ସରକାର ନୂଆ ୟୁନିଟ୍‌ ସ୍ଥାପନ ପାଇଁ ପଦକ୍ଷେପ ନେଲେ ଭଲ ହେବ।
– ମୁରଲୀଧର ସାହୁ, ସୁରକ୍ଷାମଞ୍ଚ ସଭାପତି
ବେଆଇନ ପଦକ୍ଷେପ
ଶ୍ରମିକ, ପ୍ରଶାସନକୁ ଅବଗତ ନ କରି ଯେଭଳି ଭାବେ ଟିଟିପିଏସ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରଖାଯାଇଛି, ତାହା ବେଆଇନ ଓ ଜନବିରୋଧୀ ପଦକ୍ଷେପ। ଏନ୍‌ଟିପିସି କର୍ତ୍ତୃପକ୍ଷ ଏପରି କାର୍ଯ୍ୟରୁ ନିବୃତ୍ତ ରହିଲେ ଶ୍ରମିକ ଓ ରାଜ୍ୟବାସୀଙ୍କ ମଙ୍ଗଳ ହେବ।
-ଛବି ସାହୁ, ଓକିଲ ସଂଘ ତଥା ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି
ଶ୍ରମିକଙ୍କୁ ଦୋଷ ଦେବା ନିନ୍ଦନୀୟ
ଠିକାଦାରଙ୍କଠାରୁ ନୋଟିସ ପାଇବା ପରେ ମଧ୍ୟ ଶ୍ରମିକମାନେ ଆଗ୍ରହର ସହିତ କାମ କରୁଥିଲେ। କିନ୍ତୁ ଶ୍ରମିକମାନେ କାମକୁ ନ ଆସିବାରୁ ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଥିବା ନେଇ କର୍ତ୍ତୃପକ୍ଷ ସଫେଇ ଦେବା ନିନ୍ଦନୀୟ।
-ସରୋଜ କୁମାର ନାଥ, କାର୍ଯ୍ୟକାରୀ ସଭାପତି, ଏକତା ମଞ୍ଚ
ବିଭେଦ ସୃଷ୍ଟି ଉଦ୍ୟମ
ଏନ୍‌ଟିପିସି କର୍ତ୍ତୃପକ୍ଷ ନିଜେ ପ୍ଲାଣ୍ଟ ବନ୍ଦ କରିଥିବାବେଳେ ଶ୍ରମିକଙ୍କ ମୁଣ୍ଡରେ ଦୋଷ ଲଦୁଛନ୍ତି। ଏମିତି କରି ଶ୍ରମିକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ସହ ଫାଇଦା ନେବାକୁ ଅପଚେଷ୍ଟା କରାଯାଉଛି। ସେଥିରୁ ନିବୃତ୍ତ ରହି ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଇଦିଅନ୍ତୁ।
-ବିନୋଦ ସାମଲ, ସଭାପତି
ଏନ୍‌ଟିପିସି ଅନ୍ୟାୟ କରିଛି
ଟିଟିପିଏସ୍‌ ଅଧିଗ୍ରହଣ ଏବଂ ହସ୍ତାନ୍ତର ଧାରା ୧୯୯୪ ବଳରେ ତାଳଚେର ଥର୍ମାଲକୁ ଏନ୍‌ଟିପିସିକୁ ହସ୍ତାନ୍ତର କରାଯାଇଥିଲ। ପରିବେଶଜନିତ ସମସ୍ତ ଅସୁବିଧା ଦୂରକରି ପ୍ଲାଣ୍ଟର କାର୍ଯ୍ୟକାଳ ବଢ଼ାଇବାକୁ ଉକ୍ତ ଧାରାରେ ଉଲ୍ଲେଖ ଥିଲା। କନ୍ତୁି ଏନ୍‌ଟିପିସି ଅନ୍ୟାୟ କରିଛି।
-ସମର ସାହୁ, ସମ୍ପାଦକ, ଏନ୍‌ଟିପିସି ପାୱାର ୱାର୍କର୍ସ ୟୁନିୟନ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri