ଜବରଦଖଲକାରୀଙ୍କ କବ୍‌ଜାରେ ମନ୍ଦିର ସମ୍ମୁଖ ଜାଗା

କୋଣାର୍କ,୧୦।୨(ଡି.ଏନ୍‌.ଏ.): ଅର୍କକ୍ଷେତ୍ର କୋଣାର୍କସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାରୁ ସେଠାରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଗନ୍ନାଥ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଏଥିସହ ଜଗନ୍ନାଥ ସଂସ୍କୃତି ସଙ୍କଟରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ପ୍ରକାଶ ଯେ, କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖ ରାସ୍ତାରେ ଜଗନ୍ନାଥ ଟ୍ରଷ୍ଟବୋର୍ଡ ରାଜାରାମ ମଠ ଅବସ୍ଥିତ। ସେଠାରେ ବହୁ କାଳରୁ ପ୍ରଭୁ ଜଗନ୍ନାଥଙ୍କର ପୂଜା ଅର୍ଚ୍ଚନା କରାଯାଉଛି। ବାର ମାସରେ ତେରପର୍ବ ସାଙ୍ଗକୁ ମହାପ୍ରଭୁଙ୍କର ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହେଇଥାଏ। ଉକ୍ତ ମନ୍ଦିରକୁ କୋଣାର୍କ ବିଜ୍ଞାପିତ ଅଞ୍ଚଳବାସୀଙ୍କ ବ୍ୟତୀତ କୋଣାର୍କକୁ ଆସୁଥିବା ପର୍ଯ୍ୟଟକ ଆସିଥାନ୍ତି। ହେଲେ ଏବେ କେତେକ ଉଠା ଦୋକାନୀ ମନ୍ଦିରର ସମ୍ମୁଖ ରାସ୍ତା ଅବରୋଧ କରି ମାଡ଼ି ବସିଛନ୍ତି। ଏଥିସହ ସେଠାରେ ନିଶା କାରବାର ଓ ସେବନ କରିବା ସହ ଭଜନ ମଣ୍ଡପରେ ଆମିଷ ଭକ୍ଷଣ କରୁଛନ୍ତି। ସେଠାରେ ନିଶାସକ୍ତଙ୍କ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ସେଠାରୁ ଜଣେ ମାନସିକ ବିକୃତ ମହିଳାଙ୍କ ମୃତଦେହ ମିଳିବା, ଚୋରି ନେଇ ଚର୍ଚ୍ଚା ଜୋର ଧରିଥିଲା। ମନ୍ଦିର ହୁଣ୍ଡିରୁ ଲୁଟ୍‌, ଠାକୁରଙ୍କ ଅଳଙ୍କାର ଚୋରି ଏବଂ ଠାକୁରଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରତିଦିନ ଚୋରି ଯାଉଥିବା ନଜିର ରହିଛି। ପର୍ଯ୍ୟଟକଙ୍କୁ ନିଶାଡ଼ିମାନେ ଦୁର୍ବ୍ୟବହାର କରିବା ନିତିଦିନିଆ ଘଟଣା ହୋଇଗଲାଣି। ମଳମୂତ୍ର ତ୍ୟାଗ, ଦୋକାନୀଙ୍କ ବର୍ଜ୍ୟବସ୍ତୁ ମନ୍ଦିର ପରିସରରେ ଜମା ହେଉଥିବା ନେଇ ଜଗନ୍ନାଥ ପ୍ରେମୀଙ୍କୁ ନିରାଶ କରିଛି। ସଞ୍ଜ ହେଲେ ମହିଳା ପର୍ଯ୍ୟଟକ ମନ୍ଦିରକୁ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ଜବରଦଖଲ ହଟାଇବା ଲାଗି ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ। ଜବରଦଖଲକାରୀ ଟ୍ରଷ୍ଟ ବୋର୍ଡକୁ ପଇସା ଦେଇ ଦୋକାନ ଦେଉଥିବା ମିଛ କହି ପ୍ରଶାସନକୁ ଭୁଅଁା ବୁଲାଉଥିବା ଜଣାପଡ଼ିଛି। ପୁରୀ ଜିଲାପାଳ, ଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଏଥିପ୍ରତି ଦୃଷ୍ଟି ଦେଇ ଜବରଦଖଲ ହଟାଇବା ପାଇଁ ଟ୍ରଷ୍ଟ ବୋର୍ଡ ମାନେଜିଂ ଟ୍ରଷ୍ଟି ଅମରେଶ୍ୱର ନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?