ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ମାନ୍ୟତା ଦାବି ତେଜିଲା, ବରୁଣେଇରେ ପାଇକ ମେଳି

ଖୋର୍ଦ୍ଧା ଅଫିସ,୨୭ା୧୨: ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଏବଂ ବରୁଣେଇ ପାଦଦେଶ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥଳ ଜମି ଫ୍ରି ପ୍ରିମିୟମ ଯୋଗାଇବା ଦାବିରେ ଓଡ଼ିଆ ବୀର ମହାସଂଘ ସୋମବାର ବରୁଣେଇ ପୀଠରୁ ରଣହୁଙ୍କାର ଦେଇଛି। ଖୋର୍ଦ୍ଧା ସମେତ ପୁରୀ, ଗଞ୍ଜାମ, ଢେଙ୍କାନାଳ, ଅନୁଗୋଳ ପ୍ରଭୃତି ଅଞ୍ଚଳର ପାଇକ ଆଖଡ଼ା ଯୋଗଦେଇଛନ୍ତି। ବୀର ବାଦ୍ୟର ତାଳେ ତାଳେ ପାଇକ ବୀରମାନେ ସମର କଳା ପ୍ରଦର୍ଶନ କରିଥିଲେ। ମାନ୍ୟତା ଦାବିରେ ପାଇକମାନଙ୍କ ଗର୍ଜନରେ ବରୁଣେଇ ପ୍ରକମ୍ପିତ ହୋଇଛି। ଏଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗଡ଼ ଖୋର୍ଦ୍ଧାରେ ପହଞ୍ଚିଥିଲେ। ସେଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ଭାରତ ବର୍ଷର ଶେଷ ସ୍ବାଧୀନ ଦୁର୍ଗ ଗଡ଼ଖୋର୍ଦ୍ଧାରୁ ମଶାଲ ଧରି ଶୋଭାଯାତ୍ରାରେ ବାହାରି ଖୋର୍ଦ୍ଧା ଗଡ଼ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସହର ପରିକ୍ରମା କରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସମାବେଶ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ମହାସଂଘ ସମ୍ପାଦକ ଡ.ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି। ମାନ୍ୟତା ଘୋଷଣା ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ସାରା ଓଡିଶାରେ ଆନ୍ଦୋଳନକୁ ତୀବ୍ର କରାଯିବ। ନୂଆଦିଲ୍ଲୀରେ ବିଶାଳ ପାଇକ ସମାବେଶ କରାଯିବ ବୋଲି ସଂଘ ସଭାପତି ଡ.ପ୍ରକାଶ ଶ୍ରୀଚନ୍ଦନ କହିଛନ୍ତି। ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ, ଆଇନଜୀବୀ ଶିଶିର ପରିଡ଼ା, ମହାସଂଘ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ସାମାଜିକ କର୍ମୀ ଅବନୀ ଜେନା, ଇତିଶ୍ରୀ ସାହୁଙ୍କ ସମେତ ଗବେଷକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଶତାଧିକ ଲୋକଙ୍କ ଜନ ସମାବେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

ଇରାନ୍‌କୁ ଆର୍ଥିକ ଫାଇଦା ପହଞ୍ଚାଇଲେ ପରିଣାମ ଭୋଗିବ: ଆମେରିକା

ୱାଶିଂଟନ୍‌,୪।୯ (ପି.ଟି.): କିର୍‌ଗିଜସ୍ଥାନର ବିଶ୍‌କେକ୍‌ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ୍‌ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍‌ଙ୍କ…

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri