ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ମାନ୍ୟତା ଦାବି ତେଜିଲା, ବରୁଣେଇରେ ପାଇକ ମେଳି

ଖୋର୍ଦ୍ଧା ଅଫିସ,୨୭ା୧୨: ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଏବଂ ବରୁଣେଇ ପାଦଦେଶ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥଳ ଜମି ଫ୍ରି ପ୍ରିମିୟମ ଯୋଗାଇବା ଦାବିରେ ଓଡ଼ିଆ ବୀର ମହାସଂଘ ସୋମବାର ବରୁଣେଇ ପୀଠରୁ ରଣହୁଙ୍କାର ଦେଇଛି। ଖୋର୍ଦ୍ଧା ସମେତ ପୁରୀ, ଗଞ୍ଜାମ, ଢେଙ୍କାନାଳ, ଅନୁଗୋଳ ପ୍ରଭୃତି ଅଞ୍ଚଳର ପାଇକ ଆଖଡ଼ା ଯୋଗଦେଇଛନ୍ତି। ବୀର ବାଦ୍ୟର ତାଳେ ତାଳେ ପାଇକ ବୀରମାନେ ସମର କଳା ପ୍ରଦର୍ଶନ କରିଥିଲେ। ମାନ୍ୟତା ଦାବିରେ ପାଇକମାନଙ୍କ ଗର୍ଜନରେ ବରୁଣେଇ ପ୍ରକମ୍ପିତ ହୋଇଛି। ଏଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗଡ଼ ଖୋର୍ଦ୍ଧାରେ ପହଞ୍ଚିଥିଲେ। ସେଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ଭାରତ ବର୍ଷର ଶେଷ ସ୍ବାଧୀନ ଦୁର୍ଗ ଗଡ଼ଖୋର୍ଦ୍ଧାରୁ ମଶାଲ ଧରି ଶୋଭାଯାତ୍ରାରେ ବାହାରି ଖୋର୍ଦ୍ଧା ଗଡ଼ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସହର ପରିକ୍ରମା କରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସମାବେଶ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ମହାସଂଘ ସମ୍ପାଦକ ଡ.ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି। ମାନ୍ୟତା ଘୋଷଣା ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ସାରା ଓଡିଶାରେ ଆନ୍ଦୋଳନକୁ ତୀବ୍ର କରାଯିବ। ନୂଆଦିଲ୍ଲୀରେ ବିଶାଳ ପାଇକ ସମାବେଶ କରାଯିବ ବୋଲି ସଂଘ ସଭାପତି ଡ.ପ୍ରକାଶ ଶ୍ରୀଚନ୍ଦନ କହିଛନ୍ତି। ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ, ଆଇନଜୀବୀ ଶିଶିର ପରିଡ଼ା, ମହାସଂଘ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ସାମାଜିକ କର୍ମୀ ଅବନୀ ଜେନା, ଇତିଶ୍ରୀ ସାହୁଙ୍କ ସମେତ ଗବେଷକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଶତାଧିକ ଲୋକଙ୍କ ଜନ ସମାବେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ରହିଗଲା ସ୍ବପ୍ନ, ଏବେ ବଞ୍ଚିବାକୁ ସଂଘର୍ଷ

ବାଲିଆପାଳ, ୩୦।୩(ଅମୂଲ୍ୟ କୁମାର ଦାସ): କଥାରେ ଅଛି ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘିପାରେ। ଯାହା ପ୍ରମାଣିତ କରି ଦେଖାଇଛନ୍ତି ସିଂଲା...

ବିକ୍ରମଙ୍କ ପାଇଁ ୨ ବିରୋଧୀ ଅଡୁଆ

ବ୍ରହ୍ମପୁର,୩୦ା୩(ଅଶୋକ କୁମାର ସାହୁ): ସାଧାରଣ ନିର୍ବାଚନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେଡି ପକ୍ଷରୁ ଚିତ୍ର...

ବଙ୍ଗୀୟ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ

ମହାକାଳପଡ଼ା, ୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକର ୩୧ ପଞ୍ଚାୟତ ଓ ମାର୍ଶାଘାଇ ବ୍ଲକର ୧୭ ପଞ୍ଚାୟତକୁ ନେଇ ୨୦୦୯ରେ ମହାକାଳପଡ଼ା ବିଧାନସଭା...

ପୁରୁଣା ଢଳେଇ ଭାଙ୍ଗି ତଳେ ବିଛାଚାଲିଛି

ଜଗତ୍‌ସିଂହପୁର,୩୦ା୩(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହର ଏଲ୍‌ଆଇସି କାର୍ଯ୍ୟାଳୟ ନିକଟରୁ ବଡ଼ବଜାର ରଶ୍ମି ହଲ ଛକ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରିରେ ୬ କୋଟି...

ଅବଧି ସରିଲାଣି, ବିଜୁ ସେତୁ କାର୍ଯ୍ୟ ସରୁନି

ରସୁଲପୁର,୩୦ା୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଗନ୍ଧଣ ପଞ୍ଚାୟତର ମଧୁବନ ଲକ୍ଷ୍ମୀ ବଜାର ଛକରୁ ଏକତଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମୂଳ ଖରସ୍ରୋତା ନଦୀରେ...

ଅନ୍ତଃ କନ୍ଦଳରେ ବୁଡ଼ି ରହିଛି ଭାଜପା

ପଟ୍ଟାମୁଣ୍ଡାଇ ୩୦ା୩ ( କଳ୍ପତରୁ ନାୟକ): ନିର୍ବାଚନ କମିଶନର ରାଜ୍ୟରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ...

ସରକାରୀ ନିର୍ଦ୍ଦେଶକୁ ଫୁ: ଗଢ଼ିଉଠିଛି ଶତାଧିକ ଇଟାଭାଟି

ଆଳି,୩୦ା୩ (ବନମାଳୀ ସେନାପତି): ସମସ୍ତ ପ୍ରକାର ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ଆଳି ଅଞ୍ଚଳର ବିଭିନ୍ନ ନଦୀ କୂଳବର୍ତ୍ତୀ ସ୍ଥାନ ଓ ରାସ୍ତାର ଦୁଇପାର୍ଶ୍ୱରେ ମାଲିକମାନେ...

କଂଗ୍ରେସ ନେତାଙ୍କ ଭରସା ପାଉନି

ଚଣ୍ଡିଖୋଲ,୩୦ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ଏକ ପ୍ରମୁଖ ନିବାଚନମଣ୍ଡଳୀ ଭାବେ ବଡ଼ଚଣା ବିଧାନସଭା କ୍ଷେତ୍ର ପରିଗଣିତ। ଯାଜପୁର ଜିଲାର ପ୍ରବେଶ ଦ୍ୱାର ଭାବରେ ସଦାସର୍ବଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri