କରୋନା ଟିକା ନେବାକୁ ରାଜି ନ ଥିଲେ ବ୍ୟକ୍ତି, ପାଞ୍ଚିଲେ ଏମିତି ଉପାୟ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋମ୍‌,୬ା୧୨: ଇଟାଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଟିକା ନ ନେଇ ଭାକ୍ସିନେଟେଡ୍‌ ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆଶ୍ଚର୍ଯ୍ୟ କଲା ପରି ଉପାୟ ବାହାର କରିଥିଲେ। ସେ ଏକ ନକଲି ହାତ ଲଗାଇ ଇଞ୍ଜେକ୍ସନ ନେବା ପାଇଁ ପହଞ୍ଚିଥିଲେ। ଏହା ପରେ କ’ଣ ଘଟିଲା ଜାଣନ୍ତୁ ସେ ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ଭାକ୍ସିନକୁ ବିରୋଧ କରୁଥିଲେ। କିନ୍ତୁ କରୋନା ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଭାକ୍ସିନେଶନ ସେଣ୍ଟରରେ ପହଞ୍ଚିଥିଲେ। ଟିକା ଦେବାକୁ ଶର୍ଟ ଖୋଲିବାକୁ ନର୍ସ କହିଥିଲେ। ନର୍ସ ଯେତେବେଳେ ତାଙ୍କ ବାହୁକୁ ଧରିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ଚର୍ମ କିଛି ଅଲଗା ଲାଗୁଥିଲା। ନର୍ସ ତାଙ୍କୁ ଆଉ ଏକ ହାତ ଦେଖାଇବାକୁ କହିଲେ। ମାତ୍ର ବ୍ୟକ୍ତି ଜଣକ ଏଥିରେ ରାଜି ହୋଇ ନ ଥିଲେ। ସେ ତାଙ୍କ ବାମ ହାତରେ ଇଞ୍ଜେକ୍ସନ ଦେବାକୁ ଜିଦ୍‌ କରିଥିଲେ। କିନ୍ତୁ ନର୍ସ ଟିକା ଦେବାକୁ ମନା କରି ଦେଇଥିଲେ। ପରେ ବ୍ୟକ୍ତି ଜଣକ ତାଙ୍କ ବାହୁ ଦେଖାଇଥିଲେ। ଏଥିରେ ନର୍ସଙ୍କ ହୋସ୍‌ ଉଡ଼ି ଯାଇଥିଲା। କାରଣ ସେ ସିଲିକନର ଏକ ନକଲି ହାତରେ ଇଞ୍ଜେକ୍ସନ ଦେଇଥିଲେ। ଏହା ପରେ ବ୍ୟକ୍ତି ଜଣକ କହିଥିଲେ ମୁଁ କରୋନା ଟିକା ନେବାକୁ ଚାହୁଁ ନ ଥିଲି ମାତ୍ର ସାର୍ଟିଫିକେଟ ମୋର ଦରକାର ଥିଲା। ତେଣୁ ମୁଁ ଏମିତି ଉପାୟ ପାଞ୍ଚିଥିଲି। ଏହା ପରେ ଏହି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସର୍ପ ଦଂଶନରେ ମାରିବାକୁ ଧମକ ଦେଲେ ପାକିସ୍ତାନୀ ପପ୍‌ ଗାୟିକା

ଇସ୍‌ଲାମାବାଦ,୪।୯: ଏବେ ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ପପ୍‌ ଗାୟିକାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଦେଖି ଲୋକେ ହସି ହସି ବେଦମ୍‌...

କରୋନ ସଙ୍କଟରେ ଆତଙ୍କବାଦୀଙ୍କ ପ୍ରତି ଇମ୍ରାନ୍‌ଙ୍କ କରୁଣା: ଓ୍ବାଚ୍‌ଲିଷ୍ଟ୍‌ରୁ ହଟିଲେ ୧୮,୦୦ ଜଣ

ଇସଲାମାବାଦ୍‌,୨୧।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ସାରା ପୃଥିବୀରେ ଲଢ଼େଇ ଜାରି ରହିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଆତଙ୍କବାଦୀଙ୍କ ପ୍ରତି କରୁଣା ଦେଖାଇଛନ୍ତି। ପାକିସ୍ତାନର...

ପାକିସ୍ତାନ ବାହାରେ ପହଞ୍ଚିଲା ରାଜନୈତିକ କନ୍ଦଳ, ଲଣ୍ଡନ ସ୍ଥିତ ନୱାଜ ଶରିଫଙ୍କ ଘର ବାହାରେ ଇମ୍ରାନ-ନୱାଜଙ୍କ ସମର୍ଥକ ମୁହାଁମୁହିଁ

ଇସଲାମାବାଦ,୧୧ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଇସ୍ତଫା ପରେ ପାକିସ୍ତାନ ନ୍ୟାଶନାଲ ଆସେମ୍ଲିରେ ରାଜନୈତିକ କନ୍ଦଳ ଏକ ପ୍ରକାର ଶେଷ ହୋଇଯାଇଛି । ହେଲେ...

ଓପନ ଓ୍ବାର୍କ ପରିମିଟ ଘୋଷଣା କଲେ କାନାଡା ସରକାର : ଭାରତୀୟଙ୍କ ପାଇଁ ସୁଯୋଗ…

ଓଟଓ୍ବା/ନୂଆଦିଲ୍ଲୀ,୩।୧୨ : କାନାଡାର ଓପନ ୱାର୍କ ପରିମିଟ (ଓଡବ୍ଲୁପି) ଧାରକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ ସରକାର ଖୋଲା କାର୍ଯ୍ୟ ଅନୁମତି ବିସ୍ତାର...

ସିଙ୍ଗାପୁରରେ ପ୍ରଥମ କରୋନା ମୃତ୍ୟୁ

ସିଙ୍ଗାପୁର,୨୧।୩: କରୋନା ଭାଇରସ କଥା ଉଠିଲେ ଆପଣାଛାଏଁ ମନକୁ ଆସି ଯାଉଛି ଏଥିରେ ବୃଦ୍ଧି ପାଇଛି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ସାରା ବିଶ୍ୱ ପାଇଁ...

ୟୁରୋପୀୟ ସଂଘର ଅଭିଯୋଗ, ଚାରି ଗୁଣା ମହଙ୍ଗା ଗ୍ୟାସ ବିକ୍ରି କରୁଛି ଆମେରିକା, ଶକ୍ତି ସଙ୍କଟରେ ୟୁରୋପ

ବ୍ରସେଲ୍ସ,୨୮ ।୧୧: ୟୁରୋପୀୟ ସଂଘ(ଇୟୁ) ଆମେରିକା ଉପରେ ଅଭିଯୋଗ ଆଣିଛି କି ଆମେରିକା ସହଯୋଗୀ ହେବା ପରେ ବି ଏହାର ମଜବୁରିର ଫାଇଦା ଉଠାଉଛି ।...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ବାସହରାଙ୍କ ସାହାରା ପାଲଟିଛନ୍ତି ସୁଖବିନ୍ଦର

ସିଡ୍‌ନୀ,୧୧।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଫଳରେ ସେଠାରେ ଲକ୍ଷାଧିକ ଲୋକ ବାସଶୂନ୍ୟ ହୋଇପଡିଥିବା ବେଳେ ଅଧିକାଂଶ ବନ୍ୟଜନ୍ତୁଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଏହି ସମୟରେ...

୯ ଭାରତୀୟ ଧୀବରଙ୍କୁ ଗିରଫ କଲେ ଶ୍ରୀଲଙ୍କା ନୌସେନା…

କଲମ୍ବୋ,୨୫।୭ : ଶ୍ରୀଲଙ୍କା ନୌସେନା ନଅ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି ଏବଂ ଏହାର ଦୁଇଟି ଟ୍ରଲରକୁ ଏହାର ସାମୁଦ୍ରିକ ଜଳ ସୀମା ଭିତରେ...

Advertisement
Archives

Model This Week