କରୋନା ଟିକା ନେବାକୁ ରାଜି ନ ଥିଲେ ବ୍ୟକ୍ତି, ପାଞ୍ଚିଲେ ଏମିତି ଉପାୟ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋମ୍‌,୬ା୧୨: ଇଟାଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଟିକା ନ ନେଇ ଭାକ୍ସିନେଟେଡ୍‌ ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆଶ୍ଚର୍ଯ୍ୟ କଲା ପରି ଉପାୟ ବାହାର କରିଥିଲେ। ସେ ଏକ ନକଲି ହାତ ଲଗାଇ ଇଞ୍ଜେକ୍ସନ ନେବା ପାଇଁ ପହଞ୍ଚିଥିଲେ। ଏହା ପରେ କ’ଣ ଘଟିଲା ଜାଣନ୍ତୁ ସେ ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ଭାକ୍ସିନକୁ ବିରୋଧ କରୁଥିଲେ। କିନ୍ତୁ କରୋନା ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଭାକ୍ସିନେଶନ ସେଣ୍ଟରରେ ପହଞ୍ଚିଥିଲେ। ଟିକା ଦେବାକୁ ଶର୍ଟ ଖୋଲିବାକୁ ନର୍ସ କହିଥିଲେ। ନର୍ସ ଯେତେବେଳେ ତାଙ୍କ ବାହୁକୁ ଧରିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ଚର୍ମ କିଛି ଅଲଗା ଲାଗୁଥିଲା। ନର୍ସ ତାଙ୍କୁ ଆଉ ଏକ ହାତ ଦେଖାଇବାକୁ କହିଲେ। ମାତ୍ର ବ୍ୟକ୍ତି ଜଣକ ଏଥିରେ ରାଜି ହୋଇ ନ ଥିଲେ। ସେ ତାଙ୍କ ବାମ ହାତରେ ଇଞ୍ଜେକ୍ସନ ଦେବାକୁ ଜିଦ୍‌ କରିଥିଲେ। କିନ୍ତୁ ନର୍ସ ଟିକା ଦେବାକୁ ମନା କରି ଦେଇଥିଲେ। ପରେ ବ୍ୟକ୍ତି ଜଣକ ତାଙ୍କ ବାହୁ ଦେଖାଇଥିଲେ। ଏଥିରେ ନର୍ସଙ୍କ ହୋସ୍‌ ଉଡ଼ି ଯାଇଥିଲା। କାରଣ ସେ ସିଲିକନର ଏକ ନକଲି ହାତରେ ଇଞ୍ଜେକ୍ସନ ଦେଇଥିଲେ। ଏହା ପରେ ବ୍ୟକ୍ତି ଜଣକ କହିଥିଲେ ମୁଁ କରୋନା ଟିକା ନେବାକୁ ଚାହୁଁ ନ ଥିଲି ମାତ୍ର ସାର୍ଟିଫିକେଟ ମୋର ଦରକାର ଥିଲା। ତେଣୁ ମୁଁ ଏମିତି ଉପାୟ ପାଞ୍ଚିଥିଲି। ଏହା ପରେ ଏହି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri