ହ୍ରାସ ପାଉଛି ଚଣ୍ଡିଆ ପାହାଡ଼ ପରିସୀମା

ଚଣ୍ଡିଖୋଲ, ୨୯।୧୨ (ଡି.ଏନ.ଏ.): ଦିନକୁ ଦିନ କମି ଚାଲିଛି ଚଣ୍ଡିଆ ପାହାଡ଼ର ଉଚ୍ଚତା ା ତାର ବ୍ୟାସାର୍ଦ୍ଧ ବି ହ୍ରାସ ପାଇବାରେ ଲାଗିଛି ା ଆଉ କିଛି ଦିନ ଏମିତି ଚାଲିଲେ ସେଠାରେ ଏକ ପାହାଡ଼ ଥିଲା ବୋଲି କେହି ବିଶ୍ୱାସ କରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି ା ଏହାକୁ ନେଇ ସ୍ଥାନୀୟ ଲୋକେ ଓ ପ୍ରକୃତି ପ୍ରେମୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ା ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏ ସଂକ୍ରାନ୍ତରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା
ସୂଚନା ଅନୁଯାୟୀ, ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ଚଣ୍ଡିଆ ପାହାଡ଼ରୁ ବ୍ୟାପକ ପଥର କଟା ଚାଲିଛି। ଏହି ପାହାଡ଼ର କୌଣସି ଅଂଶ ଲିଜ୍‌ ଦିଆଯାଇନାହିଁ ା ତଥାପି ସେଠାରୁ ଦୈନିକ ୨୦ରୁ ଊର୍ଦ୍ଧ୍ୱ ଟ୍ରକ ଓ ଟ୍ରାକ୍ଟ୍‌ରରେ ପଥର ଚାଲାଣ ହେଉଛି। ଏହି ପଥର ଅତ୍ୟନ୍ତ ମୂଲ୍ୟବାନ ା ପଥର ଶିଳ୍ପୀମାନେ ସେହି ପଥରରେ ବିଭିନ୍ନ ମୂର୍ତ୍ତି ତିଆରି କରି ବିକ୍ରି କରିଥାନ୍ତି ା ଏହି ପଥର ନରମ ଥିବାରୁ କାରୁକାର୍ଯ୍ୟ କରିବାକୁ ସୁବିଧା ହୋଇଥାଏ। ମନ୍ଦିର ତିଆରିରେ ମଧ୍ୟ ସେହି ପଥର ବ୍ୟବହାର କରାଯାଇଥାଏ ା ଏଥିପାଇଁ ଦଲାଲମାନେ ଚଣ୍ଡିଆ ପାହାଡକୁ ବେଆଇନ ଭାବେ କାଟି ବିକ୍ରି କରି ମୋଟା ଅଙ୍କର ଲାଭ ପାଉଛନ୍ତି। ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ଦିନରାତି ପାହାଡରୁ ପଥର ଖନନ କରୁଛନ୍ତି। ସେହି ପଥରଗୁଡ଼ିକ ବିଳମ୍ବିତ ରାତିରେ ବାହାରକୁ ଚାଲାଣ କରାଯାଉଛି।
ପୂର୍ବରୁ ଖୋର୍ଦ୍ଧା ଜିଲା ତାପଙ୍ଗ ଅଞ୍ଚଳରୁ ବଉଳମାଳିଆ ପଥର ଆଣି ଶିଳ୍ପୀମାନେ ମୂର୍ତ୍ତି ତିଆରି କରୁଥିଲେ ା ହେଲେ ସେଠାରୁ ବଉଳମାଳିଆ ପଥର ଯୋଗାଣ ବନ୍ଦ ହେବାପରେ ଏବେ ଚଣ୍ଡିଆ ପାହାଡ଼ ଉପରେ ସେମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। କେବଳ ସେଠାକୁ ନୁହେଁ, ବିଭିନ୍ନ ସ୍ଥାନକୁ ଚଣ୍ଡିଆ ପାହାଡ ପଥର ଯାଉଛି। ବିଶେଷ କରି ଶୁଖୁଆପଡ଼ା ଓ ଲଲିତଗିରି ଅଞ୍ଚଳର ବହୁ ଶିଳ୍ପ ଏହି ପଥରରେ ମୂର୍ତ୍ତି ତିଆରି କରିଥାନ୍ତି। ଏପରି କି କଟକ ଓ ଭୁବନେଶ୍ୱରର ବହୁ ମୂର୍ତ୍ତି କାରିଗର ଚଣ୍ଡିଆ ପାହାଡ଼ ପଥରରେ ମୂର୍ତ୍ତି ତିଆରି କରୁଥିବା ଜଣାପଡିଛି ା ସେଥିପାଇଁ ସେମାନେ ଖଣ୍ଡେ ପଥରକୁ ୧ହଜାରରୁ ଆରମ୍ଭ କରି ୫ହଜାର ଟଙ୍କାରେ କିଣି ଥାନ୍ତି ା ଯଦି ବଡ଼ ପଥର ଖଣ୍ଡ ମିଳିଲା ତାର ଦାମ୍‌ ୧୦ହଜାରରୁ ଅଧିକ ହୋଇଥାଏ। କୌଣସି ଅଞ୍ଚଳରେ ଯଦି ମନ୍ଦିର ନିର୍ମାଣ ଆରମ୍ଭ ହୁଏ ସେହି ବାହାନାରେ ଦଲାଲମାନେ ବହୁ ଟ୍ରିପ୍‌ ପଥର ବାହାରକୁ ଚାଲାଣ କରୁଥିବା ନଜୀର ରହିଛି ା
ଚଣ୍ଡିଆ ପାହାଡ଼ଟି ଏକ ଛୋଟ ପାହାଡ଼ ା ଏହାର ପୂର୍ବ ଓ ପଶ୍ଚିମ ପଟରୁ ଖନନ କରାଯାଉଛି। ତୁରନ୍ତ ଏପରି ବେଆଇନ ଖନନକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତି, ଚଣ୍ଡିଆ ପାହାଡ଼କୁ କାହାରିକୁ ଲିଜ୍‌ ଦିଆଯାଇ ନାହଁି। ତଥାପି ଯଦି ଏପରି ଖନନ ଓ ପଥର ଚାଲାଣ ଚାଲିଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri