କଣ୍ଡିଆସାହିବାସୀଙ୍କୁ ପୁଣି ଘାରିଲାଣି ବନ୍ୟା ଭୟ

ସୁଲପୁର,୯।୭(ରଞ୍ଜିତ ରାଉତ):ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡ଼ିହ ପଞ୍ଚାୟତର କଣ୍ଡିଆ ସାହିବାସୀଙ୍କୁ ପୁଣି ଘାରିଲାଣି ବନ୍ୟା ଭୟ। ୨୯ ଅଗଷ୍ଟ ୨୦୨୦ରେ ବ୍ରାହ୍ମଣୀ ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ କଣ୍ଡିଆ ସାହି ନିକଟରେ ଘାଇ ସୃଷ୍ଟି ହୋଇଥିଲା। ଫଳରେ ସେଠାକାର ରମଣି ରଞ୍ଜନ ଜେନାଙ୍କ ୨ ମହଲା କୋଠା ବନ୍ୟା ସ୍ରୋତରେ ଭାସି ଯାଇଥିଲା। ଆଉ କେତେଜଣଙ୍କ କଚ୍ଚାଘର ଭାଙ୍ଗିଯିବା ସହ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏହାରି ଭତିରେ ବନ୍ୟାକୁ ୩ବର୍ଷ ବିତିବାକୁ ବସିଲାଣି, ହେଲେ ଏବେ ବି ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ଅଧପନ୍ତରିଆ ହୋଇପଡ଼ି ରହିଛି। ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ନଦୀ ଉପର ମୁଣ୍ଡରେ ବର୍ଷା ହେବା ସମ୍ଭାବନା ବଢ଼ିଯାଇଛି। ଏଥର ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ କଣ୍ଡିଆ ସାହି ନିକଟରେ ପୁଣି ଘାଇ ସୃଷ୍ଟି ହେବ ବୋଲି ଲୋକେ ଆଶଙ୍କା କରିଛନ୍ତି। ତେଣୁ ତୁରନ୍ତ ଘାଇ ସ୍ଥାନରେ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ସାଧାରଣରେ ଦାବି ହୋଇଛି।
ବରୀ ଜଳ ସମ୍ପଦ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ଓ ରତ୍ନଗିରି ସେକ୍ସନ ଅଧୀନ ବନ୍ଧଡ଼ିହ ପଞ୍ଚାୟତର କଣ୍ଡିଆ ସାହିଠାରେ ୨୦୦ମିଟରରୁ ଊର୍ଦ୍ଧ୍ୱ ଲମ୍ବର ଘାଇ ସୃଷ୍ଟି ହୋଇଥିଲା। ବିଭାଗ ପକ୍ଷରୁ ଅସ୍ଥାୟୀ ଭାବେ ବାଉଁଶ ଖୁଣ୍ଟି ଓ ବାଲିବସ୍ତା ସହାୟତାରେ ଘାଇ ମୁହଁକୁ ବୁଜି ଦିଆଯାଇଥିଲା। ମରାମତି ସମୟରେ କାର୍ଯ୍ୟରେ ତ୍ରୁଟିବିଚ୍ୟୁତି ଯୋଗୁ ଘାଇ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲା। ପରବର୍ତ୍ତୀ ଅବସ୍ଥାରେ ଉକ୍ତ ଘାଇ ସ୍ଥାନକୁ ସ୍ଥାୟୀ ଭାବେ ମରାମତି କରିବା ପାଇଁ ବିଭାଗ ପକ୍ଷରୁ ବ୍ୟୟବରାଦ କରାଯାଇଥିଲା। ହେଲେ ଠିକାଦାରଙ୍କ ପକ୍ଷରୁ ବନ୍ଧକୁ ମାଟି ବଦଳରେ ବାଲିରେ ବନ୍ଧା ଯାଇଥିଲା। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବିରୋଧ କରିଥିଲେ। ଘାଇ ସ୍ଥାନରେ ବନ୍ଧର ଉଭୟ ପାର୍ଶ୍ୱକୁ ସୁଦୃଢ଼ୀକରଣ କରିବା ଓ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ବଜାଇ ରଖିବା ପାଇଁ ଜନସାଧାରଣ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ ଜିଲାପାଳ ବନ୍ଧ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ସହ ଉଭୟ ପାର୍ଶ୍ୱକୁ ସୁଦୃଢ଼ୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାରି ଭିତରେ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିବାହିତ ହୋଇଗଲାଣି। ହେଲେ ଏଯାଏ ନଦୀବନ୍ଧ ଗୋଟିଏ ପାର୍ଶ୍ୱରେ ପଥର ପ୍ୟାକିଂ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ପାରିନାହିଁ। ବିଭାଗ ପକ୍ଷରୁ ନଦୀ ପାର୍ଶ୍ୱକୁ ପ୍ରସ୍ତର ପ୍ୟାକିଂ କରି ଦିଆଯାଇ ଥିବାବେଳେ ଅପର ପାର୍ଶ୍ୱକୁ ଖାଲି ଛାଡ଼ି ଦିଆଯାଇଛି। ମରାମତିର ୨ବର୍ଷ ପରେ ବି ବନ୍ଧ ପିଚୁ କରିବାର ବିଧିକୁ ଏଠାରେ ଅଣଦେଖା କରାଯାଇଛି। ଘାଇ ଉପରି ଭାଗରେ କେବଳ କ୍ରଶରଗୁଣ୍ଡ ପଡ଼ି ରହିଛି। ଏହାଛଡ଼ା ଘାଇ ସ୍ଥାନରେ ପୁଣି ଘଳିଆ ପଡ଼ି ବନ୍ଧ ପ୍ରତି ବିପଦ ସୃଷ୍ଟି କରିବ ବୋଲି ବନ୍ୟାରେ ସର୍ବସ୍ବ ହରାଇଥିବା ରମଣି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରୀ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ବନ୍ଧର ଏଭଳି ସ୍ଥିତି ସମ୍ପର୍କରେ ଅଭିଯୋଗ ଆସିବା ପରେ ସେ ଘଟଣା ସ୍ଥଳ ଅନୁଧ୍ୟାନ କରିଛନ୍ତି। ବନ୍ୟା ଆସିଲେ ସେଠାରେ ଘାଇ ସୃଷ୍ଟି ହେବା ସମ୍ଭାବନା ନାହିଁ। ଏ ଦିଗରେ ବିଭାଗ ସଜାଗ ରହିଛି। ବନ୍ଧର ଅପରପାର୍ଶ୍ୱରେ ସୁରକ୍ଷା କାନ୍ଥ ଦେବା ସହ ବନ୍ଧକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତାବ ରଖାଯିବ। ତେଣୁ ବନ୍ଧକୁ ପିଚୁ କରିବା ପାଇଁ ବୟବରାଦ କରିବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?