ମଶା ଦାଉରେ କଲବଲ ରାଜଧାନୀବାସୀ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଏବେ ମଶାଙ୍କ ପ୍ରାର୍ଦୁଭାବ ବଢ଼ିଚାଲିଛି। କେବଳ ରାତିରେ ନୁହେଁ, ଦିନରେ ବି ମଶାଙ୍କ ଦୌରାତ୍ମ୍ୟ ଶୁଆଇ ବସାଇ ଦେଉନାହିଁ। ଅପରାହ୍ନ ୪ଟା ବାଜୁ ବାଜୁ ଘରର ଝରକା, କବାଟ ବନ୍ଦ କରି ରହିବାକୁ ପଡୁଛି। ନଚେତ୍‌ ଘର ଭିତରେ ମଶା ରଖେଇ ଦେଉନାହାନ୍ତି। ରାଜଧାନୀରେ ମଶାଙ୍କ ପ୍ରାର୍ଦୁଭାବ ପାଇଁ ଲୋକେ କଲବଲ ହେଉଛନ୍ତି। ଏହାସତ୍ତ୍ୱେ ବିଏମ୍‌ସି କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି। ସହରରେ ଅଧିକାଂଶ ନାଳ ନର୍ଦ୍ଦମା ଖୋଲା ପଡିଥିବାବେଳେ ସେଗୁଡ଼ିକୁ ନିୟମିତ ସଫା କରାଯାଉନାହିଁ। ଫଳରେ ନର୍ଦ୍ଦମା ପାଣିରେ ମଶାବଂଶ ବୃଦ୍ଧି ପାଇଚାଲିଛି। ଏପରିକି ବିଏମ୍‌ସି ପକ୍ଷରୁ ନାଳଗୁଡ଼ିକରେ ମଶାତେଲ ସିଞ୍ଚନ କରାଯାଉନାହିଁ କିମ୍ବା ଟିଫା ମେଶିନ୍‌ ବୁଲୁନାହିଁ। ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଏମ୍‌ସି ଗୁରୁତ୍ୱ ଦେଉଥିବା କହୁଥିବାବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ଗତ ବର୍ଷ ଏବଂ ଚଳିତ ବର୍ଷ ଲଗାତାର ଭାବେ ଭୁବନେଶ୍ୱରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଅନ୍ୟ ସହର ଅପେକ୍ଷା ଏଠାରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିଲେ। ଘରେ ଘରେ ଜ୍ୱର ବ୍ୟାପିଥିଲା। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ପ୍ରତି ରବିବାର ଏବଂ ଗୁରୁବାର ସପ୍ତାହରେ ଦୁଇଦିନ ‘ଡ୍ରାଏ ଡେ’ ପାଳନ କରାଯିବା ସହ ଏହାକୁ ସୋସିଆଲ ମିଡିଆରେ ଜୋର୍‌ଦାର୍‌ ପ୍ରଚାର କରାଯାଉଥିଲା। ମାତ୍ର କିଛିଦିନର ବ୍ୟବଧାନ ପରେ ଏବେ ଆଉ ତାହା କରାଯାଉ ନାହିଁ। ସେହିପରି ଲୋକଙ୍କ ଅଭିଯୋଗ ଏବଂ ଦାବିକୁ ଦେଖି ବିଏମ୍‌ସି କିଛିଦିନ ବିଭିନ୍ନ ଓ୍ବାର୍ଡରେ ମଶାଧୂଆଁ ଛାଡ଼ିବା ସହ ଡ୍ରେନ୍‌ଗୁଡ଼ିକରେ ମଶା ତେଲ ସିଞ୍ଚନ କରିଥିଲା। ମାତ୍ର ଧିରେ ଧିରେ ଏ ସବୁ ବନ୍ଦ ହୋଇଗଲାଣି। ବିଏମ୍‌ସି ଏବେ କେବଳ ସହରର ସଫେଇ ଉପରେ ଗୁରୁତ୍ୱ ଦେଉଛି। ତେବେ ସହରରେ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି। ବିଶେଷକରି ମୁକୁଳା ଡ୍ରେନ୍‌ ଓ ନାଳନର୍ଦ୍ଦମା ଅପରିଷ୍କାର ହୋଇ ପଡ଼ିରହିଛି। ଅପରପକ୍ଷେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡ଼ିରହି ପଚିଶଢ଼ି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏଥିସହ ମଶାବଂଶ ବୃଦ୍ଧି ପାଉଛି। ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଥିବା ଭୁବନେଶ୍ୱରବାସୀଙ୍କୁ ଏବେ ମ୍ୟାଲେରିଆ ଭୟ ଘାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri