ମଶା ଦାଉରେ କଲବଲ ରାଜଧାନୀବାସୀ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଏବେ ମଶାଙ୍କ ପ୍ରାର୍ଦୁଭାବ ବଢ଼ିଚାଲିଛି। କେବଳ ରାତିରେ ନୁହେଁ, ଦିନରେ ବି ମଶାଙ୍କ ଦୌରାତ୍ମ୍ୟ ଶୁଆଇ ବସାଇ ଦେଉନାହିଁ। ଅପରାହ୍ନ ୪ଟା ବାଜୁ ବାଜୁ ଘରର ଝରକା, କବାଟ ବନ୍ଦ କରି ରହିବାକୁ ପଡୁଛି। ନଚେତ୍‌ ଘର ଭିତରେ ମଶା ରଖେଇ ଦେଉନାହାନ୍ତି। ରାଜଧାନୀରେ ମଶାଙ୍କ ପ୍ରାର୍ଦୁଭାବ ପାଇଁ ଲୋକେ କଲବଲ ହେଉଛନ୍ତି। ଏହାସତ୍ତ୍ୱେ ବିଏମ୍‌ସି କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି। ସହରରେ ଅଧିକାଂଶ ନାଳ ନର୍ଦ୍ଦମା ଖୋଲା ପଡିଥିବାବେଳେ ସେଗୁଡ଼ିକୁ ନିୟମିତ ସଫା କରାଯାଉନାହିଁ। ଫଳରେ ନର୍ଦ୍ଦମା ପାଣିରେ ମଶାବଂଶ ବୃଦ୍ଧି ପାଇଚାଲିଛି। ଏପରିକି ବିଏମ୍‌ସି ପକ୍ଷରୁ ନାଳଗୁଡ଼ିକରେ ମଶାତେଲ ସିଞ୍ଚନ କରାଯାଉନାହିଁ କିମ୍ବା ଟିଫା ମେଶିନ୍‌ ବୁଲୁନାହିଁ। ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଏମ୍‌ସି ଗୁରୁତ୍ୱ ଦେଉଥିବା କହୁଥିବାବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ଗତ ବର୍ଷ ଏବଂ ଚଳିତ ବର୍ଷ ଲଗାତାର ଭାବେ ଭୁବନେଶ୍ୱରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଅନ୍ୟ ସହର ଅପେକ୍ଷା ଏଠାରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିଲେ। ଘରେ ଘରେ ଜ୍ୱର ବ୍ୟାପିଥିଲା। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ପ୍ରତି ରବିବାର ଏବଂ ଗୁରୁବାର ସପ୍ତାହରେ ଦୁଇଦିନ ‘ଡ୍ରାଏ ଡେ’ ପାଳନ କରାଯିବା ସହ ଏହାକୁ ସୋସିଆଲ ମିଡିଆରେ ଜୋର୍‌ଦାର୍‌ ପ୍ରଚାର କରାଯାଉଥିଲା। ମାତ୍ର କିଛିଦିନର ବ୍ୟବଧାନ ପରେ ଏବେ ଆଉ ତାହା କରାଯାଉ ନାହିଁ। ସେହିପରି ଲୋକଙ୍କ ଅଭିଯୋଗ ଏବଂ ଦାବିକୁ ଦେଖି ବିଏମ୍‌ସି କିଛିଦିନ ବିଭିନ୍ନ ଓ୍ବାର୍ଡରେ ମଶାଧୂଆଁ ଛାଡ଼ିବା ସହ ଡ୍ରେନ୍‌ଗୁଡ଼ିକରେ ମଶା ତେଲ ସିଞ୍ଚନ କରିଥିଲା। ମାତ୍ର ଧିରେ ଧିରେ ଏ ସବୁ ବନ୍ଦ ହୋଇଗଲାଣି। ବିଏମ୍‌ସି ଏବେ କେବଳ ସହରର ସଫେଇ ଉପରେ ଗୁରୁତ୍ୱ ଦେଉଛି। ତେବେ ସହରରେ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି। ବିଶେଷକରି ମୁକୁଳା ଡ୍ରେନ୍‌ ଓ ନାଳନର୍ଦ୍ଦମା ଅପରିଷ୍କାର ହୋଇ ପଡ଼ିରହିଛି। ଅପରପକ୍ଷେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡ଼ିରହି ପଚିଶଢ଼ି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏଥିସହ ମଶାବଂଶ ବୃଦ୍ଧି ପାଉଛି। ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଥିବା ଭୁବନେଶ୍ୱରବାସୀଙ୍କୁ ଏବେ ମ୍ୟାଲେରିଆ ଭୟ ଘାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri