ସେଦିନର ବିଭୀଷିକାକୁ ଭୁଲିନାହାନ୍ତି ବରୀବାସୀ

ବରୀ,୨୯ା୮(ଡି.ଏନ.ଏ.): ୨୦୨୦ ଅଗଷ୍ଟ ମହାବନ୍ୟାର କରାଳ ରୂପକୁ ବର୍ଷେ ପରେ ବି ବରୀବାସୀ ଭୁଲି ପାରିନାହାନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ୧୦ରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଥିଲା। ସମ୍ପୂର୍ଣ୍ଣ ବରୀ ଅଞ୍ଚଳ ୨ ସପ୍ତାହ ଧରି ବନ୍ୟାଜଳ ଘେରରେ ରହିଥିଲା। ସ୍ଥାନୀୟ ଲୋକମାନଙ୍କଠାରୁ ଆରମ୍ଭ କରି ଗୃହପାଳିତ ପଶୁମାନେ ବି ନାହିଁ ନ ଥିବା କଷ୍ଟ ଭୋଗି ଥିଲେ। ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇଥିଲା। ବ୍ଲକ ପ୍ରଶାସନ ତରଫରୁ ଏଥିପାଇଁ ତତ୍ପରତା ପ୍ରକାଶ ପାଇଥିଲା। କିନ୍ତୁ ବରୀ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବାରୁ ବହୁ ରାଜସ୍ବ ଗ୍ରାମକୁ ରିଲିଫ୍‌ ସାମଗ୍ରୀ ପହଁଞ୍ଚତ୍ ପାରି ନ ଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ବରୀବାସୀଙ୍କ ପାଇଁ ବନ୍ୟା ସମୟରେ ଦାଉ ସାଜିଥିଲା। ଏହାକୁ ନେଇ ଉଦୟନାଥପୁର, ରତ୍ନଗିରି, ଅରଙ୍ଗାବାଦ, ଅନ୍ୟାସୀପୁର, ବାଲିବିଲ୍‌, ରମ୍ପା ଆଦି ପଞ୍ଚାୟତର ଲୋକମାନେ ବରୀ ତହସିଲ୍‌ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହୋଇଥିଲେ। ହେଲେ ଆନ୍ଦୋଳନକାରୀଙ୍କ ଦୁଃଖ ବୁଝିବା ବଦଳରେ ପୋଲିସ ସେମାନଙ୍କୁ ପିଟିବା ଘଟଣା ଜିଲା ପ୍ରଶାସନକୁ ଅଡ଼ୁଆରେ ପକାଇଥିଲା। ତତ୍କାଳୀନ ଜିଲାପାଳ ରଞ୍ଜନ କୁମାର ଦାସ ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ୧୭ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ। ହେଲେ ସେହି ଅଧିକାରୀମାନଙ୍କ ବରୀ ଭୌଗଳିକ ସ୍ଥିତି ଉପରେ ଅଭିଜ୍ଞତା ନ ଥିବାରୁ ରିଲିଫ୍‌ କାମ ଠିକ୍‌ ଭାବେ ପରିଚାଳିତ ହୋଇ ପାରି ନ ଥିଲା। ୨ ସପ୍ତାହ ଧରି ବନ୍ୟାଜଳ ଜମି ରହିବାରୁ ପନିପରିବା ଓ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଚାଷୀମାନେ ଅଦ୍ୟାବଧି ବୀମାରାଶି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଚାଷୀମାନେ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ,କୃଷିମନ୍ତ୍ରୀ, ଜିଲାପାଳଙ୍କୁ ଲିଖିତ ଭାବେ ଜଣାଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ବିଶେଷ କରି ଏବେ ବି ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବହୁ ଗରିବ ପରିବାର ବାସହରା ଅବସ୍ଥାରେ ଅଛନ୍ତି। ସେମାନଙ୍କ ନାମରେ ଘରଭଙ୍ଗା ସହାୟତା ଆସିଥିଲେ ବି ତହସିଲର କେତେଜଣ କର୍ମଚାରୀଙ୍କ ଅସହଯୋଗ ଯୋଗୁ ବନ୍ୟା ବିପନ୍ନମାନେ ସେହି ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି।
ଏ ସଂକ୍ରାନ୍ତରେ ବରୀ ବିଧାୟକ ସୁନନ୍ଦା ଦାସ କୁହନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରି କରିବା ପାଇଁ ମୁଁ ଉଦ୍ୟମ ଜାରି ରଖିଛି।କିନ୍ତୁ ଯଦି କୌଣସି ବିଭାଗର ଏହି କାର୍ଯ୍ୟକ୍ରମର ତ୍ରୁଟି ଥାଏ ତାର ସମୀକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଜିଲା ନବନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ନିମାଇଁ ଚରଣ ରାୟ କହିଛନ୍ତି, ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କୃଷକମାନଙ୍କୁ ଶତପ୍ରତିଶତ ବୀମାରାଶି ନ ମିଳିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ରତ୍ନଗିରି ରାଉତସାହିର କୈବଲ୍ୟ ଦଲାଇ କହିଛନ୍ତି, ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇ ଏବେ ବି ମୁଁ ବାସହରା। ସରକାରୀ ସହାୟତା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?