ସେଦିନର ବିଭୀଷିକାକୁ ଭୁଲିନାହାନ୍ତି ବରୀବାସୀ

ବରୀ,୨୯ା୮(ଡି.ଏନ.ଏ.): ୨୦୨୦ ଅଗଷ୍ଟ ମହାବନ୍ୟାର କରାଳ ରୂପକୁ ବର୍ଷେ ପରେ ବି ବରୀବାସୀ ଭୁଲି ପାରିନାହାନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ୧୦ରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଥିଲା। ସମ୍ପୂର୍ଣ୍ଣ ବରୀ ଅଞ୍ଚଳ ୨ ସପ୍ତାହ ଧରି ବନ୍ୟାଜଳ ଘେରରେ ରହିଥିଲା। ସ୍ଥାନୀୟ ଲୋକମାନଙ୍କଠାରୁ ଆରମ୍ଭ କରି ଗୃହପାଳିତ ପଶୁମାନେ ବି ନାହିଁ ନ ଥିବା କଷ୍ଟ ଭୋଗି ଥିଲେ। ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇଥିଲା। ବ୍ଲକ ପ୍ରଶାସନ ତରଫରୁ ଏଥିପାଇଁ ତତ୍ପରତା ପ୍ରକାଶ ପାଇଥିଲା। କିନ୍ତୁ ବରୀ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବାରୁ ବହୁ ରାଜସ୍ବ ଗ୍ରାମକୁ ରିଲିଫ୍‌ ସାମଗ୍ରୀ ପହଁଞ୍ଚତ୍ ପାରି ନ ଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ବରୀବାସୀଙ୍କ ପାଇଁ ବନ୍ୟା ସମୟରେ ଦାଉ ସାଜିଥିଲା। ଏହାକୁ ନେଇ ଉଦୟନାଥପୁର, ରତ୍ନଗିରି, ଅରଙ୍ଗାବାଦ, ଅନ୍ୟାସୀପୁର, ବାଲିବିଲ୍‌, ରମ୍ପା ଆଦି ପଞ୍ଚାୟତର ଲୋକମାନେ ବରୀ ତହସିଲ୍‌ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହୋଇଥିଲେ। ହେଲେ ଆନ୍ଦୋଳନକାରୀଙ୍କ ଦୁଃଖ ବୁଝିବା ବଦଳରେ ପୋଲିସ ସେମାନଙ୍କୁ ପିଟିବା ଘଟଣା ଜିଲା ପ୍ରଶାସନକୁ ଅଡ଼ୁଆରେ ପକାଇଥିଲା। ତତ୍କାଳୀନ ଜିଲାପାଳ ରଞ୍ଜନ କୁମାର ଦାସ ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ୧୭ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ। ହେଲେ ସେହି ଅଧିକାରୀମାନଙ୍କ ବରୀ ଭୌଗଳିକ ସ୍ଥିତି ଉପରେ ଅଭିଜ୍ଞତା ନ ଥିବାରୁ ରିଲିଫ୍‌ କାମ ଠିକ୍‌ ଭାବେ ପରିଚାଳିତ ହୋଇ ପାରି ନ ଥିଲା। ୨ ସପ୍ତାହ ଧରି ବନ୍ୟାଜଳ ଜମି ରହିବାରୁ ପନିପରିବା ଓ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଚାଷୀମାନେ ଅଦ୍ୟାବଧି ବୀମାରାଶି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଚାଷୀମାନେ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ,କୃଷିମନ୍ତ୍ରୀ, ଜିଲାପାଳଙ୍କୁ ଲିଖିତ ଭାବେ ଜଣାଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ବିଶେଷ କରି ଏବେ ବି ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବହୁ ଗରିବ ପରିବାର ବାସହରା ଅବସ୍ଥାରେ ଅଛନ୍ତି। ସେମାନଙ୍କ ନାମରେ ଘରଭଙ୍ଗା ସହାୟତା ଆସିଥିଲେ ବି ତହସିଲର କେତେଜଣ କର୍ମଚାରୀଙ୍କ ଅସହଯୋଗ ଯୋଗୁ ବନ୍ୟା ବିପନ୍ନମାନେ ସେହି ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି।
ଏ ସଂକ୍ରାନ୍ତରେ ବରୀ ବିଧାୟକ ସୁନନ୍ଦା ଦାସ କୁହନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରି କରିବା ପାଇଁ ମୁଁ ଉଦ୍ୟମ ଜାରି ରଖିଛି।କିନ୍ତୁ ଯଦି କୌଣସି ବିଭାଗର ଏହି କାର୍ଯ୍ୟକ୍ରମର ତ୍ରୁଟି ଥାଏ ତାର ସମୀକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଜିଲା ନବନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ନିମାଇଁ ଚରଣ ରାୟ କହିଛନ୍ତି, ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କୃଷକମାନଙ୍କୁ ଶତପ୍ରତିଶତ ବୀମାରାଶି ନ ମିଳିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ରତ୍ନଗିରି ରାଉତସାହିର କୈବଲ୍ୟ ଦଲାଇ କହିଛନ୍ତି, ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇ ଏବେ ବି ମୁଁ ବାସହରା। ସରକାରୀ ସହାୟତା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri