Posted inଜାତୀୟ

ଇଭିଏମ୍‌ ଚୋରି କଲେ ବି ଆସାମରେ କଂଗ୍ରେସକୁ ହରାଇ ହେବ ନାହିଁ

ଗୁଆହାଟି,୨।୪- ଆସାମବାସୀ କଂଗ୍ରେସର ବୃହତ୍‌ ବିଜୟ ନିଶ୍ଚିତ କରିସାରିଛନ୍ତି। ଏପରି କି ଇଭିଏମ୍‌ ଚୋରାଇଲେ ମଧ୍ୟ ଫଳାଫଳକୁ ପ୍ରଭାବିତ କରିହେବ ନାହିଁ। ଏଭଳି ଦୃଢ଼ୋକ୍ତି ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜଓ୍ବୋଲା। ଆସାମର କରିମଗଞ୍ଜ ଜିଲାର ପଥରକାଡି ଆସନରୁ ଭାଜପାରୁ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ୍‌ ମିଳିବା ପରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ନିର୍ବାଚନ ଆୟୋଗ (ଇସି)ଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛି ଆସାମର ବିରୋଧୀ କଂଗ୍ରେସ।

ନିର୍ବାଚନ କମିଶନ ଏହି ଘଟଣାର ତଦନ୍ତ କରିବା ଦରକାର। ଆସାମବାସୀଙ୍କ ସତ ଜାଣିବାର ହକ୍‌ ଅଛି। ଇସି ଅଧିକାରୀଙ୍କୁ ଆସାମରେ କେବଳ ଭାଜପା ପ୍ରାର୍ଥୀଙ୍କ କାର ହିଁ ମିଳିଲା। ପଥରକାଡି ଆସନରୁ ଭାଜପା ପ୍ରାର୍ଥୀ କ୍ରିଷ୍ଣେନ୍ଦୁ ପଲଙ୍କ ବିରୋଧରେ ଏଏଫ୍‌ଆର ଦାୟାର କରାଯିବା ଉଚିତ। ତାଙ୍କୁ ତୁରନ୍ତ ପଚରାଉଚୁରା କରାଯାଉ। ଆସାମବାସୀ କଂଗ୍ରେସର ବୃହତ୍‌ ବିଜୟ ନିଶ୍ଚିତ କରି ସାରିଛନ୍ତି। ଆଉ ଇଭିଏମ୍‌ ଚୋରି କଲେ ବି ଫଳାଫଳକୁ ପ୍ରଭାବିତ କରି ହେବ ନାହିଁ। ଭାଜପାକୁ ଇଭିଏମ୍‌ ଚୋର ଦଳ କୁହାଯିବା ଦରକାର। ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହୋଇଥିବା ୧୩୯ଟି ଭୋଟିଂ କେନ୍ଦ୍ରରେ ଇଭିଏମ୍‌ ଦୁର୍ନୀତି କରିଛି ଭାଜପା ବୋଲି ଗୁଆହାଟିଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜଓ୍ବୋଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସା କରି ପୁଣି କଂଗ୍ରେସକୁ ଆଇନା ଦେଖାଇଲେ ଥରୁର

ନୂଆଦିଲ୍ଲୀ,୪।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ନିଜ ଦଳ କଂଗ୍ରେସକୁ ଆଇନା ଦେଖାଇଛନ୍ତି। ସେ ଗତ ସପ୍ତାହ ମଧ୍ୟରେ ପ୍ରାୟ ୨ ଥର...

ଆଣ୍ଡାମାନରେ ଭୂକମ୍ପ

ପୋର୍ଟବ୍ଲେୟାର,୮।୧୧: ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ଦ୍ବୀପପୁଞ୍ଜର ଦକ୍ଷିଣ ପୂର୍ବ...

ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ନେତା ଅରୁଣ ଜେଟଲୀଙ୍କ ପ୍ରାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ରବିବାର ନିଗମବୋଧ ଘାଟରେ...

୨୦ ବର୍ଷ ପରେ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଲେ

ଅହମ୍ମଦାବାଦ: ଦୁର୍ଘଟଣାରେ ଜଣେ ପଙ୍ଗୁ ହୋଇଯିବା ପରେ ଦୀର୍ଘ ଦୁଇ ଦଶନ୍ଧି ପରେ କ୍ଷତିପୂରଣ ପାଇବା ଘଟଣା ଏବେ ସାମନାକୁ ଆସିଛି। ଗୁଜରାଟର ଅହମ୍ମଦାବାଦରେ ରହୁଥିବା...

ରାଷ୍ଟ୍ରପତିଙ୍କ ହେଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୯।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଗୁରୁବାର ଅସ୍ତ୍ରୋପଚାର କରାଯାଇଛି। ଏକ ଡାକ୍ତରୀଦଳ ରାଷ୍ଟ୍ରପତିଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ରାଷ୍ଟ୍ରପତି...

ଘର ନିକଟ କବର ସ୍ଥାନରେ ହେଲା ଗିଲାନିଙ୍କ ଅନ୍ତିମ ସଂସ୍କାର

ଜମ୍ମୁ,୨ ।୯: ପାକିସ୍ତାନ ସମର୍ଥକ ତଥା ବିଚ୍ଛିନ୍ନତାବାଦୀ ନେତା ସୈୟଦ ଅଲି ଶାହ ଗିଲାନିଙ୍କ ମୃତଦେହକୁ ତାଙ୍କ ଇଚ୍ଛା ଅନୁଯାୟୀ ଘର ନିକଟରେ ଥିବା ଏକ...

ଫେବୃଆରୀ ୨୮ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୧୯।୧: ଦେଶରେ କରୋନାର ‘ ଓମିକ୍ରନ୍‌’ ଭାରିଆଣ୍ଟ ଚିନ୍ତା ବଢାଉଛି। ଦିନକୁ ଦିନ ନୂଆ ମାମଲା ସାମ୍ନାକୁ ଆସୁଛି। ତେବେ କୋଭିଡ୍‌ର ମୁକାବିଲା ନେଇ ପ୍ରସ୍ତୁତି...

ସୀମା ସ୍ଥିତି ଅନୁଧ୍ୟାନ କଲେ ସେନାମୁଖ୍ୟ

ନୂଆଦିଲ୍ଲୀ,୪ା୯(ପି.ଟି.) :ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ ଗୁରୁବାର ଲଦାଖକୁ ଦୁଇଦିନିଆ ଗସ୍ତରେ ଯାଇ ଉକ୍ତ ଅଞ୍ଚଳର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିକଟରେ ଚାଇନା...

Advertisement
Archives

Model This Week