ଜନତା ଓ ଜନ ପ୍ରତିନିଧି

ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ପାଇଁ ଆମ ସମ୍ବିଧାନରେ ନିୟମ ରହିଛି। ମାତ୍ର ଏବେର ନିର୍ବାଚନରେ ଏସବୁରେ ବ୍ୟତିକ୍ରମ ଦେଖାଦେଇଛି। ଦିନକୁଦିନ ନିର୍ବାଚନ ବ୍ୟୟବହୁଳ ହେଉଛି। କେବଳ ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକେ ନିର୍ବାଚନରେ ଅଂଶଗ୍ରହଣ କରିବାର ସୁଯୋଗ ସୃଷ୍ଟି ହେଉଛି ଯେମିତି। ଶାସନରେ ଥିବା ଦଳ ପକ୍ଷରୁ ଭୋଟକୁ ନିଜ ସପକ୍ଷରେ ନେବା ଲକ୍ଷ୍ୟରେ ଲୋକଙ୍କୁ ବିଭିନ୍ନ ମାଗଣା ଉପହାର ବଣ୍ଟନ କରାଯିବା ସହିତ କିଛି ଶସ୍ତା ଯୋଜନା ପ୍ରଣୟନ କରାଯାଉଛି। ନିର୍ବାଚନ ବ୍ୟୟବହୁଳ ହେଉଥିବା କାରଣରୁ ଯୋଗ୍ୟ, ଦକ୍ଷ ଓ ଶିକ୍ଷିତ ଲୋକେ ନିର୍ବାଚନରେ ଭାଗ ନେବାକୁ ସାହସ କରିପାରୁ ନାହାନ୍ତି। ଗତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ପର୍ଯ୍ୟାଲୋଚନା କଲେ ଭୋଟ ହାତେଇବା ଲାଗି ପ୍ରାର୍ଥୀମାନେ କିଭଳି ଆଖିବୁଜା ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ।
କେବଳ ସେତିକି ନୁହେଁ ନିର୍ବାଚନରେ ଭୋଟରଙ୍କ ଉପରେ ଆକ୍ରମଣ, ବୁଥ୍‌ ଜବରଦଖଲଠାରୁ ଆରମ୍ଭକରି ମାର୍‌ପିଟ, ଗଣ୍ଡଗୋଳ ଓ ହତ୍ୟାକାଣ୍ଡ ସଙ୍ଗଠିତ ହୋଇଛି, ଯାହାକି ସୁସ୍ଥ ଗଣତନ୍ତ୍ରର ପରିଚୟ ନୁହେଁ ।
ଗଣତନ୍ତ୍ର ଶାସନକୁ ଠିକଣା ବାଟରେ ଆଗେଇ ନେବାର ଦାୟିତ୍ୱ ହେଉଛି ଜନତାଙ୍କର। ଶାସନ ସ୍ବଚ୍ଛ ଓ ବଳିଷ୍ଠ ହୋଇପାରିଲେ ଜନତା ତା’ର ସୁଫଳ ଭୋଗ କରିପାରିବେ। ସେଥିପାଇଁ ଜନତାଙ୍କୁ ମତଦାନ କରି ଯୋଗ୍ୟ ଓ ଦକ୍ଷ ଜନପ୍ରତିନିଧି ଚୟନର ଅଧିକାର ଦିଆଯାଇଛି ।
ତେବେ ଆଜିକାଲି ନିର୍ବାଚନରେ ଅଧିକାଂଶ ଲୋକ ବିନା ପାଉଣାରେ ମତଦାନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହା କିଛି ନିର୍ବାଚନ ବେଳେ ହିଁ ହେବ। ତାଙ୍କ ପାଖରେ ନେତାଙ୍କ ଗରଜ ପଡିଛି ମାନେ ସେମାନେ ନିଶ୍ଚେ ଆସିବେ । ହାତ ଓଠ ଧରିବେ। ଭୋଟ ଭିକ୍ଷା କରିବେ। ଆଉ ସେତିକିବେଳେ ଆଣ୍ଠେଇ ଦେବାର ଅଛି। ଆଉ ନେତାଏ ବି ଜନତାଙ୍କ ଟିପ ଠିକ୍‌ ଭାବେ ଠଉରାଇଛନ୍ତି ।
ନିର୍ବାଚନ ବେଳେ ଯାହା କିଛି ଦେଇଦେବାର ଅଛି।
ତା’ପରେ କାଶିଆ କିଏ ନା କପିଳା କିଏ? ଏସବୁ କେବେ ବି ଭଲକଥା ନୁହେଁ। ଜନତା ନେଉଛନ୍ତି ବୋଲି ସିନା ନେତାଏ ଦେଉଛନ୍ତି। ଯେଉଁଦିନ ଜନତା ନେବାକୁ ବିରୋଧ କରିବେ। ପ୍ରଲୋଭନକୁ ଅନେଇବେ ନାହିଁ। ନିରପେକ୍ଷ ଭାବେ ମତଦାନ କରିବେ, ସେହିଦିନ ଯାଇ ଯୋଗ୍ୟ ଓ ଦକ୍ଷ ପ୍ରାର୍ଥୀମାନେ ଜନ ପ୍ରତିନିଧି ହେବାର ସୌଭାଗ୍ୟ ଅର୍ଜନ କରିବେ। ସତରେ କ’ଣ ସେ ସୁଦିନ ଆସିବ!
ଗଣତନ୍ତ୍ର ଶାସନରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ଓ ଆପତ୍ତି ଅଭିଯୋଗ ଶୁଣିବା ସହିତ ସେମାନଙ୍କ ସମସ୍ୟାର ସମାଧାନ କରିବା ହେଉଛି ଜନ ପ୍ରତିନିଧିଙ୍କ କର୍ତ୍ତବ୍ୟ । ୱାର୍ଡସଭ୍ୟଟିଏ ନିର୍ବାଚିତ ହେଉଥିବା ଛୋଟିଆ ୱାର୍ଡଟିଏ ହେଉ ଅଥବା ବିଧାୟକ ଓ ସାଂସଦଙ୍କ ନିର୍ବାଚନମଣ୍ଡଳୀର ପ୍ରଶସ୍ତ କ୍ଷେତ୍ର ହେଉ ସବୁଠି ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବାର ଦାୟିତ୍ୱ ହେଉଛି ଜନପ୍ରତିନିଧିଙ୍କର। ଜଣେ ଜନପ୍ରତିନିଧି କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥନରେ ଅଥବା ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିପାରନ୍ତି ମାତ୍ର ନିର୍ବାଚିତ ହେବା ପରେ ସେ ସମସ୍ତଙ୍କର। ତେଣୁ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆବଶ୍ୟକ। ଜଣେ ଜନପ୍ରତିନିଧିଙ୍କର ସ୍ବଚ୍ଛତା, ସଚ୍ଚୋଟତା ଓ ନିରପେକ୍ଷତା ଉପରେ ଅଞ୍ଚଳର ଉନ୍ନତି ନିର୍ଭର କରିଥାଏ । କେବଳ ରାଜନୈତିକ ମନୋଭାବ ରଖି କାର୍ଯ୍ୟ କଲେ ଲୋକେ ଶାସନର ସୁଫଳ ପାଇପାରିବେ ନାହିଁ । ଲୋକଙ୍କ ପ୍ରତି ତଥା ସେମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇପାରିଲେ ଯାଇ ସମସ୍ୟା ସମାଧାନର ବାଟ ଫିଟିପାରିବ। ଲୋକଙ୍କ ସମସ୍ୟାକୁ ସ୍ଥାନୀୟ ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟିକୁ ଆଣି ତା’ର ତ୍ୱରିତ ସମାଧାନ କରିବାର ଦାୟିତ୍ୱ ହେଉଛି ଜନପ୍ରତିନିଧି ମାନଙ୍କର। ରାଜନୀତି ହେଉଛି ଲୋକଙ୍କ ନିକଟତର ହେବା ଓ ସେମାନଙ୍କ ସେବା କରିବାର ପ୍ରଶସ୍ତ କ୍ଷେତ୍ର।
ଜନପ୍ରତିନିଧିମାନେ ଏମିତି ଦୃଷ୍ଟିଭଙ୍ଗୀ ରଖି କାର୍ଯ୍ୟ କରିବା ଉଚିତ। କେବଳ ନିର୍ବାଚନରେ ପୁଳାଏ ଟଙ୍କା ଖର୍ଚ୍ଚ କରି ବିଜୟୀ ହେବା ଓ ପରେ ଲୋକଙ୍କ ତଣ୍ଟିଚିପି ବଡ଼ ଲୋକ ହେବାର ମାନସିକତାରୁ ଜନପ୍ରତିନିଧିମାନେ କ୍ଷାନ୍ତ ରହିବା ଉଚିତ ନଚେତ୍‌ ରାଜନୀତି ସେବା ନୁହେଁ ବରଂ ଏକ ବ୍ୟବସାୟ ବୋଲି ପରିଗଣିତ ହେବ, ଯାହା ଗଣତନ୍ତ୍ରର ମର୍ଯ୍ୟାଦା ହାନି କରିବ।

– ଯଦୁମଣି ପାଣିଗ୍ରାହୀ
ଶଙ୍ଖିଡ଼ା, ତିହିଡ଼ି, ଭଦ୍ରକ,
ମୋ: ୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri