ଜନତା ଓ ଜନ ପ୍ରତିନିଧି

ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ପାଇଁ ଆମ ସମ୍ବିଧାନରେ ନିୟମ ରହିଛି। ମାତ୍ର ଏବେର ନିର୍ବାଚନରେ ଏସବୁରେ ବ୍ୟତିକ୍ରମ ଦେଖାଦେଇଛି। ଦିନକୁଦିନ ନିର୍ବାଚନ ବ୍ୟୟବହୁଳ ହେଉଛି। କେବଳ ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକେ ନିର୍ବାଚନରେ ଅଂଶଗ୍ରହଣ କରିବାର ସୁଯୋଗ ସୃଷ୍ଟି ହେଉଛି ଯେମିତି। ଶାସନରେ ଥିବା ଦଳ ପକ୍ଷରୁ ଭୋଟକୁ ନିଜ ସପକ୍ଷରେ ନେବା ଲକ୍ଷ୍ୟରେ ଲୋକଙ୍କୁ ବିଭିନ୍ନ ମାଗଣା ଉପହାର ବଣ୍ଟନ କରାଯିବା ସହିତ କିଛି ଶସ୍ତା ଯୋଜନା ପ୍ରଣୟନ କରାଯାଉଛି। ନିର୍ବାଚନ ବ୍ୟୟବହୁଳ ହେଉଥିବା କାରଣରୁ ଯୋଗ୍ୟ, ଦକ୍ଷ ଓ ଶିକ୍ଷିତ ଲୋକେ ନିର୍ବାଚନରେ ଭାଗ ନେବାକୁ ସାହସ କରିପାରୁ ନାହାନ୍ତି। ଗତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ପର୍ଯ୍ୟାଲୋଚନା କଲେ ଭୋଟ ହାତେଇବା ଲାଗି ପ୍ରାର୍ଥୀମାନେ କିଭଳି ଆଖିବୁଜା ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ।
କେବଳ ସେତିକି ନୁହେଁ ନିର୍ବାଚନରେ ଭୋଟରଙ୍କ ଉପରେ ଆକ୍ରମଣ, ବୁଥ୍‌ ଜବରଦଖଲଠାରୁ ଆରମ୍ଭକରି ମାର୍‌ପିଟ, ଗଣ୍ଡଗୋଳ ଓ ହତ୍ୟାକାଣ୍ଡ ସଙ୍ଗଠିତ ହୋଇଛି, ଯାହାକି ସୁସ୍ଥ ଗଣତନ୍ତ୍ରର ପରିଚୟ ନୁହେଁ ।
ଗଣତନ୍ତ୍ର ଶାସନକୁ ଠିକଣା ବାଟରେ ଆଗେଇ ନେବାର ଦାୟିତ୍ୱ ହେଉଛି ଜନତାଙ୍କର। ଶାସନ ସ୍ବଚ୍ଛ ଓ ବଳିଷ୍ଠ ହୋଇପାରିଲେ ଜନତା ତା’ର ସୁଫଳ ଭୋଗ କରିପାରିବେ। ସେଥିପାଇଁ ଜନତାଙ୍କୁ ମତଦାନ କରି ଯୋଗ୍ୟ ଓ ଦକ୍ଷ ଜନପ୍ରତିନିଧି ଚୟନର ଅଧିକାର ଦିଆଯାଇଛି ।
ତେବେ ଆଜିକାଲି ନିର୍ବାଚନରେ ଅଧିକାଂଶ ଲୋକ ବିନା ପାଉଣାରେ ମତଦାନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହା କିଛି ନିର୍ବାଚନ ବେଳେ ହିଁ ହେବ। ତାଙ୍କ ପାଖରେ ନେତାଙ୍କ ଗରଜ ପଡିଛି ମାନେ ସେମାନେ ନିଶ୍ଚେ ଆସିବେ । ହାତ ଓଠ ଧରିବେ। ଭୋଟ ଭିକ୍ଷା କରିବେ। ଆଉ ସେତିକିବେଳେ ଆଣ୍ଠେଇ ଦେବାର ଅଛି। ଆଉ ନେତାଏ ବି ଜନତାଙ୍କ ଟିପ ଠିକ୍‌ ଭାବେ ଠଉରାଇଛନ୍ତି ।
ନିର୍ବାଚନ ବେଳେ ଯାହା କିଛି ଦେଇଦେବାର ଅଛି।
ତା’ପରେ କାଶିଆ କିଏ ନା କପିଳା କିଏ? ଏସବୁ କେବେ ବି ଭଲକଥା ନୁହେଁ। ଜନତା ନେଉଛନ୍ତି ବୋଲି ସିନା ନେତାଏ ଦେଉଛନ୍ତି। ଯେଉଁଦିନ ଜନତା ନେବାକୁ ବିରୋଧ କରିବେ। ପ୍ରଲୋଭନକୁ ଅନେଇବେ ନାହିଁ। ନିରପେକ୍ଷ ଭାବେ ମତଦାନ କରିବେ, ସେହିଦିନ ଯାଇ ଯୋଗ୍ୟ ଓ ଦକ୍ଷ ପ୍ରାର୍ଥୀମାନେ ଜନ ପ୍ରତିନିଧି ହେବାର ସୌଭାଗ୍ୟ ଅର୍ଜନ କରିବେ। ସତରେ କ’ଣ ସେ ସୁଦିନ ଆସିବ!
ଗଣତନ୍ତ୍ର ଶାସନରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ଓ ଆପତ୍ତି ଅଭିଯୋଗ ଶୁଣିବା ସହିତ ସେମାନଙ୍କ ସମସ୍ୟାର ସମାଧାନ କରିବା ହେଉଛି ଜନ ପ୍ରତିନିଧିଙ୍କ କର୍ତ୍ତବ୍ୟ । ୱାର୍ଡସଭ୍ୟଟିଏ ନିର୍ବାଚିତ ହେଉଥିବା ଛୋଟିଆ ୱାର୍ଡଟିଏ ହେଉ ଅଥବା ବିଧାୟକ ଓ ସାଂସଦଙ୍କ ନିର୍ବାଚନମଣ୍ଡଳୀର ପ୍ରଶସ୍ତ କ୍ଷେତ୍ର ହେଉ ସବୁଠି ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବାର ଦାୟିତ୍ୱ ହେଉଛି ଜନପ୍ରତିନିଧିଙ୍କର। ଜଣେ ଜନପ୍ରତିନିଧି କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥନରେ ଅଥବା ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିପାରନ୍ତି ମାତ୍ର ନିର୍ବାଚିତ ହେବା ପରେ ସେ ସମସ୍ତଙ୍କର। ତେଣୁ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆବଶ୍ୟକ। ଜଣେ ଜନପ୍ରତିନିଧିଙ୍କର ସ୍ବଚ୍ଛତା, ସଚ୍ଚୋଟତା ଓ ନିରପେକ୍ଷତା ଉପରେ ଅଞ୍ଚଳର ଉନ୍ନତି ନିର୍ଭର କରିଥାଏ । କେବଳ ରାଜନୈତିକ ମନୋଭାବ ରଖି କାର୍ଯ୍ୟ କଲେ ଲୋକେ ଶାସନର ସୁଫଳ ପାଇପାରିବେ ନାହିଁ । ଲୋକଙ୍କ ପ୍ରତି ତଥା ସେମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇପାରିଲେ ଯାଇ ସମସ୍ୟା ସମାଧାନର ବାଟ ଫିଟିପାରିବ। ଲୋକଙ୍କ ସମସ୍ୟାକୁ ସ୍ଥାନୀୟ ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟିକୁ ଆଣି ତା’ର ତ୍ୱରିତ ସମାଧାନ କରିବାର ଦାୟିତ୍ୱ ହେଉଛି ଜନପ୍ରତିନିଧି ମାନଙ୍କର। ରାଜନୀତି ହେଉଛି ଲୋକଙ୍କ ନିକଟତର ହେବା ଓ ସେମାନଙ୍କ ସେବା କରିବାର ପ୍ରଶସ୍ତ କ୍ଷେତ୍ର।
ଜନପ୍ରତିନିଧିମାନେ ଏମିତି ଦୃଷ୍ଟିଭଙ୍ଗୀ ରଖି କାର୍ଯ୍ୟ କରିବା ଉଚିତ। କେବଳ ନିର୍ବାଚନରେ ପୁଳାଏ ଟଙ୍କା ଖର୍ଚ୍ଚ କରି ବିଜୟୀ ହେବା ଓ ପରେ ଲୋକଙ୍କ ତଣ୍ଟିଚିପି ବଡ଼ ଲୋକ ହେବାର ମାନସିକତାରୁ ଜନପ୍ରତିନିଧିମାନେ କ୍ଷାନ୍ତ ରହିବା ଉଚିତ ନଚେତ୍‌ ରାଜନୀତି ସେବା ନୁହେଁ ବରଂ ଏକ ବ୍ୟବସାୟ ବୋଲି ପରିଗଣିତ ହେବ, ଯାହା ଗଣତନ୍ତ୍ରର ମର୍ଯ୍ୟାଦା ହାନି କରିବ।

– ଯଦୁମଣି ପାଣିଗ୍ରାହୀ
ଶଙ୍ଖିଡ଼ା, ତିହିଡ଼ି, ଭଦ୍ରକ,
ମୋ: ୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri