୧୦ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ରାୟଗଡ଼ା ଅଫିସ, ୨।୩: ଖରାପ ରାସ୍ତା ଯୋଗୁ ୧୦ କି.ମି ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସି ମେଡିକାଲରେ ଭର୍ତ୍ତି ହେଲେ ରୋଗୀ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ମୁନିଗୁଡା ବ୍ଲକ ଡିମିରିଗୁଡା ପଞ୍ଚାୟତରେ। ସୂଚନା ମୂତାବକ, ଉଚେତପାରୁ ଗ୍ରାମର ୭ ବର୍ଷର ଝିଅ ତ୍ରିପ୍ତୀ ଉର୍ଲିକିଆ କିଛିଦିନ ହେବ ପେଟ ଯନ୍ତ୍ରଣାରେ ପୀଡିତ ଥିଲେ । ମଙ୍ଗଳବାର ଯନ୍ତ୍ରଣା ବଢ଼ିବା ପରେ ମେଡିକାଲ ନେବା ପାଇଁ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ହେଲେ ଘାଟି ରାସ୍ତା ଏବଂ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍ରୁଟି ଥିବାରୁ ତାହା ଯାଇ ପାରି ନଥିଲା। ଏ ନେଇ ଆମ୍ବୁଲାନ୍ସ କର୍ମଚାରୀ ଗାଁରେ ସୂଚନା ଦେଇଥିଲେ। ଶେଷରେ ରୋଗୀଙ୍କୁ ବୋହି ନେବା ପାଇଁ ପରିବାର ଲୋକେ ଏବଂ ଆମ୍ବୁଲାନ୍ସ କର୍ମଚାରୀ ନିଷ୍ପତ୍ତି ନେଇଥିଲେ। ଆମ୍ବୁଲାନ୍ସ ଷ୍ଟ୍ରେଚରରେ ୧୦ କି.ମି ବୋହି ଆଣିବା ପରେ ତ୍ରିପ୍ତୀଙ୍କୁ ଅମ୍ବାଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଡନ ଭିତରେ ରହିବେ ସୀମିତ ସଂଖ୍ୟକ ପାସ୍‌ଧାରୀ

ପୁରୀ ଅଫିସ,୮ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଆସନ୍ତା ୨୦ ତାରିଖରେ ରଥଯାତ୍ରା...

ଶ୍ରୀମନ୍ଦିରରେ ଖସାପଡ଼ା ନୀତି: ୩ ଘଣ୍ଟା ବନ୍ଦ ରହିଲା ଦର୍ଶନ

ପୁରୀ ଅଫିସ, ୬।୮: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ ହୋଇଛି। ଏହି ନୀତି ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୦ଟା...

ବ୍ରହ୍ମପୁର ବଜାରରେ ବିହାର ଲିଚୁର ଚାହିଦା ଅଧିକ

ବ୍ରହ୍ମପୁର ଅଫିସ,୧୯।୫: ରେଶମ ସହର ବ୍ରହ୍ମପୁରରେ ଗ୍ରୀଷ୍ମ ପ୍ରଭାବରେ ପ୍ରତିଦିନ ଉତ୍ତାପ ବଢ଼ୁଥିବାରୁ ପ୍ରବଳ ଗରମ ଅନୁଭୂତ ହେବା ସହ ପାରଦ ବଢ଼ିଚାଲିିଛି। ଅନ୍ୟପଟେ ବଜାରରେ...

ବୈତରଣୀ ପଠାରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ

ଆନନ୍ଦପୁର,୪ା୧(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ବ୍ୟାରେଜ ନିକଟ ପଠାରେ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ଆନନ୍ଦପୁର ପୌରପରିଷଦ ପଦ୍ମପୁର ୧...

ଖାଦ୍ୟ ମାନ ଯାଞ୍ଚ କରିବେ ଡାକ୍ତରୀ ଦଳ

ଅନୁଗୋଳ ଅଫିସ,୨୩।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର...

ଆଠମଲ୍ଲିକରେ ବଢ଼ୁଛି ପର୍ଯ୍ୟଟକଙ୍କ ଗହଳି:ପ୍ରାକୃତିକ ପରିବେଶରୁ ଉଠାଇଛନ୍ତି ମଜା

ମାଧପୁର, ୨୮।୧୨ (ମନୋଜ କୁମାର ପ୍ରଧାନ) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ରହିଛି ବହୁ ପର୍ଯ୍ୟଟନସ୍ଥଳୀ। ଏହା ମଧ୍ୟରୁ ଅନେକ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ...

ଭଦ୍ରକରେ ୨୧ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଛୁଇଁଲା

ଭଦ୍ରକ ଅଫିସ,୧୯।୫: ଭଦ୍ରକ ଜିଲା ରେ ମଙ୍ଗଳବାର ୨୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି। ଆକ୍ରାନ୍ତ...

ରାସ୍ତାରେ ଗୋରୁ, ଯାତ୍ରୀ ହନ୍ତସନ୍ତ

ନିମାପଡ଼ା, ୨।୧୦(ଡି.ଏନ୍‌.ଏ.): ନିମାପଡ଼ା ବଡ଼ବଜାର, ଥାନା ଛକ, ବ୍ଳକ, ତହସିଲ ଅଫିସ ଛକ, ଦୋଳବେଦୀ ଛକ, ଟାଉନ କ୍ଲବ ଛକ ଦୀର୍ଘଦିନ ଧରି ବୁଲା ଗୋରୁ,...

Advertisement
Archives

Model This Week