Posted inଖେଳ

ପୂର୍ବତନ ଫୁଟ୍‌ବଲ ଅଧିନାୟକ ଚାପମ୍ୟାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୩ା୧୦ (ପି.ଟି.)-ଭାରତର ପୂର୍ବତନ ଫୁଟ୍‌ବଲ ଅଧିନାୟକ ଓ ମିଡ୍‌ଫିଲ୍‌ଡର ଚାର୍ଲଟନ ଚାପମ୍ୟାନଙ୍କର ହୃଦ୍‌ଘାତରେ ବାଙ୍ଗାଲୋରରେ ପରଲୋକ ହୋଇଯାଇଛି। ତାଙ୍କୁ ୪୯ବର୍ଷ ବୟସ ହୋଇଥିଲା। ୧୯୯୦ ଦଶକରେ କ୍ଲବ ସ୍ତରରେ ବାଇଚୁଙ୍ଗ ଭୂତିଆ ଓ ଆଇ.ଏମ୍‌. ବିଜୟନ ଓ ଚାପମ୍ୟାନ ୩ଜଣ ମିଶି ଏକ ବିପଜ୍ଜନକ କମ୍ବିନେଶନ ସୃଷ୍ଟି କରିଥିଲେ। ଚାପମ୍ୟାନ ଅସୁସ୍ଥ ହେବା ପରେ ରବିବାର ରାତିରେ ବେଙ୍ଗାଲୁରୁସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ଚାପମ୍ୟାନ ଜଣେ ଖୁସ୍‌ମିଜାଜ ବ୍ୟକ୍ତି ଥିଲେ। ସେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି ବୋଲି ତାଙ୍କର ଏକଦା ଭାରତ ଟିମ୍‌ ମେଟ୍‌ ବ୍ରୁନୋ କୁଟିନୋ କହିଛନ୍ତି। ଭାରତ ତରଫରୁ ୧୦୯୫ ରୁ ୨୦୦୧ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିବା ଚାପମ୍ୟାନ ଜଣେ ସୃଜନଶୀଳ ମିଡ୍‌ଫିଲ୍ଡର ଥିଲେ। ତାଙ୍କ ଅଧିନାୟକତ୍ୱରେ ଭାରତ ୧୯୯୭ରେ ସାଫ୍‌ କପ୍‌ ଜିତିଥିଲା। କ୍ଲବ ସ୍ତରରେ ସେ ଇଷ୍ଟବେଙ୍ଗଲ ଏବଂ ବର୍ତ୍ତମାନ କାର୍ଯ୍ୟକ୍ଷମ ନ ଥିବା ଜେସିଟି ମିଲ୍ସ ତରଫରୁ ଖେଳି ବେଶ୍‌ ସଫଳତା ଅର୍ଜନ କରିଥିଲେ। ଚାପମ୍ୟାନ ୧୯୯୦ଦଶକରେ ଟାଟା ଫୁଟ୍‌ବଲ୍‌ ଏକାଡେମୀର ସୃଷ୍ଟି। ୧୯୯୩ରେ ସେ ଇଷ୍ଟବେଙ୍ଗଲରେ ଯୋଗ ଦେଇଥିଲେ। ସେହିବର୍ଷ ଏସିଆନ କପ୍‌ ଓ୍ବିନର୍ସ କପ୍‌ର ଏକ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ତାଙ୍କ ଦଳ ୬-୨ ଗୋଲରେ ଇରାକର ଅଲ୍‌ ଜ୍ୱାରା ନାମକ ଏକ କ୍ଲବକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ସେ ଏକ ହ୍ୟାଟ୍ରିକ ଅର୍ଜନ କରିଥିଲେ। ମାତ୍ର ୧୯୯୫ରେ ଜେସିଟିରେ ଯୋଗଦାନ ପରେ ତାଙ୍କ ପ୍ରଦର୍ଶନ ସବୁଠାରୁ ପ୍ରଶଂସନୀୟ ଥିଲା। ପଞ୍ଜାବର ଏହି କ୍ଲବ ସହ ସେ ୧୪ ଟ୍ରଫି ଜିତିଥିଲେ। ତନ୍ମଧ୍ୟରେ ଉଦ୍‌ଘାଟନୀ ନ୍ୟାଶନାଲ ଫୁଟ୍‌ବଲ ଲିଗ୍‌ (ଏନ୍‌ଏଫ୍‌ଏଲ୍‌) ୧୯୯୬-୯୭ ଅନ୍ତର୍ଭୁକ୍ତ। ଚାପମ୍ୟାନ ଆହୁରି ମଧ୍ୟ ବର୍ତ୍ତମାନ ଅଚଳ ହୋଇ ପଡ଼ିଥିବା ଏଫ୍‌ସି କୋଚିନ୍‌ ଦଳରେ ଯୋଗ ଦେଇଥିଲେ। କିନ୍ତୁ ବର୍ଷକ ପରେ ସେ ୧୯୯୮ରେ ଇଷ୍ଟବେଙ୍ଗଲକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୦୧ରେ କ୍ଲବ ତାଙ୍କ ଅଧିନାୟକତ୍ୱରେ ନ୍ୟାଶନାଲ ଫୁଟ୍‌ବଲ ଲିଗ୍‌ ଜିତିଥିଲା। ସେହି ବର୍ଷ ସେ ପ୍ରଫେଶନାଲ ଫୁଟ୍‌ବଲରୁ ତାଙ୍କର ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri