ଚାଲିପାରିଲା ନାହିଁ ପାସେଞ୍ଜର ଟ୍ରେନ୍‌

ଚଣ୍ଡିଖୋଲ,୩ା୨(ଡି.ଏନ.ଏ.):ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲା ଦେଇ ଯାଇଛି ହରିଦାସପୁର-ପାରାଦୀପ ରେଳପଥ। ଦୀର୍ଘ ବର୍ଷ ଧରି ଅପେକ୍ଷା ପରେ ଏହି ରେଳପଥରେ ୧ା୮ା୨୦୨୦ରେ ପ୍ରଥମ କରି ରେଳ ଚଳାଚଳ ଆରମ୍ଭ ହୋଇଥିଲା। ସେତେବେଳେ କୋଭିଡ୍‌ କଟକଣା ଥିବାରୁ ରେଲଓ୍ବେ ପକ୍ଷରୁ କୁହାଗଲାଯେ, ପ୍ରଥମେ ମାଲବାହୀ ଓ ପରେ ପାସେଞ୍ଜର ଟ୍ରେନ ଚାଲିବ। ତେବେ ଏହା ମଧ୍ୟରେ ୩୦ ମାସ ବିତି ଗଲାଣି। କିନ୍ତୁ ପସେଞ୍ଜର ଟ୍ରେନ ଚାଲ ପାରିଲା ନାହିଁ। ଅହମ୍ମଦାବାଦର ଏକ ଠିକା ସଂସ୍ଥା ଆସି ରେଳପଥର ଦୋହରୀକରଣ ନିମନ୍ତେ ସର୍ଭେକଲାଣି। ମାତ୍ର ଉକ୍ତ ରେଳପଥରେ ପାସେଞ୍ଜର ଟ୍ରେନ୍‌ ଚାଲିପାରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ରେଲ୍‌ଓ୍ବେ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି।
ସୂଚନା ଥାଉକି, ୧୯୯୭ରେ ପ୍ରଥମ କରି ଏହି ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହେବାରୁ ରେଳ ପଥ ନିର୍ମାଣରେ ମଧ୍ୟ ବହୁ ବିଳମ୍ବ ହୋଇଛି, ଯାହାହେଉ ଏହାର କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇ ୨୦୨୦ରେ ଶେଷ ହୋଇଥିଲା। ଏହାକୁ ଭାରତର ପ୍ରଥମ ଫାଟକ ବିହୀନ ରେଳପଥ ବୋଲି ଘୋଷଣା କରାଯାଇଥିଲା। ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି, ଲଳିତଗିରି ଓ ରତ୍ନଗିରି ସମେତ ଜାତୀୟ ଉଦ୍ୟାନ ଭିତରକନିକାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ଏହି ରେଳପଥ ସହାୟକ ହେବ ବୋଲି କୁହାଯାଇଥିଲା। ୮୨ କିଲୋମିଟର ଲମ୍ବ ଏହି ରେଳପଥ ପାଇଁ ଧୀରେଧୀରେ ଖର୍ଚ୍ଚ ବୃଦ୍ଧି ପାଇ ୧୫ ଶହ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଏହାକୁ ପ୍ରଥମ କରି ପିପିପି ମୋଡ୍‌ରେ କରାଯାଇଥିଲା। ଯେଉଁଥିରେ ଓଡ଼ିଶା ସରକାର, ରେଳ ବିକାଶ ନିଗମ ଲିମିଟେଡ୍‌, ଓଏମ୍‌ସିଏଲ, ପିପିଟି, ସେଲ, ଆଇଆଇଡିସି, ଏସ୍‌ଏଲ୍‌ ମାଇନିଂ, ରୁଙ୍ଗଟା ମାଇନ୍ସ, ଏମ୍‌ଏସ୍‌ପିଏଲ୍‌ ଓ ଜେଏସ୍‌ପିଏଲ୍‌ ଆଦି କମ୍ପାନୀ ସେମାନଙ୍କ ଅର୍ଥ ଏଥିରେ ଖର୍ଚ୍ଚ କରିଛନ୍ତି। ପ୍ରଥମେ ପାସେଞ୍ଜର ଟ୍ରେନ ଚାଲିବା ଦାବିକରି ଆନ୍ଦୋଳନ ହୋଇଥିଲା। ସେତେବେଳେ କୁହାଗଲା ଷ୍ଟେଶନଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ଶେଷ ହେବା ପରେ ପାସେଞ୍ଜର ଟ୍ରେନ ଚାଲିବ। ସେଥିପାଇଁ କେନ୍ଦ୍ର ସରକାର ୨୦୨୧-୨୨ ରେଳ ବଜେଟରେ ୧୦୦ କୋଟି ଟଙ୍କା ବରାଦ କରିଥିଲେ। ଏହି ରେଳପଥରେ ୧୧ ଷ୍ଟେଶନ ନିର୍ମାଣ ହୋଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୪, କେନ୍ଦ୍ରାପଡ଼ାରେ ୫ ଓ ଜଗତ୍‌ସିଂହପୁର ଜିଲାରେ ୨ଟି ରହିଛି। ଏହାମଧ୍ୟରେ ଷ୍ଟେଶନର ଉନ୍ନତୀକରଣ କାର୍ଯ୍ୟ ଶେଷ ହୋଇସାରିଛି। କେବଳ ଅପେକ୍ଷା ପାସେଞ୍ଜର ଟ୍ରେନ ଚଳାଇବାକୁ। ଏ ସମ୍ପର୍କରେ ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ଆଶା ରଖିଛୁ ଖୁବ୍‌ଶୀଘ୍ର ପାସେଞ୍ଜର ଟ୍ରେନ ଚାଲିବ। ଏନେଇ ପ୍ରଧାନମନ୍ତ୍ରୀ ନିକଟରେ ଓଡ଼ିଶା ଆସୁଛନ୍ତି। ମାତ୍ର ଦୋହରୀକରଣ ନିମନ୍ତେ କୌଣସି ବଜେଟରେ ବ୍ୟୟବରାଦ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?