ସହଭାଗିତା ରାଜ୍ୟକୁ ଆହୁରି ବିକାଶର ଶିଖରରେ ପହଞ୍ଚାଇବ

ଭୁବନେଶ୍ୱର, ୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ ଅଗ୍ରଣୀ କମ୍ପାନୀ ସମୂହ ଦୀର୍ଘବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ଏପରି କି ଓଡ଼ିଶା ସରକାରଙ୍କ ସହ ଆମର ସହଭାଗିତା ରାଜ୍ୟକୁ ଆହୁରି ଅଧିକ ବିକାଶର ଶିଖରରେ ପହଞ୍ଚାଇବ ବୋଲି ଶନିବାର ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓଡ଼ିଶାର ନୂତନ ଭାବେ ନିଯୁକ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ଅବସରରେ ଏଭଳି କିଛି ମତପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଏକ ସୌଜନ୍ୟମୂଳକ ସାକ୍ଷାତ ସହ ନୂତନ ଭାବେ ଗଠିତ ହୋଇଥିବା ରାଜ୍ୟ ସରକାରଙ୍କୁ ସେ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟରେ ବର୍ତ୍ତମାନ ଏବଂ ଭବିଷ୍ୟତର ବିକାଶ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଏପରିକି ରାଜ୍ୟ ସଚିବାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ଯୋଗ ଦେଇ ଅଗ୍ରୱାଲ ଓଡ଼ିଶାର ଅଗ୍ରଗତି ପାଇଁ ବେଦାନ୍ତ ଗ୍ରୁପର ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେହିଭଳି ସହଯୋଗର ନୂତନ କ୍ଷେତ୍ରଗୁଡିକ ଚିହ୍ନଟ କରିବା ଉପରେ ବ୍ୟାପକ ଆଲୋଚନା ହୋଇଥିଲାବେଳେ ଓଡ଼ିଶାର ପରିବର୍ତ୍ତନଶୀଳ ଯାତ୍ରାକୁ ଆହୁରି ତ୍ୱରାନ୍ବିତ କରି ରାଜ୍ୟର ଶିଳ୍ପ ଏବଂ ସାମାଜିକ ତଥା ଅର୍ଥନୈତିକ ବିକାଶକୁ ବୃଦ୍ଧି କରିପାରିବ। ବିଶେଷ କରି ନୂତନ ସରକାରଙ୍କ ଦୃଷ୍ଟିକୋଣ ଏବଂ ନେତୃତ୍ୱ ଉପରେ ସେ ନିଜର ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। ଏ ନେଇ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି, ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ଏହାର ଲୋକଙ୍କ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତାର ପ୍ରମାଣ। ବେଦାନ୍ତର ସଫଳତା ପାଇଁ ଓଡ଼ିଶା ରାଜ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାର ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ବିକାଶ ପାଇଁ ଆମେ ସମର୍ପିତ ଅଟୁ। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୋର ସାକ୍ଷାତ ଅତ୍ୟନ୍ତ ଫଳପ୍ରଦ ଥିଲା ଏବଂ ଆମେ ଓଡ଼ିଶାର ଅଭିବୃଦ୍ଧି ପାଇଁ ଆମର ସହଭାଗୀ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲୁ।

ସେହିପରି ମୋହନ ଚରଣ ମାଝୀଙ୍କ ଦକ୍ଷ ନେତୃତ୍ୱରେ ଆମର ଦୀର୍ଘଦିନର ସହଭାଗିତା ଆଗକୁ ବଢ଼ିବା ସହିତ ରାଜ୍ୟକୁ ଆହୁରି ଅଧିକ ବିକାଶର ଶିଖରରେ ପହଞ୍ଚାଇବାରେ ସହାୟକ ହେବ। ଉଲ୍ଲେଖଯୋଗ୍ୟ, ବେଦାନ୍ତ ଗ୍ରୁପ୍‌ ଓଡ଼ିଶାରେ ୧,୦୦,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରିଥିବାବେଳେ ବିଶ୍ୱର ଯେକୌଣସିଠାରେ ଏହା ହେଉଛି ସର୍ବବୃହତ୍‌ ପୁଞ୍ଜି ବିନିଯୋଗ। ଏହି ପୁଞ୍ଜି ବିନିଯୋଗ ଦ୍ୱାରା ୧.୮ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଝାରସୁଗୁଡା ଠାରେ ବିଶ୍ୱର ସର୍ବବୃହତ୍‌ ଇଣ୍ଟିଗ୍ରେଟେଡ୍‌ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଏବଂ ୩.୫ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ଠାରେ ଏକ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନେରୀ ପ୍ରତିଷ୍ଠା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଯୁଦ୍ଧ ଭିତରେ ଭାରତରେ ପ୍ରଥମ ଥର ବଢିଲା ପେଟ୍ରୋଲ ରେଟ୍‌, ଲିଟର ପ୍ରତି ଦେବାକୁ ପଡିବ…

ନୂଆଦିଲ୍ଲୀ,୨୦।୩: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏହାର ପ୍ରିମିୟମ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର 2ଟଙ୍କା ବୃଦ୍ଧି କରିଛି। ନୂତନ ଦର ଶୁକ୍ରବାର ଠାରୁ କାର୍ଯ୍ୟକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri