ପ୍ରଥମ ତ୍ରୈମାସିକରେ ୫.୨୫ନିୟୁତ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନ

ଭୁବନେଶ୍ୱର, ୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ‘ଟାଟା ଷ୍ଟିଲ୍‌’ ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକର ଫଳାଫଳ (ଉତ୍ପାଦନ ଓ ଡେଲିଭରି) ବିଷୟରେ ବିସ୍ତୃତ ଭାବେ ଭାବେ ଘୋଷଣା କରାଯାଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀର ଅଶୋଧିତ ଇସ୍ପାତ ଉତ୍ପାଦନ ୫.୨୫ ନିୟୁତ ଟନ୍‌ ହୋଇଥିଲାବେଳେ ବାର୍ଷିକ ଭିତିରେ ଏହା ୫% ବୃଦ୍ଧି ପାଇଛି। ରକ୍ଷଣାବେକ୍ଷଣ ପାଇଁ କାରଖାନା ବନ୍ଦ କରାଯାଇଥିବା କାରଣରୁ ତ୍ରୈମାସିକ ଭିତ୍ତିରେ ଉତ୍ପାଦନ କମ୍‌ ହୋଇଛି। ଭାରତରେ କମ୍ପାନୀର ଡେଲିଭରି ଏହି ସମୟ ମଧ୍ୟରେ ୪.୯୪ ନିୟୁତ ଟନ୍‌ ହୋଇଛି, ଯାହା ବାର୍ଷିକ ଭିତ୍ତିରେ ୩% ବୃଦ୍ଧି ପାଇଛି। ଡେଲିଭରି ଦୃଷ୍ଟିରୁ ଏହା କମ୍ପାନୀର ସର୍ବକାଳୀନ ଶ୍ରେଷ୍ଠ ତ୍ରୈମାସିକ ସାବ୍ୟସ୍ତ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଅଟୋମୋଟିଭ୍‌ ଓ ସ୍ବତନ୍ତ୍ର ଉତ୍ପାଦନ ବର୍ଗରେ ଡେଲିଭରି ୧୪% ବୃଦ୍ଧି ପାଇ ୦.୮ନିୟୁତ ଟନ୍‌ ହୋଇଛି। ଯାତ୍ରୀବାହୀ ଯାନ, ବାଣିଜି୍ୟକ ଯାନ ଭଳି କ୍ଷେତ୍ରରେ ବଜାର ତୁଳନାରେ ଅଧିକ ଅଭିବୃଦ୍ଧି ହାସଲ ହୋଇଛି। ସେହିପରି ବ୍ରାଣ୍ଡେଡ୍‌ ଉତ୍ପାଦ ଓ ଖୁଚୁରା ବର୍ଗରେ ଡେଲିଭରି ବାର୍ଷିକ ଭିତ୍ତିରେ ୬% ବୃଦ୍ଧି ପାଇ ୧.୭ନିୟୁତ ଟନ୍‌ ହୋଇଛି। ଟାଟା ଟିସ୍‌କନ୍‌ର ଡେଲିଭରି ବାର୍ଷିକ ଭିତ୍ତିରେ ୧୫% ବୃଦ୍ଧି ପାଇଥିବା ବେଳେ ଟାଟା ଆଷ୍ଟ୍ରମ୍‌ ଓ ଟାଟା ଷ୍ଟିଲିଅମ୍‌ ପାଇଁ ବିକ୍ରି ଦୃଷ୍ଟିରୁ ଏହା ସର୍ବକାଳୀନ ଶ୍ରେଷ୍ଠ ବର୍ଷ ସାବ୍ୟସ୍ତ ହୋଇଛି। ସେହିପରି ଶିଳ୍ପ ଉତ୍ପାଦ ଓ ପ୍ରକଳ୍ପରେ ଡେଲିଭରି ୧.୮ନିୟୁତ ଟନ୍‌ ହୋଇଛି, ଯେଉଁଥିରେ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବାଧିକ ବିକ୍ରି ହାସଲ ହୋଇଛି। ଟାଟା ଷ୍ଟିଲ୍‌ ଆସିଆନାରୁ ରାଜସ୍ବ ୬୪୪କୋଟି ଟଙ୍କା ହୋଇଛି, ଯାହା ବାର୍ଷିକ ଭିତ୍ତିରେ ୭୩% ବଢ଼ିଛି ଏବଂ ସ୍ବତନ୍ତ୍ର ଗ୍ରାହକ ସଂଖ୍ୟାରେ ୫୦% ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?