ଲୋକଙ୍କୁ ଆକର୍ଷିତ କରୁଛି ପାର୍କ

ଡେରାବିଶ,୧୩ା୧୧(ସ୍ବ.ପ୍ର.): ସହରାଞ୍ଚଳର ଲୋକେ ଚିତ୍ତ ବିନୋଦନ ଓ ବ୍ୟାୟାମ ଲାଗି ପାର୍କକୁ ବାଛି ନେଇଛନ୍ତି। ହେଲେ ଗଁା ଗହଳିରେ ଆଗ ଭଳି ଆଉ ତୋଟା ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ନରସିଂହପୁର ପଞ୍ଚାୟତ ତିଲଙ୍ଗଠାରେ ନିର୍ମିତ ପାର୍କ ଲୋକଙ୍କୁ ଆକର୍ଷିତ କରୁଛି । ଏହା ଅନ୍ୟ ପଞ୍ଚାୟତ ଓ ଜିଲା ପାଇଁ ଉଦାହରଣ ସୃଷ୍ଟି କରିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ରଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାର୍କଟି ପାଲଟିଛି। ଗ୍ରାମର ଥିବା ମା’ ପିଙ୍ଗଳେଶ୍ୱରୀ ଠାକୁରାଣୀଙ୍କ ପୀଠ ନିକଟରେ ନିର୍ମିତ ପାର୍କର ଲମ୍ବ ୧୨୦ ଫୁଟ ହୋଇଥିବା ବେଳେ ପ୍ରସ୍ଥ ୧୦୦ ଫୁଟ ରହିଛି। ପାର୍କରେ ପିଲାଙ୍କ ଆକର୍ଷଣ ପାଇଁ ଫାଇବର ଜିରାଫ, ହରିଣ, ବାଘର ମୂର୍ତ୍ତି ରହିଛି। ଏହାସହ ଏଠାରେ ନିର୍ମିତ ହୋଇଥିବା ଦୋଳି, ଖସଡାରେ ପିଲାମାନେ ଖେଳୁଛନ୍ତି। ସେହିଭଳି ବୟସ୍କ ଓ ଅବସରପ୍ରାପ୍ତ କର୍ମଚାରୀମାନେ ପାର୍କକୁ ଆସି ସମୟ ବିତାଉଛନ୍ତି। ଗ୍ରାମାଞ୍ଚଳରେ ଏଭଳି ପାର୍କ ନିର୍ମାଣର ଉଦ୍ଦେଶ୍ୟ ସମ୍ପର୍କରେ ନରସିଂହପୁର ସରପଞ୍ଚ କମଳାପ୍ରଭା ଖଟୁଆଙ୍କୁ ପଚାରିବାରେ, ଗଁାରେ ଥିବା ମା’ ପିଙ୍ଗଳେଶ୍ୱରୀଙ୍କ ପୀଠକୁ ଡେରାବିଶ ସମେତ କଟକ ଜିଲା ମାହାଙ୍ଗା ବ୍ଲକ ଅଞ୍ଚଳର ଲୋକେ ଆସିଥାନ୍ତି। ଏଭଳି ଏକ ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ପାର୍କ ନିର୍ମାଣ କରିବାକୁ ତାଙ୍କର ବହୁଦିନର ସ୍ବପ୍ନ ଥିଲା। ପାର୍କ ନିର୍ମାଣ ପାଇଁ ପଞ୍ଚାୟତରେ ଥିବା ଅନୁଦାନରୁ ୧୦ ଲକ୍ଷ ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରୁ ୧୦ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଏହି ପାର୍କ ନିର୍ମାଣ ପାଇଁ ଜିଲାପାଳ ସମର୍ଥ ବର୍ମା ଓ ବିଡିଓ ଗୋପବନ୍ଧୁ ଭୋସାଗର ପ୍ରେରଣା ଦେଇଥିଲେ। ତେବେ ପାର୍କଟି ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହୋଇ ସାରିଛି। ଏଥିରେ କରାଯାଇଥିବା କୃତ୍ରିମ ଝରଣା ଓ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଏ ଅଞ୍ଚଳର ଶୋଭା ବର୍ଦ୍ଧନ କରୁଛି ବୋଲି ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ଖଟୁଆ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri