ଚୋରା ମୋରମ ଚାଲାଣର ଭୂସ୍ୱର୍ଗ

କୋରେଇ,୨।୨(ସ୍ୱ.ପ୍ର.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଞ୍ଚଳ ମୋରମ ଚୋରାଚାଲାଣର ଭୂସ୍ୱର୍ଗ ପାଲଟିଛି। ମଞ୍ଜୁରୀ, ଖମିଗାଁ, ମଲାରିଆ, କୋରାବନ୍ଦୀ, ପୂର୍ବକୋଟ, କନ୍ତୋର ଇତ୍ୟାଦି ମୌଜାରୁ ଓଭରଲୋଡିଂ ମୋରମ ଗାଡି ଚଳାଚଳ ଯୋଗୁ ପୂର୍ତ୍ତ ବିଭାଗର ରଗଡି-ପାଣିକୋଇଲି ଓ ପୂର୍ବକୋଟ-ଖଜୁରନାଲୁଆ, ଗ୍ରାମ୍ୟ ନିର୍ମାଣ ବିଭାଗର ଖଇରା-ନହକା, ଧନେଶ୍ୱର-ତୁଳତୀ ଓ କନ୍ତର-ଅସନଗଡିଆ ନୂତନ ଭାବେ ନିର୍ମାଣ ହୋଇଥିବା ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହାବାଦ୍‌ ପାଣିକୋଇଲି-ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହେବା ସହ ଦବି ଯାଇଛି। ମୋରମ ଚାଲାଣକାରୀମାନେ ତହସିଲଦାର ଏବଂ ସ୍ଥାନୀୟ ପୋଲିସକୁ ହାତ କରି ଜଙ୍ଗଲ ଜମି ମଧ୍ୟ ଛାଡୁ ନାହାନ୍ତି। ଏପରି କି ଜଣେ ଜମି ମାଲିକଙ୍କୁ ବନ୍ଧୁକ ଦେଖାଇ ମୋରମ ଉତ୍ତୋଳନ କରାଯାଉଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି।
ବ୍ୟାସନଗର ତହସିଲ ଅନ୍ତର୍ଗତ ମଞ୍ଜୁରୀ ମୌଜା ଖାତା ନମ୍ବର ୨୦ ଓ ପ୍ଲଟ ନମ୍ବର ୧୫୧ ସାରଦା-୩ କିସମ ୧ ଏକର ପରିମିତ ଜମିରୁ ବ୍ୟାସନଗର ତହସିଲଦାର ତାଙ୍କ ପତ୍ରସଂଖ୍ୟା ୪୩୫୦/୯ା୭ା୨୦୨୦ରେ ଏକନ ପାତ୍ରଙ୍କୁ ଅଙ୍କିତା କନଷ୍ଟ୍ରକ୍ସନ ଦ୍ୱାରା ମୋରମ ଉତ୍ତୋଳନ କରିବାକୁ ଅନୁମତି ଦେଇଥିଲେ। ସେହି ଜମିରେ ପୋଖରୀ ଖନନ କରି ମାଛଚାଷ କରିବା ଉଦ୍ଦେଶ୍ୟରେ ଏହି ଅନୁମତି ମିଳିଥିଲା । ଧାମରା ବନ୍ଦର ଓ ଯାଜପୁର କୋୟାଁଗୋଲାର ସରକାରୀ କାମରେ ଉକ୍ତ ଖନନରୁ ବାହାରି ଥିବା ମୋରମ ବ୍ୟବହୃତ କରିବାକୁ ଅନୁମତି ପତ୍ରରେ ଦର୍ଶାଯାଇଥିଲା। ଏହାପରେ ପଛିକୋଟ ଗ୍ରାମବାସୀ ଜଙ୍ଗଲ ଜମିରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି କ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗର ଅଧସ୍ଥନ ସଚିବ ତ୍ରିଲୋଚନ କିଶାନ ତାଙ୍କ ପତ୍ରସଂଖ୍ୟା ୧୧୧୧୩/୧୫ା୭ା୨୦୨୦ରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ବିଭାଗର ପ୍ରିନ୍ସିପାଲ କନଜରଭେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଟକ ଫରେଷ୍ଟ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫଓ) ତାଙ୍କ ପତ୍ରସଂଖ୍ୟା ୭୧୦୧/୧୭ା୭ା୨୦୨୦ରେ ଯାଜପୁର ରୋଡ ରେଞ୍ଜରଙ୍କୁ ଅଭିଯୋଗ ହୋଇଥିବା ଜମି ସଂକ୍ରାନ୍ତରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ଉକ୍ତ ଜମି ଜଙ୍ଗଲ କିସମ ହୋଇଥିବାରୁ ବ୍ୟାସନଗର ତହସିଲଦାର ତାଙ୍କ ପତ୍ରସଂଖ୍ୟା ୪୬୫୩/୨୨ା୭ା୨୦୨୦ରେ ପୋଖରୀ ଖନନ ନିର୍ଦ୍ଦେଶକୁ ବାତିଲ କରିଥିଲେ ା ଏହାବାଦ୍‌ ମୋରମ ଉତ୍ତୋଳନ ବାବଦକୁ ଏକନ ପାତ୍ରଙ୍କୁ ବ୍ୟାସନଗର ତହସିଲଦାର ଗତ ୨୮ା୭ା୨୦୨୦ରେ ତାଙ୍କ ପତ୍ରସଂଖ୍ୟା ୮୦/୨୦୨୦-୨୧ ୨,୭୯,୮୬୦ ଟଙ୍କାର ଡିମାଣ୍ଡ ନୋଟିସ ଦେଇଥିଲେ ା ଏହାକୁ ଚ୍ୟାଲେଞ୍ଜ କରି ପାତ୍ର ହାଇକୋର୍ଟର ଆଶ୍ରୟ ନେଇଥିଲେ। ହାଇକୋର୍ଟ ପକ୍ଷରୁ ୨ ମାସ ମଧ୍ୟରେ ମୋରମ ଖନନ ଜମି ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବ୍ୟାସନଗର ତହସିଲଦାର ମୋରମ ଖନନ ଜମି ଜଙ୍ଗଲ କିସମ ନୁହେଁ ତାହା ରୟତ ଜମି ବୋଲି ସତ୍ୟପାଠ ଦାଖଲ କରିବା ପରେ ମୋରମ ଖନନ ଅନୁମତି ମିଳିଥିବା ଜଣାପଡିଛି। ଏହାପରେ ଗତ ପ୍ରାୟ ୪ ମାସ ଧରି ବିପୁଳ ପରିମାଣର ମୋରମ ଚାଲାଣ ହୋଇଛି। ଏଥିରେ କୌଣସି ପୋଖରୀ ଖନନର ଉଦ୍ଦେଶ୍ୟ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ଜମି ମାଲିକ ଓ ଅଙ୍କିତା କନଷ୍ଟ୍ରକ୍ସନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆର୍ଥିକ କାରବାରକୁ ନେଇ ବିବାଦ ଦେଖା ଦେଇଛି। ଏନେଇ ଏକନ ପାତ୍ରଙ୍କ ପୁଅ କାଳନ୍ଦୀଙ୍କୁ ଗତ ୨୯ ତାରିଖ ରାତିରେ ବନ୍ଧୁକ ଦେଖାଇ ଧମକ ମଧ୍ୟ ଦିଆଯାଇଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି। ହେଲେ ଅଭିଯୋଗ କରିବାର ୪ ଦିନ ବିତିଯାଇଥିଲେ ମଧ୍ୟ କୋରେଇ ଥାନା ପୋଲିସ କୌଣସି ମାମଲା ରୁଜୁ କରିନାହିଁ । ଏ ସଂକ୍ରାନ୍ତରେ କୋରେଇ ଥାନାଧିକାରୀ ରଞ୍ଜିତ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ଉଭୟ ପକ୍ଷଙ୍କୁ ଥାନାକୁ ଡକାଯାଇଛି। ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀମଦ ସହ ଗାଡ଼ି ଜବତ

ବାଲେଶ୍ୱର ଅଫିସ, ୨୯।୪: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ରସାଳପୁର ରାସ୍ତାରେ ଅବକାରୀ ବିଭାଗର ଜିଲା ଭ୍ରାମ୍ୟମାଣ ଟିମ୍‌ ଦ୍ୱାରା ବୁଧବାର ଚଢ଼ାଉ କରାଯାଇ...

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଜାର ଅଧିନସ୍ତ ବଜାର ରାନ୍ଦିଆ ବଜାରରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ। କେହି ଦୁର୍ବୃତ୍ତ ଏଟିଏମ୍‌ର ସମ୍ମୁଖ...

ପ୍ରଧାନ ଶିକ୍ଷକଙ୍କ ଭରସାରେ ବୁଡ଼ିବାଲି ସେବାଶ୍ରମ ବିଦ୍ୟାଳୟ

ଚନ୍ଦ୍ରପୁର,୨୫।୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ମଙ୍ଗଳ ବିଭାଗ ସେବାଶ୍ରମ ବିଦ୍ୟାଳୟ ପରିସରରେ ନବ ନିର୍ମିତ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଶୁକ୍ରବାର ଉଦ୍‌ଘାଟିତ...

ନିର୍ବାହୀ ଅଧିକାରୀଙ୍କୁ ତାଲା

ରାଜନଗର,୧୮।୧୧(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟରଙ୍କୁ ସାମିଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତସ୍ତରରେ ଭୋଟର ତାଲିକା ପ୍ରକାଶ...

ବିଦ୍ୟାଳୟ ପାଠାଗାର ପୁସ୍ତକ କିଣାରେ ଦୁର୍ନୀତି

କଟକସଦର,୧୯।୩(ଡି.ଏନ୍‌.ଏ.): ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପାଠାଗାର ପୁସ୍ତକ କିଣିବା...

ପ୍ରକଳ୍ପ ଅଛି : ପାଣି ଆସୁନି, ଅସୁବିଧା ଭୋଗୁଛନ୍ତି ୮ ୱାର୍ଡ଼ର ଲୋକେ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.)୨୭ା୫:  ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉ ନାହିଁ। ଫଳରେ ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର,...

ଡିଇଓଙ୍କ ଅଚାନକ ସ୍କୁଲ ପରିଦର୍ଶନ: ୧୨ ଶିକ୍ଷକଙ୍କ ଦରମା ବନ୍ଦ

ରଣପୁର/ନୟାଗଡ଼ ଅଫିସ,୨୧ା୯(ସ୍ବ.ପ୍ର.): ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଶିବଶଙ୍କର ପ୍ରଧାନ ଶୁକ୍ରବାର ରଣପୁର ଓ ନୟାଗଡ଼ ବ୍ଲକର ବିଭିନ୍ନ ସ୍କୁଲ ଅଚାନକ ପରିଦର୍ଶନ କରି ପ୍ରାଥମିକ...

ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ନିରାକାରପୁର,୨୮ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ରାମେଶ୍ୱର ପାନ୍ଥିକା ଅଞ୍ଚଳରୁ ନିରାକାରପୁର ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଥିବା ବେଳେ...

Advertisement
Archives

Model This Week