ଚଳଚଞ୍ଚଳ ହେଲାଣି ପକ୍ଷୀଙ୍କ ଭୂସ୍ବର୍ଗ

ଖୋର୍ଦ୍ଧା ଅଫିସ,୨୫ା୧୦: ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଲାଣି। ଚଳିତ ବର୍ଷ ଅକ୍ଟୋବର ୨ୟ ସପ୍ତାହରୁ ଧୀରେ ଧୀରେ ପକ୍ଷୀ ଆସିବାରେ ଲାଗିଛନ୍ତି। କିଚିରି ମିଚିରି କଳରବରେ ଫାଟିପଡୁଛି ଚିଲିକା। କରୋନା ଯୋଗୁ ପ୍ରାୟ ଦୁଇବର୍ଷ ଧରି ନୀରବି ଯାଇଥିବା ଚିଲିକା ଏବେ ବିଦେଶାଗତ ପକ୍ଷୀଙ୍କ ସମେତ ପର୍ଯ୍ୟଟକଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଲାଣି।
ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ମଙ୍ଗଳାଯୋଡ଼ିକୁ ପକ୍ଷୀଙ୍କ ଭୂସ୍ବର୍ଗ ବୋଲି କୁହାଯାଏ। ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଟାଙ୍ଗୀ ପହଞ୍ଚିବା ପରେ ସେଠାରୁ ୫କିମି ଗଲେ ମଙ୍ଗଳାଯୋଡ଼ି ପଡ଼େ। ଚିଲିକା ଭିତରକୁ ପର୍ଯ୍ୟଟକଙ୍କୁ ନେବା ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଡଙ୍ଗାର ବ୍ୟବସ୍ଥା ରହିଛି। ପକ୍ଷୀଙ୍କ ଯାତାୟାତରେ ବାଧା ଉପୁଜିବା ଆଶଙ୍କାରେ ଏଠାରେ ମୋଟର ଚାଳିତ ଡଙ୍ଗା ଚଳାଚଳ ଉପରେ କଟକଣା ରହିଛି। ମଙ୍ଗଳାଯୋଡ଼ିରୁ ଚିଲିକାର ନୀଳ ଜଳରାଶି, ପ୍ରାକୃତିକ ନୈସର୍ଗିକ ଦୃଶ୍ୟପଟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ। ଏଥିସହ ପକ୍ଷୀଙ୍କ ସମାହାର ମନ ମୋହିଥାଏ। କ୍ୟାମେରା ଲେନ୍ସରେ ପକ୍ଷୀଙ୍କ ଉଡ଼ନ୍ତା ଦୃଶ୍ୟ ହେଉ କି ନଳବଣ, ରାଜଦଳରେ ଖାଦ୍ୟ ଅନ୍ବେଷଣ କରୁଥିବା ପକ୍ଷୀଙ୍କ ଫଟୋ ଉଠାଇଥାନ୍ତି ପର୍ଯ୍ୟଟକ। ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ଚିଲିକାରେ ୬୨ପ୍ରଜାତିର ୨୨ହଜାରରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଦାୟିତ୍ୱରେ ଥିବା ଏସିଏଫ୍‌ ଶରତ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ୫୫ ପ୍ରଜାତିର କେବଳ ନଳବଣକୁ ଆସିଥିବା ବେଳେ ବଳକା ଦେଶୀ ଦେଶୀ ପ୍ରଜାତିର ପକ୍ଷୀ ରହିଛନ୍ତି। ଚିଲିକା ପକ୍ଷୀଙ୍କ ଅଭୟାରଣ୍ୟ ଭାବେ ପରିଚିତ ନଳବଣ ଓମଙ୍ଗଳାଯୋଡ଼ିକୁ ବିଦେଶାଗତ ପକ୍ଷୀଙ୍କ ଅଧିକ ଆଗମନ ହୋଇଥାଏ। ଏସିଏଫ ମିଶ୍ରଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ପ୍ରାରମ୍ଭିକ ପର୍ଯ୍ୟାୟରେ ସାଇବେରିଆ, ଋଷିଆ, କାଜାଖିସ୍ଥାନ, ଲଦାଖ, ମଙ୍ଗୋଲିଆ, ଆମେରିକା, କାନାଡ଼ା ଆଦି ଦେଶରୁ ପକ୍ଷୀଗୁଡ଼ିକ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଆସିଛନ୍ତି। ଏମାନଙ୍କ ମଧ୍ୟରେ ଉଡ୍‌ସ୍ୟାଣ୍ଡ, ପାଇପର, ଇରାସିଆନ, ଇୟୁଜିଆନ, ପ୍ଲୋଭର, ପିଣ୍ଟେଲ, ସୋଭଲର, କମନକୁଟ, କମନ୍‌ ରେଡଷ୍ଟ୍ରକ, ଗୋଲଡେନ, ପ୍ଲୋଭରଙ୍କ ସମେତ ଚିିଲିକାର ଶୋଭାବର୍ଦ୍ଧନ କରୁଥିବା ଗ୍ରେଟର ଫ୍ଲେମିଙ୍ଗୋ (ଏରାପକ୍ଷୀ) ରହିଛନ୍ତି। ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୧ଟି କ୍ୟାମ୍ପ, ସ୍ଥଳପଥରେ ଗୋଟିଏ ଭ୍ରାମ୍ୟମାଣ ସ୍କ୍ବାଡ୍‌ ଗଠନ କରାଯାଇଛି। ଗତବର୍ଷ ୧୯୦ଟି ପ୍ରଜାତିର ମୋଟ ୧୨ଲକ୍ଷ ୪୨ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିଲା। ଚଳିତ ବର୍ଷ ବିଳମ୍ବରେ ପକ୍ଷୀଙ୍କ ଆଗମନ ହୋଇଥିଲେ ମଧ୍ୟ ଶେଷ ଆଡକୁ ବଢିବା ସମ୍ଭାବନା ରହିଛି। ଶିକାରୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ଏସିଏଫ୍‌ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri