ଭୁଶୁଡ଼ିଲା ପଣସୁଆପାଲ ବ୍ରିଜ୍‌

ଯାଜପୁର ଅଫିସ,୩୦ା୫: ଯାଜପୁର ଜିଲା ବରୀ-ବଡ଼ଚଣା ରାସ୍ତାର ରତ୍ନଗିରି ପଞ୍ଚାୟତ ଅନ୍ତର୍ଗତ ପଣସୁଆପାଲ ନିକଟ କେଲୁଅ ଶାଖା ନାଳ ଉପରେ ଥିବା ବ୍ରିଜ୍‌ ରବିବାର ପୂର୍ବାହ୍ନରେ ଭୁଶୁଡ଼ି ପଡ଼ିଛି। ବର୍ଷା ହେଉ ନ ଥିଲେ ମଧ୍ୟ ଯାଜପୁର ଡ୍ରେନେଜ ବିଭାଗ ଅଧୀନ ଏହି ବ୍ରିଜ୍‌ ଭୁଶୁଡ଼ିବା ଘଟଣାକୁ ଅଞ୍ଚଳବାସୀ ସହଜେ ଗ୍ରହଣ କରି ପାରିନାହାନ୍ତି। ତେବେ ସୌଭାଗ୍ୟବଶତଃ ଆଖପାଖ ଗ୍ରାମର କେତେଜଣ ବ୍ୟକ୍ତି ବାଇକ ଯୋଗେ ଏହି ବ୍ରିଜ ଅତିକ୍ରମ କରିବା ପରେ ତାହା ଭୁଶୁଡ଼ି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ଏହି ଘଟଣା ଯୋଗୁ ବରୀ ଓ ବଡ଼ଚଣାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ପୂର୍ବରୁ ବ୍ରିଜ୍‌ ବିପଦାପନ୍ନ ଥିବା ଚିହ୍ନଟ ହୋଇ ନ ଥିଲା, ଯାହାକି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବକୁ ସୂଚାଉଛି। ମିଳିଥିବା ସୂଚନା ଅନୁଯାୟୀ ଡ୍ରେନେଜ ବିଭାଗ ପକ୍ଷରୁ ପ୍ରାୟ ୧୫ ବର୍ଷ ତଳେ ଏହି ବ୍ରିଜ ନିର୍ମାଣ ହୋଇଥିଲା। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରତ୍ନଗିରିକୁ ଲୋକେ ବରୀ ଦେଇ ଏହି ରାସ୍ତାରେ ଯାଇଥାନ୍ତି। ଏହାସହ ଏହି ରାସ୍ତା ଉପରେ ରତ୍ନଗିରି, ପଣସୁଆପାଳ, କୋଲଣଗିରି ପ୍ରଭୃତି ଗ୍ରାମର ଲୋକେ ନିର୍ଭରଶୀଳ। ବ୍ରିଜ୍‌ ଦୁର୍ବଳ ଥିବା ନେଇ ସମ୍ପୃକ୍ତ ଅଞ୍ଚଳବାସୀ ଡ୍ରେନେଜ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀମାନେ ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ। ଯଦି ଉପଯୁକ୍ତ ଭାବେ ମରାମତି କରାଯାଇଥାନ୍ତା ତେବେ ଏଭଳି ଘଟଣା ହୋଇ ନଥାନ୍ତା ବୋଲି ମତପ୍ରକାଶ ପାଇଛି। ଜିଲାର ନଦୀନାଳ ଉପରେ ଡ୍ରେନେଜ ବିଭାଗ ପକ୍ଷରୁ ବିପୁଳ ଅର୍ଥ ବ୍ୟୟ କରି ବ୍ରିଜ, ସାଇଡ୍‌ୱାଲ, ପୋଲ ଆଦିର ମରାମତି ଓ ନିର୍ମାଣ କରାଯାଉଛି। କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ଭିତରିଆ ବୁଝାମଣା କରି ଅଧିକାଂଶ ଅର୍ଥ ହରିଲୁଟ କରାଯାଉଛି। ଏହି ବ୍ରିଜ୍‌ ମରାମତି ପାଇଁ ପୂର୍ବରୁ ଅନୁଦାନ ମଞ୍ଜୁର ହୋଇଥିଲେ ହେଁ କୌଣସି କାମ ହୋଇ ନ ଥିଲା ବୋଲି ଆଖପାଖ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ

ଅନୁଗୋଳ ଅଫିସ, ୪।୬: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ ରଖିଥିବା ୫୨ ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧିତ...

ରାତି ପାହିଲେ ସାବିତ୍ରୀ ବ୍ରତ: ବଜାରରେ ନାହିଁ ନ ଥିବା ଭିଡ଼

କେସିଙ୍ଗା,୨୯।୫(ଡି.ଏନ୍‌.ଏ.): ରାତି ପାହିଲେ ସାବିତ୍ରୀ ଅମାବାସ୍ୟା। ଏ ନେଇ ହାଟ ବଜାର ସବୁଠି ଭିଡ଼ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା କେସିଙ୍ଗା ସହରର ଡେଲି ମାର୍କେଟରେ...

ଗର୍ଭବତୀ ହରିଣକୁ ଧକ୍କା ଦେଲା ଗାଡ଼ି: ମା’ ମୃତ, ଛୁଆ ସୁସ୍ଥ

କବିସୂର୍ଯ୍ୟନଗର,୧୬ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବଡଆଗୁଳ ରାସ୍ତାରେ ଗୁରୁବାର ଏକ ଗାଡ଼ି ଧକାରେ ଏକ ଗର୍ଭବତୀ ହରିଣର ମୃତ୍ୟୁ ଘଟିଛି। ହରିଣଟି ରାସ୍ତା ପାର ହେଉଥିବା...

ସାହସୀ ଯୁବତୀ ମାନସୀଙ୍କ ଯୋଗୁ ଉଦ୍ଧାର ହେଲେ ୬ ହଜାର ଦାଦନ ଶ୍ରମିକ

ଖପ୍ରାଖୋଲ, ୫ା୮ (ଡି.ଏନ.ଏ.) – ଚଳିତବର୍ଷ କରୋନା କଟକଣା ଦେଶାନ୍ତରୀ ଶ୍ରମିକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଥିଲା ।ବାହାର ରାଜ୍ୟରେ ଲକ୍ଷାଧିକ ଶ୍ରମିକ ଫସି ରହି ନିଜ...

କଲେଜ ଛାତ୍ରୀଙ୍କୁ ବଳାତ୍କାର

ରେଢ଼ାଖୋଲ,୩୧ା୭(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଚାରମାଳ ପୋଲିସ ଏକ ମାମଲା...

ଦୋଷୀଙ୍କୁ ୨୦ବର୍ଷ ଜେଲ

ବାଲେଶ୍ୱର ଅଫିସ,୨୫।୨: ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ (ପୋକ୍‌ସୋ) ରଞ୍ଜନ କୁମାର ସୂତାର ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୨୦ ବର୍ଷ...

ପୋଲିସ ଡରରେ ପୋଡ଼ିଦେଲେ କାର

ମାଲକାନଗିରି,୨୦ା୧: ମାଲକାନଗିରି ଜିଲା ଚଲାଣଗୁଡ଼ା ପଞ୍ଚାୟତ ଅଧୀନ ରେଙ୍ଗାବନ୍ଧ ଗ୍ରାମ ନିକଟରେ ବୁଧବାର  ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣହେଉଥିବା ଏକ କାର...

କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା: ୧୪ ଦିନ ପାଇଁ ହାଜତକୁ ଗଲେ ଓଡ଼ିଆ ଯବାନ

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ୍‌.ଏ.),୮।୮: କେନ୍ଦ୍ରୀୟ କୋଲକାତାର ବ୍ୟସ୍ତବହୁଳ ପାର୍କଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଇଣ୍ଡିଆନ ମ୍ୟୁଜିୟମ୍‌କୁ ଲାଗି ରହିଥିବା ବାରାକ୍‌ରେ ଗତ ଶନିବାର ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡ...

Advertisement
Archives

Model This Week