Categories: ଖେଳ

ଆଇସୋଲେଶନରୁ ମୁକ୍ତ ହେଲା ପାକିସ୍ତାନ ଦଳ

ଓ୍ବେଲିଂଟନ,୯।୧୨(ଏପି): ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଆଇସୋଲେଶନରୁ ମୁକ୍ତ କରାଯାଇଛି। ଫଳରେ ପାକିସ୍ତାନ ଖେଳାଳିମାନେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଓ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିପାରିବେ। ୧୪ ଦିନିଆ ଆଇସୋଲେଶନ ରହଣିର ୧୨ତମ ଦିନରେ ପାକିସ୍ତାନ ଦଳର ସବୁ ଖେଳାଳି ଟେଷ୍ଟରେ ନେଗେଟିଭ ବୋଲି ଜଣାପଡିଛି। ଫଳରେ ପାକିସ୍ତାନ ଦଳ ଏବେ କୁଇନ୍ସ ଟାଉନ୍‌ର ସାଉଥ୍‌ ଆଇଲାଣ୍ଡକୁ ଯାତ୍ରା କରିପାରିବ। ସେଠାରେ ଖେଳାଳିମାନେ ଗ୍ରୁପ୍‌ ହୋଇ ଅଭ୍ୟାସ କରିବେ। ଉଲ୍ଲେଖଥାଉ କି, ପ୍ରୋଟୋକଲ ଉଲ୍ଲଂଘନ କରିବାରୁ ପାକିସ୍ତାନ ଖେଳାଳିମାନଙ୍କୁ ଛୋଟ ଗ୍ରୁପ୍‌ରେ ଟ୍ରେନିଂ କରିବାକୁ ବାରଣ କରାଯାଇଥିଲା। ଏକ ୫୩ ଜଣିଆ ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡରେ ପହଞ୍ଚିବା ପରେ ୬ଜଣ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଥିଲା। ନ୍ୟୁଜିଲାଣ୍ଡ ଏବେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଡିସେମ୍ବର ୧୮, ୨୦ ଓ ୨୨ ତାରିଖରେ ୩ଟି ଟି୨୦ ମ୍ୟାଚ୍‌ ଖେଳିବେ। ଏହାପରେ ୨୬ ତାରିଖରେ ଦୁଇ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ।

Share