ଧାନ ଉଠୁନି, ଶୀତ କାକରରେ ଜଗିଛନ୍ତି ଚାଷୀ

କୁନ୍ଦୁରା,୨୨।୧(ଡି.ଏନ.ଏ.): କୋରାପୁଟ ଜିଲାରେ ଚଳିତ ଖରିଫ ଋତୁରେ ଅମଳ ପରେ ୨୫ ପ୍ରତିଶତ ଧାନ ଚାଷୀ ବିକ୍ରି କରିଥିବା ବେଳେ ୭୫ ପ୍ରତିଶତ ଧାନକୁ ଦୀର୍ଘ ଏକ ମାସ ହେବ ମଣ୍ଡିରେ ପଡିରହିଛି। ଚାଷୀ ଅସହ୍ୟ ଥଣ୍ଡାରେ ଧାନ ଜଗିଛି । ନଭେମ୍ବରରୁ ଚାଷୀ ପଞ୍ଜୀକରଣ ଅନୁଯାୟୀ ବିଭିନ୍ନ ଅସ୍ଥାୟୀ ମଣ୍ଡିସ୍ଥଳରେ ଧାନ ଗଦେଇଛନ୍ତି । ପ୍ରତି ମଣ୍ଡିରେ ଯେଉଁ ଚାଷୀଙ୍କର ପଞ୍ଜୀକରଣ ହୋଇଥାଏ ସେହି ଚାଷୀଙ୍କଠାରୁ ପ୍ରଶାସନ ଧାନ କିଣିଥାଏ। ଚଳିତବର୍ଷ ଜାନୁୟାରୀ ୧ରୁ ପ୍ରଶାସନ ଚାଷୀଙ୍କ ଧାନ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। କେତେକ ସ୍ଥାନରେ ପ୍ରତିବାଦରେ ରାସ୍ତାରୋକୋ ହୋଇଛି। ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ପ୍ରାୟ ୧ଲକ୍ଷ ୨୫ହଜାର କୁଇଣ୍ଟାଲ ଖରିଫ ଧାନ କେବଳ କୁନ୍ଦୁରା ବ୍ଲକରେ କ୍ରୟ ହୋଇପାରିନାହିଁ। ଆରମ୍ଭରୁ ପ୍ରଶାସନ ଧାନ ସଂଗ୍ରହ ଲାଗି ଜଣେ ଲେଖାଏ ମିଲରଙ୍କୁ ପ୍ରତି ମଣ୍ଡି ପିଛା ଧାନ ଉଠେଇବାକୁ ଦାୟିତ୍ୱ ଦେଇଥିଲେ। ଚଳିତ ସପ୍ତାହରେ ଜିଲା ପ୍ରଶାସନରେ ନିର୍ଦ୍ଦେଶରେ ବିଡିଓ, ତହସିଲଦାର, ସମବାୟ ବିଭାଗ ନିୟନ୍ତ୍ରିତ ବଜାର କମିଟିକୁ କେଉଁ ମଣ୍ଡିରେ କେତେ ଧାନ ଗଚ୍ଛିତ ଅଛି ରିପୋର୍ଟ ଜିଲା ପ୍ରଶାସନ ଏବଂ ଯୋଗାଣ ବିଭାଗକୁ ଦେଇଛି। ତେବେ କୁନ୍ଦୁରା ବ୍ଲକର ୧୬ଟି ପଞ୍ଚାୟତର ଲ୍ୟାମ୍ପସ ଅଧୀନରେ ଥିବା ମଣ୍ଡି ମଧ୍ୟରୁ ୨ଟି ଲ୍ୟାମ୍ପସ ଏବଂ ୪ଟି ଏସ୍‌ଏଚ୍‌ଜିକୁ ଧାନକ୍ରୟ କରିବା ନେଇ ଟାର୍ଗେଟ ମିଳିଥିବା ଶୁଣିବାକୁ ମିଳୁଛି। ପ୍ରଶାସନକୁ ଏନେଇ ପଚାରିଲେ ଆଜି କାଲି କହି ସମୟ ଗଡ଼ାଉଛି। ସୂଚନାଯୋଗ୍ୟ, କୁନ୍ଦୁରା, ଡଙ୍ଗରପାଉଁଶୀ, ଖଟଲାପଦର ଏବଂ ଦିଗପୁର ଏସ୍‌ଏଚ୍‌ସି ସମେତ ଲ୍ୟାମ୍ପସରେ ୨୮୩୨ ଜଣ ଚାଷୀ ଖରିଫ ଋତୁ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଅନ୍ୟପକ୍ଷରେ ମଣ୍ଡିରୁ ଶୀଘ୍ର ଧାନ ନ ଉଠିଲେ ଆଗାମୀ ଦିନରେ ଚାଷୀ ରାସ୍ତାକୁ ଓହ୍ଲାଇବେ ବୋଲି କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଲେ ହକି ଖେଳାଳି

ଢେଙ୍କାନାଳ ଅଫିସ, ୧୧ା୩ ଢେଙ୍କାନାଳ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଦ୍ୱିତୀୟ ନାଭାଲ ଟାଟା ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୭ ମହିଳା ହକି ଖେଳାଳି ଗ୍ୟାସ୍‌ଟ୍ରାଇଟ୍‌ର ଶିକାର...

ଦୁଇ ସ୍କ୍ରାପ୍‌ ଦୋକାନରୁ ବାଇକ୍‌ର ବହୁ ଯନ୍ତ୍ରାଂଶ ଜବତ, ୨ ଗିରଫ

ପୋଲସରା,୧୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ପକ୍ଷରୁ ଚଢ଼ିଆପଡ଼ା ଗ୍ରାମରେ ଥିବା ଦୁଇଟି ସ୍କ୍ରାପ୍‌ ଦୋକାନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଗାଡ଼ିର ଯନ୍ତ୍ରାଂଶ...

ପାଇଖାନାରେ ଲୁଚାଇ ରଖିଥିଲେ ବଜ୍ରକାପ୍ତା: ଚଢ଼ାଉ କରି ଉଦ୍ଧାର କଲା ବନ ବିଭାଗ ଟିମ୍‌

ନବରଙ୍ଗପୁର,୧୨।୮(ବି.ପ୍ର.)- ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ ପାନାରଚୁଆ ଗ୍ରାମର ଜଣଙ୍କ ଘରୁ ବନ ବିଭାଗ ଟିମ୍‌ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଘଟଣାରେ ଜଣକୁ ଗିରଫ...

ଓଡ଼ିଆଙ୍କ କଳାକୃତି ଦକ୍ଷିଣ ଭାରତରେ ଭାଇରାଲ

କେନ୍ଦୁଝର, ୨୮ା୮(ସ୍ବ.ପ୍ର.)-ରୁବିକ୍‌ସ କ୍ୟୁବ୍‌ରେ ପ୍ରସ୍ତୁତ ଦକ୍ଷିଣ ଭାରତ ସୁପର ଷ୍ଟାର ତଥା ବାହୁବଳୀ ସିନେମା ଅଭିନେତା ପ୍ରଭାସଙ୍କ ଚିତ୍ର ଓ ଭିଡିଓ ଦକ୍ଷିଣ ଭାରତରେ ଭାଇରାଲ...

ବେଆଇନ କାର୍ଯ୍ୟକୁ ବିରୋଧ ଜାରି

ପୁରୀ ଅଫିସ,୧୫।୩:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି। ପ୍ରକଳ୍ପକୁ ଆଶିଂକ ଅନୁମତି ଥିବାବେଳେ ପ୍ରଶାସନ ମନଇଚ୍ଛା ବେଆଇନ ଭାବେ କାର୍ଯ୍ୟ କରୁଥିବା...

ଶିକ୍ଷକ ନିଯୁକ୍ତି ନେଇ ସ୍କୁଲରେ ପଡ଼ିଲା ତାଲା

ବଡ଼ସାହି,୧ା୧୦ (ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୋରିଷକୋଠା ଗ୍ରାମ ଉ.ପ୍ରା ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇଛନ୍ତି। ୮ଟି ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ନ...

ମହନ୍ତଙ୍କୁ ଧମକ ଚମକ: ମଙ୍ଗୁ ମଠକୁ ଜଗିଲା ପୋଲିସ

ପୁରୀ ଅଫିସ, ୧୪ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ନିର୍ମାଣ ଭଙ୍ଗା ଯାଉଛି।...

୬ ଦିନର ଝିଅକୁ ହତ୍ୟା କଲେ ମା’

ଭୋଗରାଇ, ୧୯।୩(ଡ଼ି.ଏନ.ଏ.): ଆଗରୁ ଝିଅଟିଏ ଥିଲା। ପୁଣି ଗୋଟିଏ ଝିଅ ହେବାରୁ ମା’ ମନରେ ସୃଷ୍ଟି ହୋଇଥିଲା ବିତୃଷ୍ଣା। ପରିବାର ଲୋକେ ତାଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ...

Advertisement
Archives

Model This Week