ମଣ୍ଡିରେ ପଡ଼ି ରହିଛି ଧାନ, ଚିନ୍ତାରେ ଚାଷୀ

ନାକଟିଦେଉଳ,୯।୧(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ମଣ୍ଡିରେ ଟାର୍ଗେଟ ନ ଥିବାରୁ ଚାଷୀମାନଙ୍କ ଧାନ ଉଠି ପାରୁ ନ ଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଧାନ ବିକି ପାରି ନ ଥିବା ଚାଷୀମାନେ ଏବେ ଚିନ୍ତାରେ ପଡି ଯାଇଛନ୍ତି ।
ପ୍ରକାଶ ଯେ, ବାଟଗାଁ ମଣ୍ଡିରେ ନଭେମ୍ବର ୨୮ତାରିଖ ଠାରୁ ଧାନ କିଣା ଆରମ୍ଭ ହୋଇଛି ।ଏହି ମଣ୍ଡି ଉପରେ ବାଟଗାଁ , ଜାମୁଯୋରୀ ପଞ୍ଚାୟତର ସମସ୍ତ ଗ୍ରାମ ସମେତ ସାହେବୀ ପଞ୍ଚାୟତର ହିଞ୍ଜାମୁରା ଗ୍ରାମର ଚାଷୀମାନେ ନିର୍ଭର କରିବା ସହ ଧାନ ବିକ୍ରି କରିଥାନ୍ତି । ତେବେ ମଣ୍ଡି ଖୋଲିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ମଣ୍ଡିରେ ପ୍ରାୟ ୭୫୦ଜଣ ଚାଷୀଙ୍କ ଠାରୁ ୩୧ହଜାର ୪ଶହ କୁଇଣ୍ଟାଲ ଧାନ କିଣାଯାଇଛି। ହେଲେ ବର୍ତ୍ତମାନ ଆଉ ମଣ୍ଡିରେ ଟାର୍ଗେଟ ନାହଁି। ଧାନ ବିକ୍ରି ପାଇଁ ଟୋକନର ବୈଧତା ଶେଷ ହୋଇ ଯିବା ଭୟରେ ଚାଷୀମାନେ ମଣ୍ଡିକୁ ଧାନ ଆଣି ଗଦାଇ ରଖିଛନ୍ତି । କେହି ଚାଷୀ ହଳଗାଡ଼ିରେ ଧାନ ଆଣି ବାଟଗାଁ ସେବା ସମବାୟ ସମିତିରେ ଖୋଲା ଯାଇଥିବା ମଣ୍ଡିରେ ଧାନ ଗଦାଇ ରଖିଛି ତ ଆଉ କେହି ଚାଷୀ ଭ୍ୟାନ କିମ୍ବା ଟ୍ରାକ୍ଟରରେ ଧାନ ଆଣି ମଣ୍ଡିରେ ତିନି ଦିନ ହେଲା ରଖିଛନ୍ତି । ଟୋକନ ଥାଇ ମଣ୍ଡିରେ ଟାର୍ଗେଟ ନ ଥିବାରୁ ଧାନ ବିକ୍ରି ହୋଇପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରି କି ମିର୍ଲସ ଧାନ କୁଇଣ୍ଟାଲ ପିଛା ୫ କେଜି କଟନି ଛଟନି କରୁଥିବାରୁ ଚାଷୀମାନେ ଧାନ ବିକ୍ରି କରିବାକୁ ରାଜି ହେଉ ନାହାନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଭଲ ଧାନ ଉପତ୍ାଦନ ହୋଇଛି। ଅଦ୍ୟାବଧି ୭୫ ପ୍ରତିଶତ ଧାନ ବିକ୍ରି ହୋଇଥିବା ବେଳେ ଚାଷୀମାନଙ୍କ ଠାରେ ବଳକା ଧାନ ପଡ଼ିରହିଛି । ଗତ ସୋମବାର ଠାରୁୁ ଏହି ଅଞ୍ଚଳର ଚାଷୀମାନେ ମଣ୍ଡିକୁ ପ୍ରାୟ ୨ହଜାର କୁଇଣ୍ଟାଲରୁ ଅଧିକ ପରିମାଣର ଧାନ ବିକ୍ରି କରିବାକୁ ଆଣି ମଣ୍ଡିରେ ଥାକ ମାରିଛନ୍ତି । କିନ୍ତୁ ଗୋଟିଏ ପଟରେ ମିର୍ଲସର କଟନି ଛଟନି ଏବଂ ଅନ୍ୟପଟେ ଟାର୍ଗେଟ ନ ଥିବାରୁ ଚାଷୀ ଧାନ ବିକ୍ରି କରି ନ ପାରି ଆଜିକୁ ଚାରି ଦିନ ହେଲା ଶୀତ କାକରରେ ମଣ୍ଡିରେ ନିଜ ଧାନକୁ ଜଗି ରହିଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ପାଗ କୋହଲା ରହିଥିବାରୁ ବର୍ଷା ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ଏହି ମଣ୍ଡିରେ ୧ ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଗତ ୬ ତାରିଖରେ ଟାର୍ଗେଟ ଆସିଥିଲେ ମଧ୍ୟ ମଣ୍ଡିକୁ ୨ହଜାର କୁଇଣ୍ଟାଲ ଧାନ ଆସିଛି । ତେବେ କେଉଁ ଚାଷୀଙ୍କ ଧାନ ପ୍ୟାକ୍ସ କିଣିବ ସେ ନେଇ ଦ୍ୱନ୍ଦ୍ୱ ଉପୁଜି ଥିବା ବେଳେ ସବୁ ଚାଷୀଙ୍କ ଧାନ କିଣିବାକୁ ଚାଷୀମାନେ ଅଡ଼ି ବସିଛନ୍ତି । ଏଣୁ ଉକ୍ତ ମଣ୍ଡିରେ ଧାନ ଉଠାଣ ପାଇଁ ଟାର୍ଗେଟ
ବଢାଯିବାକୁ ଚାଷୀମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଆଜିଠୁ ଧାନକିଣା

ଛତ୍ରପୁର,୧୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଖରିଫ ଧାନ ସଂଗ୍ରହ ଶୁକ୍ରବାରଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଜିଲାକୁ ୩୬ ଲକ୍ଷ ୭୪ ହଜାର ୩୮ କୁଇଣ୍ଟାଲ ଧାନ...

ସଫେଇ କର୍ମଚାରୀଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ

ବାଲିଗୁଡ଼ା:୨୨ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ସମସ୍ତେ ଘରେ ରହୁଥିବାବେଳେ ନିଜ ଜୀବନକୁ ବିପଦରେ ପକାଇ ସହରକୁ ପରିସ୍କାର ପରିଚ୍ଛନ ରଖୁଛନ୍ତି ସଫେଇ କର୍ମଚାରୀ। ମହାମାରୀ କରୋନା ମୁକାବିଲା...

ଶୁକ୍ରବାରରୁ ଡଙ୍ଗରିଆଙ୍କ ନିୟମରାଜା ପର୍ବ: ସିଏଏ, ଏନ୍‌ଆର୍‌ସିକୁ କରିବେ ବିରୋଧ

ଭବାନୀପାଟଣା,୨୭।୨(ଡି.ଏନ୍‌.ଏ.): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ୨୮ ଶୁକ୍ରବାରରୁ ତିନିଦିନ ବ୍ୟାପୀ କଳାହାଣ୍ଡି ରାୟଗଡ଼ା ସୀମାନ୍ତ ନିୟମଗିରି ପର୍ବତ ଶିଖର ଉପରେ ନିୟମରାଜା ପର୍ବ...

ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ ଫଳାଫଳ ପ୍ରକାଶ

କେନ୍ଦୁଝର,୧୭ା୮(ସ୍ବ.ପ୍ର.): ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ ରେଗୁଲାର ଓ ବ୍ୟାକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳା, ବାଣିଜ୍ୟ, ବିବିଏ ଓ ବିଜ୍ଞାନରେ...

ଉପକୂଳ ରାଜପଥ ନିର୍ମାଣକୁ ପ୍ରଫୁଲ ସାମନ୍ତରାଙ୍କ ବିରୋଧ: ସାମୁଦ୍ରିକ ପରିବେଶ ପାଇଁ ଘାତକ

ବ୍ରହ୍ମପୁର ଅଫିସ୍‌,୬।୧୨: ଗଞ୍ଜାମ ଜିଲା ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୨୪୦ କି.ମି. ଉପକୂଳ ରାଜପଥ(କୋଷ୍ଟାଲ୍‌ ହାଇୱେ) ନିର୍ମାଣକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି ।...

ମ୍ୟାଙ୍ଗୋ ହବ୍‌ ପରିତ୍ୟକ୍ତ

ଢେଙ୍କାନାଳ ଅଫିସ, ୧୬।୪ ଜାତୀୟସ୍ତରରେ ସୁନାମ ଅର୍ଜିଛି ଢେଙ୍କାନାଳର ଆମ୍ବ। ବିଦେଶରେ ମଧ୍ୟ ଏହାର ଆଦର କିଛି କମ୍‌ ନୁହେଁ। ଜିଲାର ଆମ୍ବ ଚାଷୀ ଏବଂ...

କପ୍ତିପଦା ବ୍ଲକ୍‌ ଆଗରେ ବିକ୍ଷୋଭ

କପ୍ତିପଦା,୨୪ା୧୨(ଡ଼ି.ଏନ୍‌.ଏ.)- ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଯୁବ ସଂଗଠନ, ଅଲ୍‌ ଇଣ୍ଡିଆ ଛାତ୍ର ସଂଗଠନ ଏବଂ ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ଛାତ୍ର, ଯୁବକ, ମହିଳାମାନଙ୍କର ସମସ୍ୟା...

ଆୟୁର୍ବେଦ ଚିକିତ୍ସକଙ୍କ ଦ୍ୱାରା ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୭ା୧୨: ଆୟୁର୍ବେଦ ଚିକିତ୍ସକମାନେ ରୋଗୀଙ୍କ କେତେକ ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର କରିପାରିବେ। ଏନେଇ ଗତ ନଭେମ୍ବର ୧୯ରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଚିିକିତ୍ସା କେନ୍ଦ୍ରୀୟ...

Advertisement
Archives

Model This Week