ମଣ୍ଡିରେ ପଡ଼ି ରହିଛି ଧାନ, ଚିନ୍ତାରେ ଚାଷୀ

ନାକଟିଦେଉଳ,୯।୧(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ମଣ୍ଡିରେ ଟାର୍ଗେଟ ନ ଥିବାରୁ ଚାଷୀମାନଙ୍କ ଧାନ ଉଠି ପାରୁ ନ ଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଧାନ ବିକି ପାରି ନ ଥିବା ଚାଷୀମାନେ ଏବେ ଚିନ୍ତାରେ ପଡି ଯାଇଛନ୍ତି ।
ପ୍ରକାଶ ଯେ, ବାଟଗାଁ ମଣ୍ଡିରେ ନଭେମ୍ବର ୨୮ତାରିଖ ଠାରୁ ଧାନ କିଣା ଆରମ୍ଭ ହୋଇଛି ।ଏହି ମଣ୍ଡି ଉପରେ ବାଟଗାଁ , ଜାମୁଯୋରୀ ପଞ୍ଚାୟତର ସମସ୍ତ ଗ୍ରାମ ସମେତ ସାହେବୀ ପଞ୍ଚାୟତର ହିଞ୍ଜାମୁରା ଗ୍ରାମର ଚାଷୀମାନେ ନିର୍ଭର କରିବା ସହ ଧାନ ବିକ୍ରି କରିଥାନ୍ତି । ତେବେ ମଣ୍ଡି ଖୋଲିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ମଣ୍ଡିରେ ପ୍ରାୟ ୭୫୦ଜଣ ଚାଷୀଙ୍କ ଠାରୁ ୩୧ହଜାର ୪ଶହ କୁଇଣ୍ଟାଲ ଧାନ କିଣାଯାଇଛି। ହେଲେ ବର୍ତ୍ତମାନ ଆଉ ମଣ୍ଡିରେ ଟାର୍ଗେଟ ନାହଁି। ଧାନ ବିକ୍ରି ପାଇଁ ଟୋକନର ବୈଧତା ଶେଷ ହୋଇ ଯିବା ଭୟରେ ଚାଷୀମାନେ ମଣ୍ଡିକୁ ଧାନ ଆଣି ଗଦାଇ ରଖିଛନ୍ତି । କେହି ଚାଷୀ ହଳଗାଡ଼ିରେ ଧାନ ଆଣି ବାଟଗାଁ ସେବା ସମବାୟ ସମିତିରେ ଖୋଲା ଯାଇଥିବା ମଣ୍ଡିରେ ଧାନ ଗଦାଇ ରଖିଛି ତ ଆଉ କେହି ଚାଷୀ ଭ୍ୟାନ କିମ୍ବା ଟ୍ରାକ୍ଟରରେ ଧାନ ଆଣି ମଣ୍ଡିରେ ତିନି ଦିନ ହେଲା ରଖିଛନ୍ତି । ଟୋକନ ଥାଇ ମଣ୍ଡିରେ ଟାର୍ଗେଟ ନ ଥିବାରୁ ଧାନ ବିକ୍ରି ହୋଇପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରି କି ମିର୍ଲସ ଧାନ କୁଇଣ୍ଟାଲ ପିଛା ୫ କେଜି କଟନି ଛଟନି କରୁଥିବାରୁ ଚାଷୀମାନେ ଧାନ ବିକ୍ରି କରିବାକୁ ରାଜି ହେଉ ନାହାନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଭଲ ଧାନ ଉପତ୍ାଦନ ହୋଇଛି। ଅଦ୍ୟାବଧି ୭୫ ପ୍ରତିଶତ ଧାନ ବିକ୍ରି ହୋଇଥିବା ବେଳେ ଚାଷୀମାନଙ୍କ ଠାରେ ବଳକା ଧାନ ପଡ଼ିରହିଛି । ଗତ ସୋମବାର ଠାରୁୁ ଏହି ଅଞ୍ଚଳର ଚାଷୀମାନେ ମଣ୍ଡିକୁ ପ୍ରାୟ ୨ହଜାର କୁଇଣ୍ଟାଲରୁ ଅଧିକ ପରିମାଣର ଧାନ ବିକ୍ରି କରିବାକୁ ଆଣି ମଣ୍ଡିରେ ଥାକ ମାରିଛନ୍ତି । କିନ୍ତୁ ଗୋଟିଏ ପଟରେ ମିର୍ଲସର କଟନି ଛଟନି ଏବଂ ଅନ୍ୟପଟେ ଟାର୍ଗେଟ ନ ଥିବାରୁ ଚାଷୀ ଧାନ ବିକ୍ରି କରି ନ ପାରି ଆଜିକୁ ଚାରି ଦିନ ହେଲା ଶୀତ କାକରରେ ମଣ୍ଡିରେ ନିଜ ଧାନକୁ ଜଗି ରହିଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ପାଗ କୋହଲା ରହିଥିବାରୁ ବର୍ଷା ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ଏହି ମଣ୍ଡିରେ ୧ ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଗତ ୬ ତାରିଖରେ ଟାର୍ଗେଟ ଆସିଥିଲେ ମଧ୍ୟ ମଣ୍ଡିକୁ ୨ହଜାର କୁଇଣ୍ଟାଲ ଧାନ ଆସିଛି । ତେବେ କେଉଁ ଚାଷୀଙ୍କ ଧାନ ପ୍ୟାକ୍ସ କିଣିବ ସେ ନେଇ ଦ୍ୱନ୍ଦ୍ୱ ଉପୁଜି ଥିବା ବେଳେ ସବୁ ଚାଷୀଙ୍କ ଧାନ କିଣିବାକୁ ଚାଷୀମାନେ ଅଡ଼ି ବସିଛନ୍ତି । ଏଣୁ ଉକ୍ତ ମଣ୍ଡିରେ ଧାନ ଉଠାଣ ପାଇଁ ଟାର୍ଗେଟ
ବଢାଯିବାକୁ ଚାଷୀମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

ମା’ଙ୍କ ଏକମାତ୍ର ଭରସା ଥିଲେ ସୁମିତ, ଛଡ଼ାଇନେଲା ତୁମ୍ବେଶ୍ୱର ଘାଟ: ଗଣେଶ ଭସାଣି ବେଳେ ଋଷିକୁଲ୍ୟାରେ ଭାସିଗଲେ ଛାତ୍ର

ପୁରୁଷୋତ୍ତମପୁର, ୧୮/୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଶୁକ୍ରବାର ଅଘଟଣ ଘଟିଛି। ଗଣେଶ…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

ଜୈବ ବିବିଧତା ସୁରକ୍ଷା ନେଇ…

ଭଞ୍ଜନଗର, ୧୮/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?