ଧାନ ଜମି ଫାଟି ଆଁ କଲାଣି

ପଟ୍ଟାମୁଣ୍ଡାଇ ୫ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକପ୍ରକାର ଉଭାନ୍‌ ହୋଇଯାଇଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ନ ଥିବାରୁ ସମସ୍ତ ଶାଖା ଓ ମାଇନର କେନାଲ ଶୁଖିଲା ପଡିଛି। ଫଳରେ ଧାନ ଥୋଡ଼ ବେଳେ ଗଛ ଶୁଖିଯିବାକୁ ବସିଲାଣି। ଶୁଖିଲା ଧାନକ୍ଷେତ ବହୁ ସ୍ଥାନରେ ଫାଟି ଅଁା କଲାଣି। କେତେଜଣ ଚାଷୀ ପମ୍ପ୍‌ ଯୋଗେ, ଖାଲ, ପୋଖରୀରେ ଥିବା ପାଣି ତେଣ୍ଡା ଓ ସେଣାରେ ଜମିକୁ ମଡ଼ାଉଥିବା ଦେଖିବାକୁ ମିଳିଛି।
ଚଳିତବର୍ଷ ଖରିଫ ଋତୁ ଆରମ୍ଭରେ ସ୍ବଳ୍ପବୃଷ୍ଟି କାରଣରୁ ଗଜା ମରୁଡ଼ି ହୋଇଥିଲା। ଚାଷୀ ବିଳମ୍ବରେ ହେଉ ପଛେ ଜମିରେ ରୁଆପୋତା କାର୍ଯ୍ୟ କରିଥିଲେ। ଫଳସ୍ବରୂପ ବିଳମ୍ବରେ ରୁଆ ପୋତା ଯାଇଥିବା ଧାନଗଛରେ ବର୍ତ୍ତମାନ ଥୋଡ଼ ଧରୁଛି। ମାତ୍ର ପାଣି ଅଭାବରୁ ଚାଷଜମି ଫାଟି ଅଁା କରିଛି। କେନ୍ଦ୍ରାପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ, ଭେଡା ସମେତ ପଟ୍ଟାମୁଣ୍ଡାଇର ଧୋୟାଞ୍ଚଳରେ ସମାନ ପରିସ୍ଥିତି। ପଟ୍ଟାମୁଣ୍ଡାଇ ବ୍ଲକର ଡାମରପୁର, ବଳଭଦ୍ରପୁର, ଶାସନ, ଚନ୍ଦନନଗର, ଖଣତା, ସଂସାରଫଳ, ଦୋଷିଆ, ବିଲିକଣା, ଦିହୁଡିପୁର, ଓଉପଦା, ବଡ଼ପଡା, ବଡ଼ମୋହନପୁର, ସାନଜରିଆ, ଗଙ୍ଗାରାମପୁର, ଅରଡ଼ପଲ୍ଲୀ, ଖଡ଼ଇଣ୍ଟା, କଖାରୁଣୀ, ନରସିଂହପୁର, ଡିହାପଡା, ବଡ଼ମୂଳବସନ୍ତ, ନୀଳକଣ୍ଠପୁର (ଆଂଶିକ) ପ୍ରଭୃତି ଭେଡା ଅଞ୍ଚଳର ପଞ୍ଚାୟତଗୁଡିକରେ ୧୧ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମିରେ ଥୋଡ଼ ମରୁଡ଼ି ହେବାର ଆଶଙ୍କା ଘନୀଭୂତ ହୋଇଛି। ପାଣି ଅଭାବରୁ ଧୋୟାଞ୍ଚଳର ପେଣ୍ଠପାଳ, ତରଡିପାଳ, ଅଣ୍ଢରା, ଅମୃତମଣୋହି, ସିଂହଗାଁ, ବଲୁରିଆ, ଅଳପୁଆ, ବାଛରା, ବାଲିପାଟଣା, ଶ୍ରୀରାମପୁର ଆଦି ପଞ୍ଚାୟତ ଓ ପୌରାଞ୍ଚଳ ଧୋୟାଞ୍ଚଳରେ ଥିବା ଷଣ୍ଢପଲ୍ଲୀ, ତନୁପୁର, କଷଣଅଣ୍ଟା, ବାଲିପଡା, ସିଦ୍ଧପାଟଣା, ତଳବାଲିପଡା, ବଳଦେବନଗର, ଅଳଭା (ଆଂଶିକ), ନୂଆଗଁା, କାକୁଡିପଲ୍ଲୀ ଆଦି ଗ୍ରାମର ଶତାଧିକ ଏକର ଜମିରେ ଚାଷ ହୋଇଥିବା ପନିପରିବା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପାଣି ଅଭାବରୁ ଉଭୟ ଜଳସେଚିତ ଓ ଅଣଜଳସେଚିତ ଚଜମିର ଧାନ ଫସଲ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲର ମାହାଙ୍ଗା ନିକଟରେ ସୃଷ୍ଟି ହୋଇଥିବା ଘାଇକୁ ମରାମତି କରାଯାଇଛି। କେନାଲରେ ପାଣି ଛଡାଯାଇଛି। ଶନିବାର ସୁଦ୍ଧା ପାଣି ପଟ୍ଟାମୁଣ୍ଡାଇର ସମସ୍ତ କେନାଲରେ ପହଞ୍ଚତ୍ୟିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri