ବିରୋଧୀ ଉଠାଇଲେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ

ଭୁବନେଶ୍ୱର,୩୧।୭(ଅନିଲ ଦାସ): ସ୍ବତନ୍ତ୍ର ରାଜ୍ୟପାହ୍ୟା, ସ୍ବତନ୍ତ୍ର ଫୋକସ ଷ୍ଟେଟ୍‌ ନା ସ୍ବତନ୍ତ୍ର ଆବଣ୍ଟନ, ନୀତି ଆୟୋଗ ବୈଠକରେ ରାଜ୍ୟ ସରକାର କ’ଣ ଦାବି ରଖିଛନ୍ତି। ସେ ବିଷୟରେ ସରକାର ଗୃହକୁ ଅବଗତ କରାନ୍ତୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତି ଆୟୋଗ ବୈଠକରେ ଯୋଗଦେଇ ଫେରିବା ପରେ ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ବିବୃତି ଦାବି କରିଛନ୍ତି।
ଶୂନ୍ୟକାଳରେ ବିଜେଡି ସଭ୍ୟ ଅରୁଣ ସାହୁ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ବିଧାନସଭାର ବଜେଟ ସେସନ ଚାଲିଛି। ଇତିମଧ୍ୟରେ ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକ ଶେଷ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗଦେଇ ଫେରିଛନ୍ତି। ନୀତି ଆୟୋଗ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ କ’ଣ ଦାବି କରିଛନ୍ତି। ସ୍ବତନ୍ତ୍ର ରାଜ୍ୟପାହ୍ୟା, ସ୍ବତନ୍ତ୍ର ଫୋକସ ଷ୍ଟେଟ୍‌ ନା ସ୍ବତନ୍ତ୍ର ଆବଣ୍ଟନ, କ’ଣ ଦାବି ରଖିଲେ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଭାଜପାର ୨୦୧୪ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଥିଲା। ପରବର୍ତ୍ତୀ ସମୟରେ ଦଳ ଏହାକୁ ହଟାଇ ଦେଇଥିଲା। ଏବେ ନୂଆ ସ୍ବତନ୍ତ୍ର ଆବଣ୍ଟନର ଯୁଗ ଆସିଛି। ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ପ୍ୟାକେଜ ଦିଆଯାଇଛି। ଓଡ଼ିଶାର ଭୋଟ ପାଇ କେନ୍ଦ୍ରରେ ଭାଜପା ସରକାର କରିଛନ୍ତି। ୨୧ ଏମ୍‌ପିରୁ ୨୦ ଏମ୍‌ପି ନେଇଛନ୍ତି। ଏପରି ସ୍ଥିତିରେ ଓଡ଼ିଶା ପାଇଁ ନୀତି ଆୟୋଗ ବୈଠକରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ନା ସ୍ବତନ୍ତ୍ର ଫୋକସ ଷ୍ଟେଟ ନା ସ୍ବତନ୍ତ୍ର ଆବଣ୍ଟନ ମଗାଯାଇଛି ତାହା ଗୃହରେ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ବିଜେଡି ସହିତ କଂଗ୍ରେସ ମଧ୍ୟ ତାଳ ଦେଇଛି। କଂଗ୍ରେସ ମଧ୍ୟ ସମାନ ପ୍ରଶ୍ନ କରିଛି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟପାହ୍ୟ ମାନ୍ୟତା ଡବଲ ଇଞ୍ଜିନ ସରକାର ଦେବେ ବୋଲି ଆମେ ଆଶା କରୁଛୁ। ସ୍ବତନ୍ତ୍ର ରାଜ୍ୟପାହ୍ୟା ନା ସ୍ବତନ୍ତ୍ର ଫୋକସ ନା ସ୍ବତନ୍ତ୍ର ପ୍ୟାକେଜ ଦାବି ହୋଇଛି ସେ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି। ଓଡ଼ିଶା ଏକ ଆଦିବାସୀ ଓ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ପ୍ୟାକେଜ ମିଳିଛି। ଓଡ଼ିଶାକୁ ଅଣଦେଖା କରାଯାଇଛି। ଭାଜପା ୨୦୧୪ ଦଳୀୟ ଇସ୍ତାହାରରେ ସ୍ବତନ୍ତ୍ର ରାଜ୍ୟପାହ୍ୟା କଥା କହିଥିଲା। ଏବେ କ’ଣ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି। ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ପଇସା ଦେଇଛନ୍ତି। ଏହି ଡ୍ୟାମର ଉଚ୍ଚତା ଧୀରେ ଧୀରେ ବଢାଯାଉଛି। ଏହାଦ୍ୱାରା କୋରାପୁଟ ଓ ମାଲକାନଗିରିର ବହୁ ଆଦିବାସୀ ଗାଁ ବୁଡି ଯିବାର ସମ୍ଭାବନା ରହିଛି। ପୋଲାଭରମ ପ୍ରସଙ୍ଗରେ କ’ଣ କରିଛନ୍ତି ତାହା ମୁଖ୍ୟମନ୍ତ୍ରୀ ଗୃହରେ ପ୍ରକାଶ କରିବାକୁ କାଡାମ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ସି.ଏସ. ରାଜନ ଏକ୍କା ମଧ୍ୟ ନୀତି ଆୟୋଗ ବୈଠକରେ ସରକାର କି ପ୍ରସ୍ତାବ ରଖିଛନ୍ତି ତାହା ଗୃହରେ ପ୍ରକାଶ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri