Posted inଜାତୀୟ

ଦୂତାବାସ ଯାଇ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଥିବାବେଳେ ଭାରତର ବିରୋଧୀ ଦଳ ନେତାମାନେ ସୋମବାର ନୂଆଦିଲ୍ଲୀସ୍ଥିତ ପାଲେଷ୍ଟାଇନ୍‌ ଦୂତାବାସ ଯାଇ ଏହାର ଜନସାଧାରଣଙ୍କୁ ସମର୍ଥନ ଜଣାଇଛନ୍ତି। ଦୂତାବାସ ଯାଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ବିଏସ୍‌ପି ଏମ୍‌ପି ଡାନିସ୍‌ ଅଲି, ପୂର୍ବତନ କଂଗ୍ରେସ ଏମ୍‌ପି ମଣିଶଙ୍କର ଆୟାର ଏବଂ ଜେଡିୟୁ ନେତା କେ.ସି. ତ୍ୟାଗୀ। ଏମାନଙ୍କ ବ୍ୟତୀତ ସିପିଆଇ (ଏମ୍‌ଏଲ୍‌)ର ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ସମାଜବାଦୀ ପାର୍ଟି ଏମ୍‌ପି ଜାଭେଦ ଅଲି ଖାନ୍‌ ପାଲେଷ୍ଟାଇନ୍‌ ଦୂତାବାସ ଯାଇଥିଲେ। ବିଶ୍ୱର ସବୁ ଲୋକଙ୍କ ପାଇଁ ଆମେ ସ୍ବର ଉତ୍ତୋଳନ କରୁଛୁ। ଗାଜାରେ କେବଳ ମନଇଚ୍ଛା ଲୋକମାନଙ୍କୁ ହତ୍ୟା କରାଯାଉନାହିଁ, ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଠେଲିଦିଆଯାଉଛି। ଏହା ବିରୋଧରେ ଶାନ୍ତି ପାଇଁ ଜୋର୍‌ଦାର ସ୍ବର ଉତ୍ତୋଳନ କରିବାକୁ ପଡ଼ିବ ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି। ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ଏବଂ ଜେରୁଜେଲମ୍‌ ଏହାର ଜବାବ ଦେବାକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇସ୍ରାଏଲ୍‌ର ଆକ୍ରମଣରେ ଗାଜା ଷ୍ଟ୍ରିପ୍‌ର ୨,୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି ଯାହା ବିଶ୍ୱ ପାଇଁ ଚିନ୍ତାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ

ଓ୍ବାଶିଂଟନ୍‌,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮…

ଖାମେନେଇଙ୍କୁ ହତ୍ୟା କରିପାରେ ଆମେରିକା

ଓ୍ବାଶିଂଟନ୍‌,୨୨।୨: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲୀ ଖାମେନେଇ ଏବଂ ତାଙ୍କ ପୁଅ ମୋଜତାବାଙ୍କୁ ହତ୍ୟା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଜନା ଚଳାଇଛନ୍ତି। ଇରାନର…

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ବୈଠକ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି ନହେଲେ….

ଭଞ୍ଜନଗର,୨୨।୨(ବାବୁଲା ପ୍ରଧାନ): ଫେବୃଆରୀ ମାସରୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି । ଏହାକୁ ଦେଖିଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶା…

ଓଡ଼ିଶାର ୧୨ ଜିଲାରେ ବାଲ୍ୟବିବାହ ସର୍ବାଧିକ, ସବୁଠୁ ଆଗରେ…

ଭୁବନେଶ୍ୱର,୨୨।୨ (ରବିନାରାୟଣ ଜେନା) : ଓଡ଼ିଶାର ବାଲ୍ୟବିବାହ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୧୨ ଜିଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri