Posted inଖେଳ

ଅଲିମ୍ପିକ ପଦକ ଓ ଏହାର ବିବର୍ତ୍ତନ

ନୂଆଦିଲ୍ଲୀ,୧୫।୭(ପି.ଟି.): ବିଶ୍ୱର ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ ଭଳି ସମୟକ୍ରମେ ଏହାର ପଦକର ବିବର୍ତ୍ତନ ତଥା ସାମଗ୍ରିକ ବିକାଶ ହୋଇଛି। ଅଲିଭ ପତ୍ରର ହାରଠାରୁ ଆରମ୍ଭ କରି ପଦକ ଏବେ ବିଭିନ୍ନ ଧାତୁରେ ତିଆରି ହେବା ସହ ବେଶ୍‌ ଆକର୍ଷଣୀୟ ହୋଇଛି। ଅଲିମ୍ପିକ ପଦକ ଜିତିବା ବିଶ୍ୱର ଯେକୌଣସି ଆଥ୍‌ଲେଟଙ୍କ ପାଇଁ ସବୁବେଳେ ଏକ ବଡ଼ ସ୍ବପ୍ନ ରହିଆସିଛି।
ଏଥର ଟୋକିଓ ଅଲିମ୍ପିକ୍ସର ପଦକଗୁଡିକର ରୂପରେଖ ମଧ୍ୟ ଭିନ୍ନ ହେବ। ବିଭିନ୍ନ ଇଲେକଟ୍ରୋନିକ୍‌ ଉପକରଣର ପୁନଃନବୀକରଣ ଦ୍ୱାରା ଏହି ପଦକ ନିର୍ମାଣ କରାଯାଇଛି ଓ ଏହା ପଥରର ଗୁଳା ଭଳି ଦେଖାଯାଉଛି। ମେଡାଲଗୁଡିକର ବ୍ୟାସ ୮.୫ ସେଣ୍ଟିମିଟର ରହିଛି। ଏଥିରେ ଗ୍ରୀକ୍‌ ସଭ୍ୟତାର ବିଜୟର ଦେବୀ ଭାବେ ବିବେଚିତ ହେଉଥିବା ନାଇକଙ୍କ ଏକ ଉଡ଼ନ୍ତା ଛବି ରହିଛି। ପୂର୍ବ ସଂସ୍କରଣଗୁଡ଼ିକ ତୁଳନାରେ ଏଥର ପଦକର ସଂରଚନା ଭିନ୍ନ ରହିଛି। ପ୍ରଥମଥର ପାଇଁ ପଦକ ନିର୍ମାଣରେ ଜାପାନ ନାଗରିକଙ୍କ ଅବଦାନ ରହିଛି। ପଦକ ଏଥର ସୁନା, ରୁପା ଓ ବ୍ରୋଞ୍ଜ୍‌ରେ ନିର୍ମାଣ କରାଯାଇଛି। ଜାପାନର ଅଧିବାସୀମାନେ ୭୯,୦୦୦ ଟନ୍‌ର ବ୍ୟବହୃତ ମୋବାଇଲ ଫୋନ ଓ ଅନ୍ୟ ଇଲେକ୍‌ଟ୍ରୋନିକ ଉପକରଣ ପ୍ରଦାନ କରିଥିଲେ ଓ ଏଥିରୁ ପଦକ ନିର୍ମାଣ କରାଯାଇଛି। ଜାପାନ ଲୋକଙ୍କଠାରୁ ମୋଟ ୩୨ କିଲୋ ସୁନା, ୩୫୦୦ କିଲେ ରୁପା, ୨୨୦୦ କିଲୋ ପିତ୍ତଳ ସଂଗ୍ରହ କରାଯାଇଥିଲା।
୩୨ କି.ଗ୍ରା. ସୁନା ସଂଗ୍ରହ କରାଯାଇଛି
୩୨ କିଲେ ସୁନା ସଂଗ୍ରହ କରାଯାଇଥିଲେ ମଧ୍ୟ ପଦକ ସମ୍ପୂର୍ଣ୍ଣ ଭାବେ ସୁନାରେ ନିର୍ମିତ ହୋଇନାହିଁ। ଏଥିରେ ନାମକୁମାତ୍ର ସୁନା ବ୍ୟବହାର କରାଯାଇଛି। ପଦକ ଉପରେ ସୁନାର ପାଣି ଦିଆଯାଇଛି।
ସ୍ବର୍ଣ୍ଣ ପଦକରେ କେତେ ସୁନା ?
ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପ୍ରକୃତରେ ରୁପାରେ ତିଆରି ହୋଇଛି। ୫୫୬ ଗ୍ରାମ୍‌ର ସ୍ବର୍ଣ୍ଣ ପଦକରେ ମାତ୍ର ୬ ଗ୍ରାମ ସୁନା ବ୍ୟବହାର କରାଯାଇଛି। ମେଡାଲ ଉପରେ ସୁନାର ପ୍ଲେଟିଂ କରାଯାଇଛି। ଶେଷଥର ପାଇଁ ୧୯୧୨ ଷ୍ଟକ୍‌ହୋମ ଅଲିମ୍ପିକ୍ସରେ ଆଥ୍‌ଲେଟଙ୍କୁ ପ୍ରକୃତ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଏବେକାର ନିୟମ ଅନୁସାରେ ସ୍ବର୍ଣ୍ଣ ପଦକରେ ଅତିକମ୍‌ରେ ୬ ଗ୍ରାମ୍‌ର ସୁନା ରହିବ। ଏହା ବ୍ୟତୀତ ପଦକ ଅତିକମ୍‌ରେ ୬୦ ମିଲିମିଟର ବ୍ୟାସ ବିଶିଷ୍ଟ ହେବା ସହ ୩ ମିଲିମିଟର ମୋଟା ହେବା ଆବଶ୍ୟକ। ସେହିପରି ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକର ଓଜନ ୫୫୦ ଗ୍ରାମ ରହିବ। ସେହିପରି ବ୍ରୋଞ୍ଜ୍‌ ପଦକର ଓଜନ ୪୫୦ ଗ୍ରାମ ରହିଛି। ୯୫ ପ୍ରତିଶତ କପର ଓ ୫ ପ୍ରତିଶତ ଜିଙ୍କ୍‌ ସହ ବ୍ରୋଞ୍ଜ ପଦକ ତିଆରି ହୋଇଛି।
ଏଥର ପଦକ ନିର୍ମାଣରେ ୬୨ ଲକ୍ଷ ପୁରୁଣା ମୋବାଇଲ ଫୋନ ବ୍ୟବହୃତ ହୋଇଛି। ପ୍ରଥମଥର ପାଇଁ ଲୋକଙ୍କ ବ୍ୟବହୃତ ଜିନିଷ ଓ ରିସାଇକଲ ମେଟେରିଆଲ ନେଇ ଏଥର ପଦକ ନିର୍ମାଣ କରାଯାଇଛି।
ପଦକ ପାଇଁ ୪୦୦ରୁ ଗୋଟିଏ ଡିଜାଇନ୍‌କୁ ନେଇ ଚୟନ କରାଯାଇଥିଲା। ପଦକର ଫିତା ବା ରିବନରେ ଜାପାନ ଐତିହ୍ୟ ଓ ସଂସ୍କୃତିର ପରିଚୟ ମିଳିବ। ଏକତାରେ ଅନେକତାର ଝଲକ ଏହି ରିବନରେ ଦେଖିବାକୁ ମିଳିବ। ରିବନରେ ସିଲିକନ୍‌ ଲାଇନ୍‌ର ବ୍ୟବହାର କରାଯାଇଛି। ଯାହାଫଳରେ ରିବନକୁ ଛୁଇଁ କି ପଦକର ସ୍ବରୂପ ଜଣାପଡିବ। ରିସାଇକଲ ହୋଇଥିବା ପଲିଷ୍ଟର ଫାଇବର ଏଥିରେ ବ୍ୟବହାର କରାଯାଇଛି।
ପଦକଗୁଡିକର ଖୋଳ ବା କେସ୍‌ କାଠରେ ତିଆରି ହୋଇଛି ଓ ଏହା ଏକ ସ୍ବତନ୍ତ୍ର ଉପାୟରେ ନିର୍ମାଣ କରାଯାଇଛି। ଜାପାନ ଶିଳ୍ପୀମାନେ ପାରମ୍ପରିକ ଓ ଆଧୁନିକ କୌଶଳରେ ଏହାକୁ ତିଆରି କରିଛନ୍ତି।ପ୍ରତ୍ୟେକ ଖୋଳ ପରସ୍ପରଠାରୁ ଭିନ୍ନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri